ETV Bharat / sports

WTC Final: 15 ଜଣିଆ ଭାରତୀୟ ସ୍କ୍ବାଡ ଘୋଷଣା, ଦଳକୁ ଫେରିଲେ ଆଜିଙ୍କ୍ୟ ରାହାଣେ

author img

By

Published : Apr 25, 2023, 12:07 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଭାରତର 15 ଜଣିଆ ଦଳ ଘୋଷଣା କରିଛି ବିସିିସିଆଇ । ଟେଷ୍ଟ ଦଳକୁ ଫେରିଛନ୍ତି ଆଜିଙ୍କ୍ୟ ରାହାଣେ । ଅଧିକ ପଢନ୍ତୁ

ICC World Test Championship
India squad for WTC Fina

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । 15 ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳିବ ଭାରତ । ଭାରତୀୟ ଦଳକୁ ଫେରିଛନ୍ତି ଆଜିଙ୍କ୍ୟ ରାହାଣେ । ଆସନ୍ତା ଜୁନ୍‌ 7 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ WTC ଫାଇନାଲ ଖେଳିବ ଭାରତ । ଜୁନ 11 ଯାଏଁ ଚାଲିବ ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ । ଇଂଲଣ୍ଡର ଓଭାଲରେ ମ୍ୟାଚ ଖେଳାଯିବ ।

ଜାରି ରହିଥିବା ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଆଜିଙ୍କ୍ୟ ରାହାଣେ ଭଲ ଫର୍ମରେ ରହିଛନ୍ତି । ଦୁଇଟି ମ୍ୟାଚରେ ତାଙ୍କର ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହା ପରେ ସେ ବିଶ୍ବ ଟେଷ୍ଟ ଚାମ୍ପିଆନସିପରେ ଖେଳିବା ପାଇଁ ଆଶାବାଦୀ ଥିବା ଆକଳନ କରାଯାଉଥିଲା । ସୁଯୋଗ ମିଳିଲେ ସେ ଭାରତ ପାଇଁ ପୁଣି ଟେଷ୍ଟ ଖେଳିବେ ବୋଲି ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ । ଅନୁମାନ ସତ ହୋଇଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଘୋଷିତ ଭାରତୀୟ ଦଳରେ ରାହାଣେଙ୍କୁ ସ୍ଥାନ ମିଳିଛି ।

ଏହା ବି ପଢନ୍ତୁ...WTC Final: 17 ଜଣିଆ ଅଷ୍ଟ୍ରେଲିଆ ସ୍କ୍ବାଡ ଘୋଷଣା, ପ୍ୟାଟ୍‌ କମିନ୍ସଙ୍କ ହାତରେ କମାଣ

ଲଗାତାର ଦ୍ବିତୀୟ ଥର ପାଇଁ ଡବ୍ଲୁଟିସି ଫାଇନାଲରେ ପ୍ରବେଶ କରିଛି ଭାରତ । ଚଳିତ ବର୍ଷ ଫେବୃଆରୀ 9 ତାରିଖରୁ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ୍‌ ସିରିଜ ଆରମ୍ଭ ହୋଇଥିଲା । 4ଟି ଟେଷ୍ଟରେ ଭାରତ 2-1ରେ ବିଜୟ ହାସଲ କରିଥିଲା । ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତିଥିଲା ଭାରତ । ତୃତୀୟ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିଲା । ଚତୁର୍ଥ ଟେଷ୍ଟ ଡ୍ର' ରହିଥିଲା । ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ଭାରତ ପାଇଁ ବୁଷ୍ଟ୍‌ ସାବ୍ୟସ୍ତ ହୋଇଥିଲା । ଶ୍ରୀଲଙ୍କାର ପରାଜୟ ପରେ ଲଗାତାର ଦ୍ବିତୀୟ ଥର ପାଇଁ WTC ଫାଇନାଲରେ ପ୍ରବେଶ କରିଥିଲା ଟିମ୍‌ ଇଣ୍ଡିଆ । ଜୁନ୍‌ 7 ତାରିଖରେ ଆଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ୍‌ ଚମ୍ପିଆନସିପ୍‌ ଖେଳିବ ରୋହିତ ବାହିନୀ । ଓଭାଲରେ ଖେଳାଯିବ ମ୍ୟାଚ । ଏହାପୂର୍ବରୁ ଅଷ୍ଟ୍ରେଲିଆ ତାର ସ୍କ୍ୱାଡ୍‌ ଘୋଷଣା କରିଛି ।

ଏହା ବି ପଢନ୍ତୁ...ଟିମ୍‌ ଇଣ୍ଡିଆକୁ ଫେରିବା ଲକ୍ଷ୍ୟରେ ଆଜିଙ୍କ୍ୟ ରାହାଣେ, WTC ଫାଇନାଲ ଖେଳିବା ଆଶା

ପ୍ରକଶଥାଉ କି, ଅଷ୍ଟ୍ରେଲିଆ ଗତ ଏପ୍ରିଲ 19 ତାରିଖରେ 17 ଜଣିଆ ଦଳ ଘୋଷଣା କରିଥିଲା । ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ଭାରତ ବିପକ୍ଷରେ ଡବ୍ଲୁଟିସି ଫାଇନାଲ ଖେଳିବ ଅଷ୍ଟ୍ରେଲିଆ । ସ୍ମିଥ୍‌ ଉପ ଅଧିନାୟକ ରହିଛନ୍ତି ।

ଭାରତ 15 ଜଣିଆ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ ଭାରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଉକତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.