ETV Bharat / sports

IND vs SL: 5 ବର୍ଷ ପରେ ଇଡେନ ଗାର୍ଡେନରେ ଦିନିକିଆ ମ୍ୟାଚ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

author img

By

Published : Jan 12, 2023, 10:08 AM IST

ପାଞ୍ଚ ବର୍ଷ ପରେ ଇଡେନ ଗାର୍ଡେନରେ ଟିମ ଇଣ୍ଡିଆ ଦିନିକିଆ ମ୍ୟାଚ ଖେଳିବ । ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । ଅଧିକ ପଢନ୍ତୁ

ଟିମ ଇଣ୍ଡିଆ
ଟିମ ଇଣ୍ଡିଆ

କୋଲକାତା: ଇଡେନ ଗାର୍ଡେନରେ ଆଜି (ଗୁରୁବାର) ଭାରତ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ବହୁତ ଖାସ ରହିଛି । କାରଣ ପାଞ୍ଚ ବର୍ଷ ପରେ ଏହି ପିଚରେ ଟିମ ଇଣ୍ଡିଆ ଦିନିକିଆ ମ୍ୟାଚ ଖେଳିବ । ଏସିଆର ଏହି ବଡ ଗ୍ରାଉଣ୍ଡ ଇଡେନ ଗାର୍ଡେନରେ ସେପ୍ଟେମ୍ବର ୨୧ ତାରିଖ ବର୍ଷ ୨୦୧୭ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଘରୋଇ ଟିମ 50 ରନରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।

ଶ୍ରୀଲଙ୍କା ବିପକ୍ଷ ତିନି ଟିକିଆ ଏହି ଦିନିକିଆ ସିରିଜରେ ମେନ୍ ଇନ୍ ବ୍ଲୁ ୧-୦ ରେ ଆଗୁଆ ରହିଛି । ପ୍ରଥମ ଦିନିକିଆରେ ସିଂହଳୀ ଟିମକୁ ୬୭ ରନରେ ପରାସ୍ତ କରିଥିଲା ରୋହିତ ଏଣ୍ଡ କୋ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୭୩ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୬ ରନ କରିଥିଲା । ଏହି ମ୍ୟାଚରେ ବିରାଟ କୋହଲି ୨୦୨୩ ବର୍ଷରେ ଭାରତୀୟ ହିସାବରେ ଦିନିକିଆ ମ୍ୟାଚରେ ଶତକ ହାସଲ କରିଥିଲେ ।

ତେବେ ଭାରତ ଦ୍ବିତୀୟ ଦିନିକିଆରେ ସିରିଜ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ୫ ବର୍ଷ ପରେ ଇଡେନ ଗାର୍ଡେନରେ ଭାରତୀୟ ଟିମ ପୁଣି ଥରେ ବିଜୟ ହାସଲ କରି ରିଟନ ଗିଫ୍ଟ ଦେବାକୁ ଚାହିଁବ । ସେହିପରି ବିରାଟ କୋହଲିଙ୍କଠାରୁ ପୁଣି ଥରେ ଶତକୀୟ ପାଳି ଆଶା ରଖିବେ ପ୍ରଶଂସକ । ଡିସେମ୍ବର ୧୦ ତାରିଖରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ କୋହଲି ଶତକୀୟ ଇନିଂସ ଖେଳିଥିଲେ । ଏହା ପରେ ଲଗାତାର ପୁଣି ଥରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ବର୍ଷର ପ୍ରଥମ ଶତକ ହାସଲ କରିଥିଲେ । ଦ୍ବିତୀୟ ଦିନିକିଆରେ କୋହଲି ଇଡେନ ଗର୍ଡେନରେ ହ୍ୟାଟ୍ରିକ ଶତକ ମାରିବାର ଆଶା ରହିଛି । ସେପଟେ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଇଡେନ ଗାର୍ଡେନ ଷ୍ଟାଡିୟମ ଆଗରୁ ଲକି ସାବ୍ୟସ୍ତ ହୋଇଛି । ସେ ବର୍ଷ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୧୭୩ ବଲରୁ ୨୬୪ ରନର ପାଳି ଖେଳି ରେକର୍ଡ କରିଥିଲେ ।

ସେପଟେ ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଦ୍ବିତୀୟ ଦିନିକିଆକୁ ହାଲୁକା ଭାବରେ ନେବନି ସିଂହଳୀ ଟିମ । ୨୦୨୨ ଏସିଆ କପ ବିଜେତା ଶ୍ରୀଲଙ୍କା ମ୍ୟାଚ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ପ୍ରଥମ ଦିନିକିଆରେ ଅଧିନାୟକ ଦାସୁନ ଶନକା ବିଦେଶ ମାଟିରେ ୨୦୨୩ ବର୍ଷର ପ୍ରଥମ ଶତକ ହାସଲ କରିଥିଲେ । ହେଲେ ତାଙ୍କର ଲଢୁଆ ଶତକ ସତ୍ତ୍ବେ ଶ୍ରୀଲଙ୍କାକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ତେଣୁ ଦ୍ବିତୀୟ ଦିନିକିଆରେ ସ୍ବତନ୍ତ୍ର ରଣନୀତି ନେଇ ମଇଦାନକୁ ଓହ୍ଲାଇବ ସିଂହଳୀ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.