ଭନ୍‌ଙ୍କ ସଙ୍ଗୀନ ଅଭିଯୋଗ, ଆଇପିଏଲ କାରଣରୁ ମାଞ୍ଚେଷ୍ଟର ଟେଷ୍ଟ ବାତିଲ

author img

By

Published : Sep 11, 2021, 9:33 PM IST

ENG vs IND: Manchester Test cancellation all about money and IPL, says Vaughan

ଭାରତୀୟ ଖେଳାଳି କୋଭିଡ ସଂକ୍ରମିତ ହେବା ଓ ଇଣ୍ଡିଆନ ପ୍ରିମିୟର ଲିଗ(IPL) ରୁ ବାଦ ପଡିବା ଭୟ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହେବାର କାରଣ । ଅଧିକ ପଢନ୍ତୁ...

ମାଞ୍ଚେଷ୍ଟର: ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ୍‌, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମାଞ୍ଚେଷ୍ଟର ଟେଷ୍ଟ ବାତିଲକୁ ନେଇ ଅସନ୍ତୋଷ ଜାହିର କରିବା ସହ IPLକୁ ଦାୟୀ କରିଛନ୍ତି ।

ଭନ୍‌ କହିଛନ୍ତି, ଭାରତୀୟ ଖେଳାଳି କୋଭିଡ ସଂକ୍ରମିତ ହେବା ଓ ଇଣ୍ଡିଆନ ପ୍ରିମିୟର ଲିଗ(IPL) ରୁ ବାଦ ପଡିବା ଭୟ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହେବାର କାରଣ । ଭ୍ରମଣକାରୀ ଟିମର ସହକାରୀ ଫିଜିଓ COVID-19 ପଜିଟିଭ ଚିହ୍ନଟ ପରେ, ଶୁକ୍ରବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ବାତିଲ ହୋଇଥିଲା ।

  • IPL teams chartering planes .. 6 days quarantining required in the UAE .. 7 days till the tournament starts !!!! Don’t tell me the Test was cancelled for any other reason but the IPL ..

    — Michael Vaughan (@MichaelVaughan) September 11, 2021 " class="align-text-top noRightClick twitterSection" data=" ">

ଭନ୍‌ କହିଛନ୍ତି, "ସଚ୍ଚୋଟତାର ସହ କହିଲେ ଏହା ଟଙ୍କା ଓ IPL ପାଇଁ । ଖେଳାଳିମାନେ କୋଭିଡ ପଜିଟିଭ ହେବା ସହିତ IPLରୁ ବାଦ୍‌ ପଡିବାର ଭୟ ଯୋଗୁଁ ଟେଷ୍ଟ ବାତିଲ ହେଲା । କ୍ରିକେଟ ପାଇଁ ଏହି ଟେଷ୍ଟ ମ୍ୟାଚ୍‌ ଆବଶ୍ୟକ ଥିଲା । ସିରିଜ ରୋମାଞ୍ଚକର ସ୍ଥିତିରେ ଥିଲା । ଟସ୍‌ ପଡିବାର ୯୦ ମିନିଟ ପୂର୍ବରୁ ମ୍ୟାଚ ବାତିଲ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ । ଟଙ୍କା ଖର୍ଚ୍ଚ କରି ଟିକେଟ କିଣିଥିବା ଦର୍ଶକଙ୍କୁ ଏହା ସଂପୂର୍ଣ୍ଣ ଅସମ୍ମାନ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.