ରେଣୁକା, ୟସ୍ତିକା ଏବଂ ଅର୍ଶଦୀପ ଏମରଜିଙ୍ଗ କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ

author img

By

Published : Dec 28, 2022, 9:49 PM IST

ରେଣୁକା, ୟସ୍ତିକା ଏବଂ ଅର୍ଶଦୀପ ଏମରଜିଙ୍ଗ କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ

ଆଇସିସିର ଏମରଜିଙ୍ଗ କ୍ରିକେଟର ଅଫ ଦି ଇୟର ୨୦୨୨ ପାଇଁ ମନୋନୀତ ହେଲେ ଭାରତର ଦୁଇ ମହିଳା କ୍ରିକେଟର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଫାଷ୍ଟ ବୋଲର ରେଣୁକା ସିଂହ ଠାକୁର ଏବଂ ୱିକେଟ କିପର ବ୍ୟାଟର ୟସ୍ତିକା ଭାଟିଆଙ୍କୁ ଆଇସିସି ମହିଳା ଏମରଜିଙ୍ଗ କ୍ରିକେଟର ଅଫ ଦି ଇୟର ୨୦୨୨ ପାଇଁ ମନୋନୀତ କରାଯାଇଛି । ଏହି ଦୁଇ ଜଣ ମହିଳା କ୍ରିକେଟରଙ୍କ ବ୍ୟତୀତ ଇଂଲଣ୍ଡ ଅଲରାଉଣ୍ଡର ଏଲିସ କେପ୍ସୀ ଏବଂ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଡାର୍ସି ବ୍ରାଉନଙ୍କୁ ମଧ୍ୟ ମନୋନୀତ କରାଯାଇଛି ।

ସେପଟେ ପୁରୁଷ କ୍ରିକେଟରେ ଅର୍ଶଦୀପ ସିଂହଙ୍କୁ ଏମରଜିଙ୍ଗ କ୍ରିକେଟର ଅଫ ଦି ଇୟର ପାଇଁ ମନୋନୀତ କରାଯାଇଛି । ରେଣୁକା ସିଂହ ଠାକୁର ବର୍ଷ ୨୦୨୨ରେ ହ୍ବାଇଟ ବଲରେ ୨୯ ମ୍ୟାଚରୁ ୪୦ ଟି ୱିକେଟ ହାସଲ କରିଛନ୍ତି । ବଲକୁ ସ୍ବିଙ୍ଗ କରିବା କ୍ଷମତା ରଖୁଥିବା ଆଗକୁ ଟିମ ଇଣ୍ଡିଆର ବୋଲିଂ ବୋଲଂ ମେରୁଦଣ୍ଡ ହୋଇପାରନ୍ତି । ଦିନିକିଆ ମ୍ୟାଚରେ ରେଣୁକା ୧୪.୮୮ ଆଭରେଜ ସହିତ ୧୮ ୱିକେଟ ହାସଲ କରିଛନ୍ତି ।

ସେହିପରି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦେଖାଯାଇଥିଲା । ସେ ଚଳିତ ବର୍ଷ ୭ ଟି ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଘାତକ ବୋଲର ସାବ୍ୟସ୍ତ ହୋଇଛନ୍ତି । ଯେଉଁଥିରେ ସେ ୮ ଟି ୱିକେଟ ହାସଲ କରିଥିଲେ । ସେ ଏପର୍ଯ୍ୟନ୍ତ ୧୧ ଟି ମ୍ୟାଚରେ ୫.୨୧ ଇକୋନୋମି ରେଟ ସହିତ ୧୭ ୱିକେଟ ହାସଲ କରିଛନ୍ତି ।

ଦିନିକିଆ ମ୍ୟାଚରେ ୟସ୍ତିକା ଭାଟିଆଙ୍କର ଲଗାତାର ଭାବରେ ପ୍ରଦର୍ଶନ ଦମଦାର ରହିଥିଲା । ସେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପୂର୍ବରୁ ସେ ବିଶ୍ବକପରେ ୪୧ ଓ ୩୧ ରନର ପାଳି ମଧ୍ୟ ଖେଳିଥିଲେ । ୟସ୍ତିକା ଭାଟିଆ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ଏବର୍ଷ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଇଡେନ ପାର୍କରେ ଅଷ୍ଟ୍ରେଲିଆ ବିପକ୍ଷରେ ମିତାଲି ରାଜଙ୍କ ସହିତ ୧୩୦ ରନର ପାର୍ଟନରସିପ ହୋଇଥିଲା । ଏହି ମ୍ୟାଚରେ ୟସ୍ତିକା ଏକ ଦମଦାର ଇନିଂସ ଖେଳି ୬ ଟି ଚୌକା ସହିତ ଦଳୀୟ ସ୍କୋରକୁ ୩୨ ଓଭରରେ 158 / 3 ପର୍ଯ୍ୟନ୍ତ ଆଗକୁ ବଢାଇ ମ୍ୟାଚର ସଙ୍କଟମୋଚକ ସାଜିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.