ETV Bharat / sports

IPL Auction: ଆଇପିଏଲ ଖେଳିବେ ଇଂଲଣ୍ଡ ଟେଷ୍ଟ କ୍ୟାପେଟନ

author img

By

Published : Jan 13, 2022, 10:32 PM IST

ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ ଆଇପିଏଲ ଖେଳିବାକୁ ଆଗ୍ରହୀ । ଆଗାମୀ IPL ନିଲାମରେ ଅଂଶଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ରୁଟ୍‌ । ଅଧିକ ପଢନ୍ତୁ

Joe Root considering entering IPL auction
IPL auction: ଆଇପିଏଲ ଏଣ୍ଟ୍ରୀ ପାଇଁ ରୁଟ୍‌ଙ୍କ ସଜବାଜ

ହୋବାର୍ଟ: ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ ଆଇପିଏଲ ଖେଳିବାକୁ ଆଗ୍ରହୀ । ଆଗାମୀ IPL ନିଲାମରେ ଅଂଶଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ରୁଟ୍‌ । ବିଶ୍ବର ବିତ୍ତଶାଳୀ ଲିଗ୍‌ର ନିଲାମରେ ଅନସୋଲ୍ସ ରହିବାର ୪ ବର୍ଷ ପରେ ପୁଣି ଥରେ ଆଇପିଏଲରେ ଏଣ୍ଟ୍ରି କରିବାକୁ ମନ ବଳାଇଛନ୍ତି ଇଂଲିସ କ୍ୟାପଟେନ ।

ଏହାମଧ୍ୟ ପଢନ୍ତୁ: COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20

ମଡର୍ନ ଡେ କ୍ରିକେଟର ଅନ୍ୟତମ ମହାନ ଖେଳାଳି କୁହାଯାଉଥିବା ରୁଟ୍‌ ଏଯାବତ ଆଇପିଏଲ ଖେଳିବାର ଅନୁଭୂତି ସାଉଁଣ୍ଟି ପାରିନାହାନ୍ତି । ୨୦୧୮ ଆଇପିଏଲ ନିଲାମରେ କୌଣସି ଟିମ ରୁଟ୍‌ଙ୍କୁ କିଣିବାକୁ ଆଗ୍ରହୀ ହୋଇନଥିଲେ । ୩୧ ବର୍ଷୀୟ ବ୍ୟାଟ୍‌ର ପୁଣିଥର ଆଇପିଏଲ ଟୁର୍ନାମେଣ୍ଟ ଖେଳିବାକୁ ଇଚ୍ଛା ଜାହିର କରିଛନ୍ତି । ଆଇପିଏଲ ୨୦୨୨ ମେଗା ନିଲାମ ପ୍ରକ୍ରିୟା ବେଙ୍ଗାଲୁରୁରେ ଫେବୃଆରୀ ୧୨ ଓ ୧୩ରେ ଅନୁଷ୍ଠିତ ହେବ ।

ବୁଧବାର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଆଇପିଏଲକୁ କମବ୍ୟାକ କରିବାକୁ ଚାହୁଁଥିବା କହିଥିଲେ । ଆଇପିଏଲ ୨୦୧୫ରେ ଖେଳିଥିଲେ ଷ୍ଟାର୍କ । ୯.୪ କୋଟିରେ କୋଲକାତା ନାଇଟ ରାଇଡର୍ସ ୨୦୧୮ରେ ଷ୍ଟାର୍କଙ୍କୁ କିଣିଥିଲା । ମାତ୍ର ଆହତ କାରଣରୁ ପରେ ରିଲିଜ କରିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପାଇଁ ୨୦୧୪ ଓ ୨୦୧୫ରେ ଖେଳିଛନ୍ତି ଷ୍ଟାର୍କ । ଷ୍ଟାର୍କ ପ୍ରଭାବୀ ପ୍ରଦର୍ଶନ ସହ ୩୪ ୱିକେଟ ନିଜ ନାମରେ କରିଥିଲେ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.