ETV Bharat / sports

ନୂଆ ଅବତାରରେ MSD, କ୍ଷେତରେ ଟ୍ରାକ୍ଟର ଚଳାଇଲେ

author img

By

Published : Feb 10, 2023, 4:03 PM IST

ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛନ୍ତି । ଧୋନୀ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଛ । ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ମାହି । ଅଧିକ ପଢନ୍ତୁ

Mahendra Singh Dhoni Rides Tractor
ନୂଆ ଅବତାରରେ ଏମଏସଡି, କ୍ଷେତରେ ଟ୍ରାକ୍ଟର ଚଳାଇଲେ

ନୂଆ ଅବତାରରେ ଏମଏସଡି, କ୍ଷେତରେ ଟ୍ରାକ୍ଟର ଚଳାଇଲେ

ହାଇଦ୍ରାବାଦ: ପଡିଆରେ ଚୌକା ଛକା ବର୍ଷା କରି ଦଳକୁ ଅନେକ ବିଜୟ ଭେଟି ଦେଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଧୋନୀ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଛି । ଲମ୍ବା ସମୟ ପରେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି ଏମଏସଡି । ଟ୍ରାକ୍ଟର ଚଳାଉଥିବାର ଏକ ଭିଡିଓ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି କିଛି ନୂଆ ଶିଖିଥିବା କଥା ଲେଖିଛନ୍ତି ।

ରାଞ୍ଚିରେ ଏକ ଚାଷ ଜମିରେ ଧୋନୀ ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଛି । ଦାମୀ କାର ଚଳାଉଥିବା ଏମଏସଡି ଟ୍ରାକ୍ଟର ଚଳାଇବା କୌଶଳ ଶିଖିଛନ୍ତି । ସେ ଟ୍ରାକ୍ଟର ଚଳାଇବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ପାଖ ସିଟରେ ବସିଥିବା ଦେଖିବାକୁ ମିଳିଛି । ଚାଷ ଜମିକୁ ଧୋନୀ ସମ୍ପୂର୍ଣ୍ଣ ହଳ କରିଥିବା ଦେଖିବାକୁ ମିଳିଛି । ଭିଡିଓକୁ ପୋଷ୍ଟ କରି କ୍ୟାପସନରେ ଧୋନୀ ଲେଖିଛନ୍ତି, ''କିଛି ନୂଆ ଶିଖିବାକୁ ମିଳିଲା ।''

ଏହା ବି ପଢନ୍ତୁ....Khelo India Youth Games: ଟେନିସରେ ସ୍ବର୍ଣ୍ଣ ଜିତିଲେ ସୋହିନୀ-ଆରାଧ୍ୟା

ଧୋନୀ ଭିଡିଓକୁ ସେୟାର କରିବାର ମାତ୍ର କିଛି ସେକେଣ୍ଡରେ ଭିୟୁର୍ସ ବଢିବାକୁ ଲାଗିଥିଲେ । ପାଖାପାଖି 1 କୋଟି ଲୋକ ଭିଡିଓକୁ ଦେଖି ସାରିଛନ୍ତି । 28 ଲକ୍ଷ ଲୋକ ଏହାକୁ ଲାଇକ୍‌ କରିଛନ୍ତି । ଏହାସହ 60 ହଜାର ଭିଡିଓରେ କମେଣ୍ଟ କରିଛନ୍ତି । ଏହି ଭିଡିଓରେ ତାଙ୍କ ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗସ କମେଣ୍ଟ କରି କହିଛି,'' ଦୀର୍ଘ ଦିନ ପରେ ଥାଲା ଇନ୍‌ଷ୍ଟାରେ ନିଜର ଦର୍ଶନ ଦେଇଛନ୍ତି ।''

ଏହା ବି ପଢନ୍ତୁ...Ranji Trophy 2nd Semi Final: ମୟଙ୍କ ଅଗ୍ରୱାଲଙ୍କ ଦ୍ବିଶତକ, ସୌରାଷ୍ଟ୍ର ଉପରେ ଭାରି ପଡିଲା କର୍ଣ୍ଣାଟକ

ସେହିପରି ଆଉ ଜଣେ ଫ୍ୟାନ୍ସ ତାଙ୍କୁ ଅନେକ ଦିନ ପରେ ପରେ ଇନ୍‌ଷ୍ଟାରେ ଦେଖି ଖୁସି ବ୍ୟକ୍ତ କରିଛନ୍ତି । କେହି କେହି ଲଭ ୟୁ ମାହି ଭାଇ ବୋଲି ମଧ୍ୟ ଲେଖିଛନ୍ତି । ଶେଷ ଥର ପାଇଁ 2021 ଜାନୁଆରା 9 ତାରିଖରେ ଧୋନୀ ତାଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଷ୍ଟ୍ରବେରୀ ତୋଳୁଥିବା ଦେଖିବାକୁ ମିଳିଥିଲା ।

ଭାରତୀୟ କ୍ରିକେଟରେ ମହେନ୍ଦ୍ର ସିଂହ ଧୋନୀ ଜଣେ ଜଣାଶୁଣା ନାମ । କ୍ୟାପ୍ଟେନ କୁଲ୍‌ ଭାବରେ ଫ୍ୟାନ୍ସଙ୍କ ହୃହୟରେ ଘର କରିଛନ୍ତି ମାହି । ତାଙ୍କ ନେତୃତ୍ବରେ ଭାରତ 2011 ବିଶ୍ବକପ ଓ ଟି-ଟ୍ବେଣ୍ଟି ବିଶ୍ବକପ ବିଜୟୀ ହୋଇଥିଲା । କ୍ୟାପଟନ୍‌ କୁଲ୍‌ ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ଆଇପିଏଲରେ ସିଏସ୍‌କେ ଦଳର ଅଧିନାୟକ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.