ETV Bharat / sports

AShes: କମବ୍ୟାକ୍‌ ଟେଷ୍ଟରେ ଖାୱାଜାଙ୍କ କମାଲ

author img

By

Published : Jan 8, 2022, 10:00 PM IST

ଅଷ୍ଟ୍ରେଲୀୟ ବ୍ୟାଟ୍‌ର ଉସମାନ ଖାୱାଜା ଶନିବାର ତୃତୀୟ ଖେଳାଳି ଭାବେ ସିଡନୀ କ୍ରିକେଟ ଗ୍ରାଉଣ୍ଡ (SCG)ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ଉଭୟ ଇଂନିରେ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ଅଧିକ ପଢନ୍ତୁ

Khawaja becomes 3rd cricketer to make twin tons in Test at SCG
AShes: କମବ୍ୟାକ୍‌ ଟେଷ୍ଟରେ ଖାୱାଜାଙ୍କ କମାଲ

ସିଡନୀ: ଅଷ୍ଟ୍ରେଲୀୟ ବ୍ୟାଟ୍‌ର ଉସମାନ ଖାୱାଜା ଶନିବାର ତୃତୀୟ ଖେଳାଳି ଭାବେ ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ଉଭୟ ଇଂନିରେ ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

ଗୋଟିଏ ଆସେସ ଟେଷ୍ଟରେ ଦୁଇଟି ଶତକ ହାସଲ କରିଥିବା ଷଷ୍ଠ ଅଷ୍ଟ୍ରେଲୀୟ ବ୍ୟାଟ୍‌ର ହୋଇଛନ୍ତି ଖାୱାଜା । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଆସେସ ଟେଷ୍ଟରେ ବାମହାତୀ ବ୍ୟାଟ୍‌ର ଖାୱାଜା, ୩୮୮ ରନ୍‌ର ଲକ୍ଷ୍ୟ ଦେବାରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ।

ଐତିହାସିକ SCG ଗ୍ରାଉଣ୍ଡରେ ଟେଷ୍ଟର ମ୍ୟାଚ୍‌ର ଉଭୟ ଇଂନିସରେ ଶତକ ହାସଲ କରିଥିବା ତୃତୀୟ ଖେଳାଳି ହୋଇଛନ୍ତି ଖାୱାଜା ବୋଲି ICC ଟ୍ବିଟ୍‌ ଯୋଗେଁ ଶୁଭେଚ୍ଛା ଜଣାଇଛି ।

ମ୍ୟାଚ୍‌ର ଚତୁର୍ଥ ଦିନରେ ଦ୍ବିତୀୟ ଇଂନିସରେ ଅଷ୍ଟ୍ରେଲିଆ ୨୫୬/୬ ରନ୍‌ରେ ଇଂନିସ ଘୋଷଣା କରିଛି । ପରେ ଇଂଲଣ୍ଡ ବ୍ୟାଟ୍‌ର ଷ୍ଟମ୍ପ୍‌ ଅପସାରଣ ପର୍ଯ୍ୟନ୍ତ ଯତ୍ନର ସହ ଖେଳିଥିଲେ । ବିନା ୱିକେଟରେ ୩୦ ରନ୍‌ ସଂଗ୍ରହ କରିନେଇଛି ଭ୍ରମଣକାରୀ ଇଂଲଣ୍ଡ । ତେବେ ମ୍ୟାଚ୍‌ ରୋମାଞ୍ଚକର ସ୍ଥିତିରେ ଥିବାବେଳେ ରବିବାର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବାର ଅନୁମାନ କରାଯାଉଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.