ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ

author img

By

Published : Jun 28, 2022, 2:06 PM IST

ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ

ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ । ମେନ ଇନ ବ୍ଲୁ ଓ ବ୍ଲାକକ୍ୟାପ୍ସ ମଧ୍ୟରେ ଖେଳାଯିବ 3 ଟି-ଟ୍ବେଣ୍ଟି ସିରିଜ ଓ 3ଟି ଦିନିକିଆ ମ୍ୟାଚ୍‌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା 5ରୁ 6 ମାସ ଭାରତୀୟ ଦଳ ପାଇଁ ମ୍ୟାଚରେ ଭରପୁର ରହିବ । ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଭାରତ । ମେନ ଇନ ବ୍ଲୁ ଓ ବ୍ଲାକକ୍ୟାପ୍ସ ମଧ୍ୟରେ 3 ଟି-ଟ୍ବେଣ୍ଟି ସିରିଜ ଓ 3ଟି ଦିନିକିଆ ଖେଳାଯିବ ।

କିଛି ଦିନ ପରେ ଦଳ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିବା ଆରମ୍ଭ କରିଦେବ ଭାରତ । ଏହାପରେ ଏସିଆ କପ୍ ଓ ଟି୨୦ ବିଶ୍ବକପ୍ ରହିଛି । ପରେ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଦଳ । ନଭେମ୍ବର 18ରୁ 30 ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ପୁଣି ନ୍ୟୁଜିଲାଣ୍ଡ ହ୍ବାଇଟ ବଲ ସିରିଜ ପାଇଁ ଆସନ୍ତା ବର୍ଷ ଭାରତ ଆସିବ । ବର୍ତ୍ତମାନ ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ 3 ଟିକିଆ ଟି-ଟ୍ବେଣ୍ଟି ସିରିଜ ଚାଲିିଛି ।

ନ୍ୟୁଜିଲାଣ୍ଡ ବନାମ ଭାରତ

ନଭେମ୍ବର ୧୮-ପ୍ରଥମ ଟି୨୦, ସ୍କାଏ ଷ୍ଟାଡିୟମ୍, ୱେଲିଙ୍ଗଟନ୍

ନଭେମ୍ବର ୨୦- ଦ୍ୱିତୀୟ ଟି୨୦ ବାଇ ଓଭାଲ୍, ମାଉଣ୍ଟ ମାଉଙ୍ଗାନୁଇ

ନଭେମ୍ବର ୨୨- ତୃତୀୟ ଟି୨୦, ମ୍ୟାକ୍ଲିନ୍ ପାର୍କ, ନେପିଅର୍

ଦିନିକିଆ ସିରିଜ୍

ନଭେମ୍ବର ୨୫- ପ୍ରଥମ ଦିନିକିଆ, ଇଡେନ୍ ପାର୍କ, ଅକଲ୍ୟାଣ୍ଡ

ନଭେମ୍ବର ୨୭- ଦ୍ୱିତୀୟ ଦିନିକିଆ, ସେଡନ୍ ପାର୍କ, ହାମିଲଟନ୍

ନଭେମ୍ବର ୩୦- ତୃତୀୟ ଦିନିକିଆ, ହେଗଲି ଓଭାଲ୍, ଖ୍ରୀଷ୍ଟଚର୍ଚ

ଭାରତ ଶୁକ୍ରବାର ଠାରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବ, ଏହା ବ୍ୟତୀତ ତିନୋଟି ଟି-ଟ୍ୱେଣ୍ଟି ଦିନିିକିଆ ଖେଳିବ । ଏହା ପରେ ଭାରତ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ । ସେଠାରେ 3ଟି ଦିନିକିଆ ଓ 5ଟି ଟି-ଟ୍ବେଣ୍ଟି ଖେଳିବ । ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଫାଇନାଲ ମୁକାବିଲା ନଭେମ୍ବର ୧୩ରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.