ETV Bharat / sports

Dhoni@42: ନାମ ଏକ କୀର୍ତ୍ତି ଅନେକ, ଉଠାଇଛନ୍ତି 3ଟି ଫର୍ମାଟରେ ICC ଟ୍ରଫି

author img

By

Published : Jul 7, 2023, 10:40 AM IST

Updated : Jul 7, 2023, 4:28 PM IST

କ୍ୟାପଟେନ କୁଲ, ମାହି, ରାଞ୍ଚି ରାଜକୁମାର ତଥା ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଆଜି ଜନ୍ମଦିନ । 42ବର୍ଷରେ ପର୍ଦାପଣ କରିଛନ୍ତି ଧୋନୀ । ଅଧିକ ପଢନ୍ତୁ.

ଧୋନୀ@42
ms dhoni birthday

ms dhoni birthday

ହାଇଦ୍ରାବାଦ: ଫିଲ୍ଡରେ ମ୍ୟାଚ୍‌ ବିଜୀୟ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଯୋଗୁଁ ସେ ହେଉଛନ୍ତି କ୍ୟାପ୍ଟେନ କୁଲ । ସେ ପିଚ୍‌ରେ ଥିଲେ ବିଜୟ ନିଶ୍ଚିନ୍ତ । କ୍ରିକେଟ କୋହିନୂର ସଚିନ ତେନ୍ଦୁଲକରଙ୍କ ପରେ ଯଦି କିଏ ଥାଆନ୍ତି ତ ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ଏମସଏଡିଙ୍କ ନାମ ହିଁ କାଫି । ଏ ନାମ ଖାଲି ଏକ ନାମ ନୁହେଁ ଏକ ଇମୋସନ । ରାଞ୍ଚିର ଏକ ଛୋଟ ସହରରୁ ଆସିଥିବା ଏହି ମଣିଷଟି 28ବର୍ଷ ପରେ ଭାରତକୁ ଆଉ ଏକ ବିଶ୍ବକପ ଭେଟି ଦେଇଥିଲେ । କ୍ୟାପଟେନ କୁଲ, ମାହି, ରାଞ୍ଚି ରାଜକୁମାର ତଥା ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଆଜି ଜନ୍ମଦିନ । 42ବର୍ଷରେ ପର୍ଦାପଣ କରିଛନ୍ତି ଧୋନୀ । ଥାଲାଙ୍କ ଜନ୍ମଦିନରେ ସାଥୀ ଖେଳାଳିଙ୍କ ସମେତ କୋଣ ଅନୁକୋଣରୁ ଶୁଭେଚ୍ଛା ସୁଅ ଛୁଟିଛି ।

କ୍ୟାପ୍ଟେନ କୁଲ MSD: କ୍ରିକେଟ ଜଗତର ଜଣେ ସଫଳ କ୍ୟାପଟେନ ମାହି । 1981 ମସିହା ଆଜିର ଦିନରେ ଝାଡଖଣ୍ଡର ପାନ ସିଂ ଓ ଦେବକୀଙ୍କ କୋଳରେ ଜନ୍ମ ହୋଇଥିଲେ ଧୋନୀ । ମଧ୍ୟବିତ୍ତ ପରିବାରରେ ଜନ୍ମିତ ଧୋନୀଙ୍କ ସ୍ବପ୍ନ କିନ୍ତୁ ବିଶାଳ ଥିଲା । କ୍ରିକେଟ ସ୍ବପ୍ନ ପୁରଣ କରିବାକୁ ଅନେକ ସଂଘର୍ଷ କରିଛନ୍ତି ଧୋନୀ । ରାଞ୍ଚି ବଏ 28ବର୍ଷ ପରେ ଭାରତକୁ ଆଉ ଏକ ବିଶ୍ବକପ ଆଣିଦେବେ ବୋଲି କେହି କଳ୍ପନା ବି କରିନଥିଲେ । କେବଳ ଗୋଟିଏ ବିଶ୍ବକପ ନୁହେଁ ଆଇସିସିର 3ଟି ଯାକ ଟ୍ରଫି ଧୋନୀ ହିଁ ଉଠାଇଛନ୍ତି । ଆଉ ଏମିତି କରିବାରେ ଧୋନି ହେଉଛନ୍ତି ବିଶ୍ବର ପ୍ରଥମ କ୍ରିକେଟର । ସଚିନଙ୍କ ସ୍ବପ୍ନ ସାକାର କରିଥିଲେ ଧୋନୀ । କ୍ରିଜରେ ବ୍ୟାଟିଂ ବେଳେ ହେଉ ବା ୱିକେଟ ପଛରେ ଧୋନୀଙ୍କ ପ୍ରଦର୍ଶନ ସର୍ବଦା ଉଚ୍ଚକୋଟୀର ହୋଇ ରହିଛି । 2004ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ପାଦ ଥାପିଥିଲେ । 2004ରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । 2006 ଡିସେମ୍ବର 1ରେ ଟି-20ରେ ପ୍ରଥମ ମ୍ୟାଚ ଖେଳିଥିଲେ । କ୍ରିକେଟରେ ଯେତେ ଯେତେ ସଫଳ ହେଲେ ତାଙ୍କ କ୍ୟାରିଅର ଗ୍ରାଫ୍‌ ସେତେ ଉପରକୁ ଉଠିବାକୁ ଲାଗିଲା । ଏହାପରେ ମାହି ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ms dhoni birthday
ଧୋନୀ@42

