ETV Bharat / sports

IPL 2023: ଆଜି ଡବଲହେଡର ମ୍ୟାଚ, ଲକ୍ଷ୍ନୌକୁ ଭେଟିବ ଗୁଜୁରାଟ, ପଞ୍ଜାବ-ମୁମ୍ବାଇ ମୁକାବିଲା

author img

By

Published : Apr 22, 2023, 2:29 PM IST

ଆଇପିଏଲର 16ତମ ସିଜିନରେ ଆଜି ରହିଛି ଡବଲହେଡର ମ୍ୟାଚ । ଲକ୍ଷ୍ନୌକୁ ଭେଟିବ ଗୁଜୁରାଟ, ପଞ୍ଜାବକୁ ଭେଟିବ ମୁମ୍ବାଇ । ଅଧିକ ପଢନ୍ତୁ

today match between lucknow vs gujarat
today match between lucknow vs gujarat

ହାଇଦ୍ରାବାଦ: ଆଜି ଆଇପିଏଲରେ ରହିଛି ଡବଲହେଡର ମ୍ୟାଚ । ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭେଟିବ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଅପରାହ୍ନ ସମୟରେ ଜିଟି ଓ ଏଲଏସଜି ମଧ୍ୟରେ ମୁକାବିଲା ହେବ । ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ଗୁଜୁରାଟକୁ ଭେଟିବ ଲକ୍ଷ୍ନୌ । ଏଣୁ ଆଜିର ମ୍ୟାଚରେ ବିଜୟୀ ହେବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟପଟେ ପୂର୍ବ ମ୍ୟାଚରେ ରାଜସ୍ଥାନ ଠାରୁ ପରାଜିତ ହୋଇଥିବାରୁ ଆଜିର ମ୍ୟାଚରେ ପୁଣି ବିଜୟ ଧାରାକୁ ଫେରିବାରେ ଲକ୍ଷ୍ୟ ରଖିଛି ଟାଇଟନ୍ସ ।

ଏହା ମଧ୍ୟ ପଢନ୍ତୁ-IPL 2023: ରାହୁଲଙ୍କୁ 12 ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ଭଲ ରହିଛି । ଦଳ ମୋଟ 6ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇଥିବା ବେଳେ 2ଟିରେ ପରାଜିତ ହୋଇଛି । ସେହିପରି 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଲକ୍ଷ୍ନୌ । ଅନ୍ୟପଟେ ଗୁଜୁରାଟ ବର୍ତ୍ତମାନ ସୁଦ୍ଧା ମୋଟ 5ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଛି । 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ପାଣ୍ଡ୍ୟାଙ୍କ ବାହିନୀ । ତେଣୁ କେଏଲ ରାହୁଲଙ୍କ ଟିମକୁ ଆଜି ମାତ୍ ଦେଇ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ ପାଣ୍ଡ୍ୟାଙ୍କ ଟିମ୍ ।

ଏହା ମଧ୍ୟ ପଢନ୍ତୁ-IPL 2023 CSK vs RR: ହାରିଲା ହାଇଦ୍ରାବାଦ, ୭ ୱିକେଟରେ ଜିତିଲା ଚେନ୍ନାଇ

ସେହିପରି ସନ୍ଧ୍ୟା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲଢେଇ ହେବ । କ୍ରମଶଃ 3ଟି ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିବା ବେଳେ ଏହି ଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ଦଳ । ସେହିପରି ପୂର୍ବ ମ୍ୟାଚରେ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିଲା ପଞ୍ଜାବ । ତେଣୁ ଆଜିର ମ୍ୟାଚରେ ବିଜୟୀ ହେବାକୁ ଜୋରଦାର କସରତ କରିବ ଦଳ । ପୁଣିଥରେ ବିଜୟର ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ପଞ୍ଜାବର ଅଧିନାୟକ ।

ଏହା ମଧ୍ୟ ପଢନ୍ତୁ-IPL 2023: IPLରେ ୬୦୦ ଚୌକା ମାରିଲେ ବିରାଟ, ୪୮ତମ ଅର୍ଦ୍ଧ ଶତକ ବି ହାସଲ କଲେ

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଦ୍ଧା 5ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଅନ୍ୟପଟେ ପଞ୍ଜାବ 6ଟି ମ୍ୟାଚରୁ 3ଟିରେ ବିଜୟୀ ହୋଇ 6 ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲରେ ଉପରକୁ ଉଠିବାରୁ ଆଜି ଦୁଇ ଦଳ ଜୋରଦାର ଉଦ୍ୟମ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.