ETV Bharat / sports

Covid Outbreak in South Africa: ବାତିଲ ହେବକି ଭାରତ ଦକ୍ଷିଣ ଆଫିକା ସରିଜ ?

author img

By

Published : Nov 26, 2021, 9:33 PM IST

ମହାମାରୀ କୋରୋନା ନୂଆ ରୂପ ଧାରଣ କରି ଦକ୍ଷିଣ ଆଫ୍ରିକାରେ ପୁଣି ଡରାଇବା ଆରମ୍ଭ କରିଛି । ଭାରତ-ଦକ୍ଷିଣ ଆଫ୍ରିକା ସିରିଜକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

Coroan Outbreak in South Africa: ବାତିଲ ହେବକି ଭାରତ ଦକ୍ଷିଣ ଆଫିକା ସରିଜ ?
Coroan Outbreak in South Africa: ବାତିଲ ହେବକି ଭାରତ ଦକ୍ଷିଣ ଆଫିକା ସରିଜ ?

ନୂଆଦିଲ୍ଲୀ: ମହାମାରୀ କୋରୋନା ନୂଆ ରୂପ ଧାରଣ କରି ଦକ୍ଷିଣ ଆଫ୍ରିକାରେ ପୁଣି ଡରାଇବା ଆରମ୍ଭ କରିଛି । କୁହାଯାଉଛି ଏହି ନୂଆ ଭାରିଆଣ୍ଟ ଡେଲଟା ଭାରିଆଣ୍ଟଠାରୁ ଆହୁର ବିପଜ୍ଜନକ ( new covid variant in south africa ) । ଏଥିପାଇଁ ଦକ୍ଷିଣ ଆଫ୍ରିକାରେ ସମସ୍ତ କ୍ରୀଡ଼ା ବାତିଲ ହୋଇପାରେ । ତେବେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ତେବେ ବାକି ଥିବା ମ୍ୟାଚ ହେବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି (india vs south africa series is in doubt) ।

ଏହାରି ମଧ୍ୟରେ ଆଉ ଏକି ଚିନ୍ତାର ବିଷୟ ହେଉଛି । ଡିସେମ୍ବର ମାସରେ ଭାରତ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ତେବେ କୋଭିଡ ସଂକ୍ରମଣର ଖବର ପରେ ଏହି ସିରିଜକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଇଣ୍ଡିଆ-ଏ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି । କୋରୋନା ସଂକ୍ରମଣ ପରେ ଭାରତୀୟ-ଏ ଦଳ ସ୍ବଦେଶ ଫେରିପାରେ ବୋଲି ଆଲୋଚନା ହେଉଛି ।

ସେପଟେ ଭାରତୀୟ ଦଳର ଗସ୍ତ ନେଇ ବିସିସିଆଇ ପକ୍ଷରୁ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ କୌଣସି ଗ୍ରାଉଣ୍ଡ ରିପୋର୍ଟ ଆସିବା ପରେ ହିଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ଡିସେମ୍ବର ୧୭ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ସହ ତିନୋଟି ଟେଷ୍ଟ ମ୍ୟାଚ୍‌, ତିନୋଟି ଦିନିକିଆ ମ୍ୟାଚ୍‌ ଓ ୪ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ଅଛି ଭାରତ । ତେବେ ନୂଆ ଭାରିଆଣ୍ଟର ଭୟ ପରେ ଏହି ସିରିଜକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ବିସିସିଆଇର ଏହାକୁ ନେଇ ଆଭିମୁଖ୍ୟ କଣ ରହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.