ଏହା ବି ପଢନ୍ତୁ...ନୂଆ ଅବତାରରେ MSD, କ୍ଷେତରେ ଟ୍ରାକ୍ଟର ଚଳାଇଲେ

ଗୋଟିଏ ଲୋକ, 17 ବର୍ଷ, 538 ମ୍ୟାଚ, 17266 ଅନ୍ତର୍ଜାତୀୟ ରନ୍‌, 16ଟି ଶତକ, 107ଟି ଅର୍ଦ୍ଧଶତକ, 634 କ୍ୟାଚ, 195 ଷ୍ଟମ୍ପିଙ୍ଗ, ଅଧିନାୟକତ୍ବ ଭାବରେ 178ଟି ମ୍ୟାଚ୍‌ ବିଜୟୀ, 3ଟି ଆଇସିସି ଟ୍ରଫି, 2ଟି ଚମ୍ପିଆନ୍ସ ଲିଗ୍‌ ଟି-ଟ୍ବେଣ୍ଟି ଟ୍ରଫି, 5ଟି ଆଇପିଏଲ ଟ୍ରଫି ହାତେଇବାରେ ଏମଏସଡିଙ୍କ ରେକର୍ଡ ରହିଛି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ 2017 ଜାନୁଆରୀରେ ଅଧିନାୟକ ପଦ ଛାଡିଥିଲେ ଧୋନି । ସମସ୍ତ ଫର୍ମାଟରୁ ଅବସର ନେଇଥିବା ଧୋନୀ 2024 ଆଇପିଏଲ ଖେଳିବା ପରେ ଅବସର ନେବା ସମ୍ଭାବନା ଅଛି ।

ଏହା ବି ପଢନ୍ତୁ...ବିଶ୍ବକପରେ ଭାରତର 'ବ୍ରେନ' ଧୋନୀ

ମାହିଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଖ୍ୟା: ମହେନ୍ଦ୍ର ସିହ ଧୋନୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଆଖ୍ୟା ପାଇଛନ୍ତି । ମାହିଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଭାରତର ଜଣେ ସଫଳତମ ଦିନିକିଆ ଅନ୍ତର୍ଜାତୀୟ ଅଧିନାୟକ ଧୋନୀ ଭାରତୀୟ ଏକ ଦିନିକିଆ ଦଳର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ଜଣାଶୁଣା ।

ହାଇଦ୍ରାବାଦରେ 52ଫୁଟ ଉଚ୍ଚ କଟ ଆଉଟ: ଟିମ ଇଣ୍ଡିଆ ପୂର୍ବତନ ଅଧିନାୟକ ଧୋନୀଙ୍କ 42ତମ ଜନ୍ମଦିନରେ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ । ହାଇଦ୍ରାବାଦରେ କିଛି ଫ୍ୟାନ୍ସ ଦେବୀ 70ଏମଏସ ଥିଏଟରରେ ଧୋନୀଙ୍କର ଏକ 52 ଫୁଟ ଉଚ୍ଚ କଟ ଆଉଟ କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । କଟଆଉଟରେ ଧୋନୀ ଭାରତୀୟ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ଏହି କଟ ଆଉଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ସୋସିଆଲ ମିଡିଆ ୟୁଜର୍ସ ପସନ୍ଦ ମଧ୍ୟ କରିଛନ୍ତି ।

Last Updated : Jul 7, 2023, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.