ETV Bharat / sports

ଟି୨୦ରେ ଏହା ମୋର ଶ୍ରେଷ୍ଠ ଇଂନିସ: ବିରାଟ କୋହଲି

author img

By

Published : Oct 23, 2022, 11:05 PM IST

ଚଳିତ ଟି୨୦ ବିଶ୍ବକପରେ ପ୍ରଥମ ମ୍ୟାଚ ଜିତିବା ପରେ ବିରାଟ କହିଲେ ଟି୨୦ ଫର୍ମାଟରେ ଏହା ତାଙ୍କର ସର୍ବତ୍ତୋମ ଇନିଂସ । ଅଧିକ ପଢନ୍ତୁ

ମ୍ୟାଚ ଜିତାଇବା ପରେ ବିରାଟ କହିଲେ ଏହା ମୋ ପାଇଁ ସର୍ବତ୍ତୋମ ଇନିଂସ
ମ୍ୟାଚ ଜିତାଇବା ପରେ ବିରାଟ କହିଲେ ଏହା ମୋ ପାଇଁ ସର୍ବତ୍ତୋମ ଇନିଂସ

ମେଲବର୍ଣ୍ଣ: ବିରାଟ ବିଜୟ । ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଟି୨୦ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି । ମ୍ୟାଚ ଜିତିବା ପରେ ବିରାଟ କହିଥିଲେ ଯେ ଟି୨୦ ଫର୍ମାଟରେ ଏହା ତାଙ୍କର ସର୍ବତ୍ତୋମ ଇନିଂସ । ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୬୦ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ବିରାଟ କୋହଲିଙ୍କ ୮୨ ରନର ଧୂଆଁଧାର ଇନିଂସ ବଳରେ ଭାରତ ୪ ୱିକେଟରେ ମ୍ୟାଚ ଜିତି ନେଇଥିଲା । ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହି ଅବସରରେ ବିରାଟ କୋହଲି କହିଥିଲେ ଯେ, "ଏହା ଏକ ପ୍ରକୃତ ମାହୋଲ । ମୋ ପାଖରେ କୌଣସି ଶବ୍ଦ ନାହିଁ । ମୋତେ ଏହା ମଧ୍ୟ ଜଣା ନାହିଁ କି ଏହା କେମିତି ଘଟିଲା । ମୁଁ ବାସ୍ତବରେ ମୋ ପାଇଁ ଶବ୍ଦ ଅଭାବ ରହିଛି । ସାଥୀ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିଶ୍ବାସ ରହିଥିଲା କି ଯଦି ଆମେ ଶେଷ ପର୍ଯ୍ୟନ୍ତ ଲଢିବା ଏହି ମ୍ୟାଚ ଜିତି ପାରିବା । ୮ ବଲରୁ ୨୮ ରନ ଦରକାର ଥିବା ବେଳେ ମୁଁ ଦୁଇଟି ବଡ ସଟ ଖେଳିଥିଲି । ଯାହା ଭାରତକୁ ମ୍ୟାଚ ଜିତିବା ପାଇଁ ୬ ବଲରୁ ୧୬ ରନ ଦରକାର ଥିଲା । ମୁଁ ପ୍ରଥମେ କ୍ରିଜରେ ସ୍ଥିର ହୋଇ ଠିଆ ହେବାକୁ ଚେଷ୍ଟା କରିଥିଲି ।"

"ପ୍ରଥମରୁ ହାତ ଧୀମା ରହିଥିଲା । ମୁଁ କ୍ରିଜରେ ଠିଆ ହୋଇ ଭାବୁଥିଲି ଏହା ହେବାର ହିଁ ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ମୋହଲିରେ ଖେଳିଥିବା ଇନିଂସ ଏପର୍ଯ୍ୟନ୍ତ ମୋ ପାଇଁ ସର୍ବଶ୍ରେଷ୍ଠ ଇନିଂସ ରହିଥିଲା । ଆଜିର ଇନିଂସକୁ ମୁଁ ମୋହଲି ଇନିଂସଠାରୁ ଅଧିକ ଗଣିବି । ଏହା ମୋ ପାଇଁ ସର୍ବତ୍ତୋମ ଇନିଂସ ହୋଇଛି । କ୍ରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ମୋତେ ପ୍ରେରିତ କରିଥିଲେ । ଷ୍ଟାଡିୟରେ ଅଦ୍ଭୁତ ପ୍ରକାର ଭିଡ ଲାଗିରହିଥିଲା । ପ୍ରଶଂସକମାନେ ସମର୍ଥନ କରିଥିଲେ । ଆଉ ମୁଁ ଏହି ସମର୍ଥନ ପାଇଁ ଆପଣଙ୍କ ପାଖରେ କୃତଜ୍ଞ ଅଟେ ।"

ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ଭାରତ ପାକିସ୍ତାନ ମଧ୍ୟରେ କଡା ଟକ୍କର । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଥିଲା । 160 ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଟାର୍ଗେଟ ହାସଲ କରିଥିଲା । ଦଳ ୩୧ ରନରେ ୪ ୱିକେଟ ହରାଇ ସାରିଥିଲା । ଏହା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ଏହି ସମୟରେ ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଥିଲେ ଷ୍ଟାର ବ୍ୟାଟର ବିରାଟ । ତାଙ୍କ ସହିତ ପାଳି ଦେଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିରାଟ କୋହଲି ୫୩ ବଲରୁ ୬ ଟି ଚୌକା ଏବଂ ୪ ଟି ଛକା ସହିତ ୮୨ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ହାର୍ଦ୍ଦିକ ପଣ୍ଡ୍ୟା ୩୭ ବଲରୁ ୪୦ ରନର ଇନିଂସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.