Ind vs Aus T20: ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ

author img

By

Published : Sep 20, 2022, 8:56 PM IST

Updated : Sep 20, 2022, 9:29 PM IST

Ind vs Aus T20 : ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ଦେଇଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ୨୦୮ ରନ କରିଛି ।

ହାଇଦ୍ରାବାଦ: ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆକୁ ୨୦୯ ରନର ଟାର୍ଗେଟ ଦେଇଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ୨୦୮ ରନ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଆସିଥିଲା ଭାରତ । ଆଜିର ମ୍ୟାଚରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବିସ୍ଫୋରକ ଅର୍ଦ୍ଧଶତକ । ସେପଟେ ଓପନିଂ ପାଇଁ ଆସିଥିବା ଲୋକଶ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ରହିଛନ୍ତି । ସେ ୩୫ ବଲରୁ ୪ଟି ଚୌକା ଏବଂ ୩ ଟି ଛକା ମାରି ୫୫ ରନ କରି ଆଉଟ ହୋଇଛନ୍ତି । ସେପଟେ ଆଜି ବିଫଳ ରହିଛନ୍ତି ଅଧିନାୟକ ରୋହିତ ଶର୍ମା । ତାଙ୍କ ବ୍ୟାଟରୁ ଆଖିଦୃଶିଆ ସ୍କୋର ବାହାରି ନାହିଁ । ସେ ୯ ଟି ବଲରୁ ଗୋଟିଏ ଛକା ଏବଂ ଗୋଟିଏ ଚୌକା ସହିତ ୧୧ ରନ କରି ସଅଳ ପାଭଲିୟନ ଫେରିଯାଇଥିଲେ । ସେପଟେ ତୃତୀୟ ଅର୍ଡରରେ ବ୍ୟାଟିଂ ପାଇଁ ଆସିଥିବା ବିରାଟ କୋହଲି ଆଜି ନିରାଶ କରିଛନ୍ତି । ସେ ୨ ରନ କରି ଆଉଟ ହୋଇଥିଲେ । ୪ ଓଭରରେ ଭାରତ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହରାଇସାରିଥିଲେ ।

ଏହା ପରେ ମଇଦାନକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ଯାଦବ ଏବଂ ଲୋକେଶ ରାହୁଲ ପାର୍ଟନରସିପରେ ଦଳୀୟ ସ୍କୋରକୁ ଆଗକୁ ବଢାଇଥଲେ । ୧୧ ଓଭରରେ ଲୋକେଶ ରାହୁଲଙ୍କ ୱିକେଟ ପଡିଥିଲା । ଏହା ପରେ ଦମଦାର ଫର୍ମରେ କ୍ରିଜକୁ ଆସିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ବ୍ୟାଟ ଆଜି ମୋହଲିରେ ଚୌକା ଛକାରେ ଗର୍ଜିବାରେ ଲାଗିଥିଲା । ସେ ୩୦ ଟି ବଲରୁ ୭ ଟି ଚୌକା ଏବଂ ୫ ଟି ଛକା ମାରି ୭୧ ରନ ଇନିଂସ ଖେଳି ଅପରାଜିତ ରହିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ୨୫ ବଲରୁ ୨ଟି ଚୌକା ଏବଂ ୪ ଟି ଛକା ସହିତ ୪୬ ରନ କରି ଆଉଟ ହୋଇଛନ୍ତି । ଅକ୍ଷର ପଟେଲ ଏବଂ ଦିନେଶ କାର୍ତ୍ତିକ ଉଭୟ ୬ ରନ କରି ଆଉଟ ହୋଇଥିବା ବେଳେ ହର୍ଷଲ ପଟେ ୭ ରନ କରି ଅପରାଜିତ ରହିଛନ୍ତି । ସେପଟେ ଅଷ୍ଟ୍ରେଲିଆର ନାଥନ ଏଲିସ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଛନ୍ତି ।

Last Updated :Sep 20, 2022, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.