ETV Bharat / sports

Ind vs WI 3rd ODI: ଟସ ଜିତିଲେ ରୋହିତ, ପ୍ରଥମେ କରିବେ ବ୍ୟାଟିଂ

author img

By

Published : Feb 11, 2022, 1:34 PM IST

Updated : Feb 11, 2022, 6:02 PM IST

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତୃତୀୟ ଦିନିକିଆ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ପୂର୍ବରୁ ଟସ୍ ଜିତିଛନ୍ତି ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ । ଅଧିକ ପଢନ୍ତୁ

ଟସ ଜିତିଲେ ରୋହିତ
ଟସ ଜିତିଲେ ରୋହିତ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତୃତୀୟ ଦିନିକିଆ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ପୂର୍ବରୁ ଟସ୍ ଜିତିଛନ୍ତି ରୋହିତ ଶର୍ମା । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛ ଭାରତ । ତେବେ ଶେଷ ଦିନିକିଆ ଜିତି ଦଳ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି । କୋରୋନାରେ ଆକ୍ରାନ୍ତ ହୋଇ ପୂର୍ବ ଦୁଇଟି ମ୍ୟାଚରୁ ବାଦ ପଢିଥିବା ଶିଖର ଧାୱନ ଓ ଶ୍ରେୟାସ ଆୟରଙ୍କୁ ଏକାଦଶରେ ସୁଯୋଗ ମିଳିଛି ।

ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ପ୍ରଥମେ ବୋଲିଂ କରିବାକୁ ୱେଷ୍ଟ ଇଣ୍ଡିଜକୁ ଆମନ୍ତ୍ରଣ କରିଛନ୍ତି । ଆଜିର ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ଟିମ ଇଣ୍ଡିଆ ଥିବାବେଳେ ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇଛି ଇଣ୍ଡିଜ । ରୋହିତ ଶର୍ମା ଓ ଶିଖର ଧାୱନ ପାଳି ଆରମ୍ଭ କରିଛନ୍ତି । ଶ୍ରେୟାସ ଆୟର ମଧ୍ୟ ଏକାଦଶରେ ସାମିଲ ଅଛନ୍ତି ।

ପୂର୍ବରୁ ୨-୦ରେ ମ୍ୟାଚ ଜିତି ସିରିଜ କବାଜା କରିସାରିଛି । ଆଜି ସମ୍ମାନ ପାଇଁ ସମସ୍ତ ବୁଦ୍ଧି ଓ ବଳ ଖଟାଇବ ୱେଷ୍ଟ ଇଣ୍ଡିଜ ଦଳ । ସିରିଜରେ ଅନ୍ତିମ ଦିନିକିଆରେ କ୍ଲିନ ସୁଇପ ବନାମ ସମ୍ମାନ ପାଇଁ ଏକ ଜୋରଦାର ଲଢେଇ ହେବ । ଦୁଇ ଓଭର ସୁଦ୍ଧା ଭାରତ ବିନା ୱିକେଟ ହରାଇ ୧୪ରନ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 11, 2022, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.