Legends League Cricket: ବାରବାଟୀରେ ହେବ ଫାଇନାଲ ମ୍ୟାଚ

author img

By

Published : Sep 24, 2022, 8:00 AM IST

Updated : Sep 24, 2022, 8:50 AM IST

Legends League Cricket: ବାରବାଟୀରେ ହେବ ଫାଇନାଲ ମ୍ୟାଚ

କଟକରେ ଖେଳାଯିବ ଲିଜେଣ୍ଡ୍ସ କ୍ରିକେଟ ଲିଗର ଫାଇନାଲ ମ୍ୟାଚ । ବାରବାଟୀ ଷ୍ଟାଡିୟମରେ ଅକ୍ଟୋବର 5 ତାରିଖରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ । ଅଧିକ ପଢନ୍ତୁ

କଟକ: ବାରବାଟୀ ଷ୍ଟାଡିୟମ(Barabati Stadium)ରେ ଆରମ୍ଭ ହୋଇଯାଇଛି ଲିଜେଣ୍ଡ୍ସ ଲିଗ ( Legends League Cricket ) ଟି20 ମ୍ୟାଚ ପାଇଁ ଟିକେଟ ବିକ୍ରି । ଚଳିତ ମାସ 26, 27 ଓ 29 ତାରିଖରେ ଏହି ଲିଜେଣ୍ଡ୍ସ ଲିଗର 3 ଟି ମ୍ୟାଚ ବାରବାଟୀରେ ଖେଳାଯିବ । ଏଥିସହ ଫାଇନାଲ ମ୍ୟାଚ ମଧ୍ୟ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର 5 ତାରିଖରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ । ତେବେ ଭେଟେରାନ କ୍ରିକେଟରଙ୍କୁ ଦେଖିବା ପାଇଁ ଫାଇନଲ ମ୍ୟାଚରେରେ ଦର୍ଶକଙ୍କ ଭିଡ଼ ଜମିବା ନେଇ ଆଶା ରଖିଛି ଆୟୋଜକ କମିଟି ।

ଏହା ପୂର୍ବରୁ ହେବାକୁ ଥିବା ତିନିଟି ମ୍ୟାଚରେ 4ଟି ଟିମ ଉଭୟଙ୍କ ସହ ମୁହାଁମୁହିଁ ହେବେ । ଏଥିପାଇଁ ଗତକାଲି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରି । ଟିକେଟ ନେବା ପାଇଁ ଦର୍ଶକଙ୍କ ଭିଡ ଜମିଥିଲା । ଓସିଏର ତିନୋଟି ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଦିନ ୧୦ ଟାରୁ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗ୍ୟାଲେରି ନମ୍ବର 2 ,ଗ୍ୟାଲେରୀ ନମ୍ବର 4, କ୍ଳବ ହାଉସ ଓ 9 ଏବଂ 10 ନମ୍ବର କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । 2ନମ୍ବର ଓ 4 ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ଦର 350 ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ 1200 ଓ କର୍ପୋରେଟ ବକ୍ସ ପାଇଁ 4ହଜାର 800 ଟଙ୍କା ଟିକେଟ ମୂଲ୍ୟ ରହିଛି ।

ତେବେ ଲିଜେଣ୍ଡ୍ସ ଲିଗ ଟୁର୍ଣ୍ଣାମେଣ୍ଟ ଟିକେଟ ବିକ୍ରିର ପ୍ରଥମ ଦିନରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିନଥିଲା । ଟିକଟ କାଉଣ୍ଟରରେ ଅଧିକ ଭିଡ ଜମିନଥିଲା । ଶୃଙ୍ଖଳିତ ଭାବରେ ଟିକେଟ ବିକ୍ରି ନେଇ କାଉଣ୍ଟରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବାରବାଟୀରେ ଲିଜେଣ୍ଡ୍ସ ଲିଗ ଟିକଟ ବିକ୍ରି, କାଉଣ୍ଟରରେ ଜମିଲାନି ଭିଡ

ଆସନ୍ତା 26 ତାରିଖରେ ହେବାକୁ ଥିବା ମ୍ୟାଚ ପୂର୍ବରୁ 25 ତାରିଖରେ ଓଡିଶାରେ 2 ଦଳ ପହଞ୍ଚିବେ । ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗସ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେପ୍ଟେମ୍ବର 16 ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । 10 ଦେଶର କିମ୍ବଦନ୍ତୀ ଖେଳାଳିଙ୍କୁ ନେଇ ଟିମ୍‌ ଗଠନ ହୋଇଛି । ମୋଟ 6ଟି ସହରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିରେ କଟକ ସାମିଲ ରହିଛି ।

ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଦ୍ଧପୁରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବିଶ୍ବର ଜଣାଶୁଣା କ୍ରିକେଟରଙ୍କୁ ଏହି ଲିଡେଣ୍ଡ୍ସ କ୍ରିକେଟ ଲିଗ ଅନୁଷ୍ଠିତ ହୋଇଛି । ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହୱାଗ, ମୁଥୟା ମୁରଲୀଧରନ୍, ଡେଲ୍‌ ଷ୍ଟେନ୍‌, ମିଚେଲ ଜନସନଙ୍କ କମ୍ବିଦନ୍ତୀ ସାମିଲ ରହିଛନ୍ତି । ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି ।

Last Updated :Sep 24, 2022, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.