WTC Final: ରାହୁଲଙ୍କ ସ୍ଥାନରେ କିଶାନ ସାମିଲ, ଜାଣନ୍ତୁ ଆଉ କାହାକୁ ମିଳିଲା ସୁଯୋଗ

author img

By

Published : May 9, 2023, 6:37 AM IST

ରାହୁଲଙ୍କ ସ୍ଥାନରେ କିଶାନ ସାମିଲ

ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ । ଆଘାତ କାରଣରୁ ବାଦ ପଡ଼ିଥିବା କେ.ଏଲ୍‌ ରାହୁଲଙ୍କ ସ୍ଥାନରେ ଈଶାନ କିଶାନ ସାମିଲ । ଷ୍ଟାଣ୍ଡ୍‌ବାଇରେ ଋତୁରାଜ ଗାଏକୱାଡ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ୍‌ ଫାଇନାଲ ଖେଳିବ ଭାରତ । ଏହାପୂର୍ବରୁ ଭାରତୀୟ ଆହତ ହୋଇ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିଲେ କେ.ଏଲ ରାହୁଲ । ତେବେ ରାହୁଲଙ୍କ ବଦଳରେ ଯୁବ ୱିକେଟ ରକ୍ଷକ ବ୍ୟାଟର ଈଶାନ କିଶାନଙ୍କୁ ଦଳରେ ସାମିଲ କରିଛି ବିସିସିଆଇ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ବିସିସିଆଇ । ଏହା ସହିତ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଋତୁରାଜ ଗାଏକୱାଡ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରିଛି ଭାରତୀୟ କ୍ରିକେଟ ବୋର୍ଡ ।

  • NEWS - KL Rahul ruled out of WTC final against Australia.

    Ishan Kishan named as his replacement in the squad.

    Standby players: Ruturaj Gaikwad, Mukesh Kumar, Suryakumar Yadav.

    More details here - https://t.co/D79TDN1p7H #TeamIndia

    — BCCI (@BCCI) May 8, 2023 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, ଗତ ୧ ମେ'ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ ୨୦୨୩ର ୪୩ ତମ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ । ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ରାହୁଲଙ୍କର ଅତିଶୀଘ୍ର ଅସ୍ତ୍ରୋପଚାର କରାଯିବା ନେଇ ନିର୍ଣ୍ଣୟ ନିଆଯାଇଥିଲା । ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ ଫାଇନାଲ ମ୍ୟାଚ୍‌ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଥିଲେ ।

ତେବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ପୂର୍ବରୁ ଖେଳାଳି ମାନେ ଆହତ ହେବା ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ବଡ଼ ମ୍ୟାଚ ପାଇଁ ପୂର୍ବରୁ ଘୋଷିତ ଭାରତୀୟ ଦଳର ଅନେକ ଖେଳାଳି ଆଇପିଏଲ ୨୦୨୩ ମଧ୍ୟରେ ଆହତ ହୋଇଛନ୍ତି । ଉମେଶ ଯାଦବ ଓ ଜୟଦେବ ଉନାଦକଟ ମଧ୍ୟ ଆହତ ହୋଇଛନ୍ତି । ତେବେ ସେମାନଙ୍କ ଉପରେ ମଧ୍ୟ ବିସିସିଆଇର ମେଡିକାଲ ଟିମ୍‌ ଦୃଷ୍ଟି ରଖିଛନ୍ତି । ବିସିସିଆଇର ସୂଚନା ଅନୁସାରେ, ନେଟରେ ବୋଲିଂ କରୁଥିବା ସମୟରେ ଜୟଦେବ ଉନାଦକଟଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା । ଏନେଇ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସେ ଏବେ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀରେ ଅଛନ୍ତି । ସେହିଭଳି ୨୬ ଏପ୍ରିଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମ୍ୟାଚ୍‌ ସମୟରେ ଉମେଶ ଯାଦବ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ସେ ଏବେ ବିସିସିଆଇ ଓ କେକେଆର ମେଡିକାଲ ଟିମ୍‌ର ତତ୍ତ୍ବାବଧାନରେ ରହିଛନ୍ତି ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏସ ଭରତ (wk), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଜୟଦେବ ଉନାଦକଟ, ଉମେଶ ଯାଦବ, ଈଶାନ କିଶାନ (w)

ଷ୍ଟାଣ୍ଡବାଇ: ଋତୁରାଜ ଗାଏକୱାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.