ETV Bharat / sports

World Cup 2023: ବିଳି ବିଳଉଛନ୍ତି ମିକି ଆର୍ଥର, କହିଲେ ଏହା ICC ନୁହେଁ BCCI ଇଭେଣ୍ଟ

author img

By ETV Bharat Odisha Team

Published : Oct 15, 2023, 2:24 PM IST

ବିଶ୍ବକପ 2023 ସଂସ୍କରଣର 12ତମ ଲିଗ ମ୍ୟାଚରେ ପାକିସ୍ତାନକୁ ମାତ ଦେଇଛି ଭାରତ । ଏହାପରେ ବିଳ ବିଳଉଛନ୍ତି ପାକିସ୍ତାନ ଟିମ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

pakistan team director statement
World Cup 2023

ଅହମ୍ମଦାବାଦ: କ୍ରିକେଟ ବିଶ୍ବକପର 13 ତମ ସଂସ୍କରଣରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ମାଡି କାମୁଡିଛି । ଆଇସିସି କ୍ରିକେଟ ବିଶ୍ବକପରେ ଖେଳାଯାଇଥିବା 12ତମ ଲିଗ ମ୍ୟାଚରେ ଭାରତ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ପାକିସ୍ତାନର ଏହି ପରାଜୟ ପରେ ବିଳ ବିଳାଉଛନ୍ତି ଦଳର ନିର୍ଦ୍ଦେଶକ ତଥା କୋଚ ମିକି ଆର୍ଥର । ସେ କହିଛନ୍ତି ଏହା ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ପରି ମନେ ହେଉଛି ।

କ୍ରିକେଟ ବିଶ୍ବକପର 13 ତମ ସଂସ୍କରଣରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ମାଡି କାମୁଡିଛି । ଆଇସିସି କ୍ରିକେଟ ବିଶ୍ବକପରେ ଖେଳାଯାଇଥିବା 12ତମ ଲିଗ ମ୍ୟାଚରେ ଭାରତ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ପାକିସ୍ତାନର ଏହି ପରାଜୟ ପରେ ବିଳ ବିଳାଉଛନ୍ତି ଦଳର ନିର୍ଦ୍ଦେଶକ ତଥା କୋଚ ମିକି ଆଥର । ସେ କହିଛନ୍ତି ଏହା ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ପରି ମନେ ହେଉଛି ।

ଏହା ବି ପଢନ୍ତୁ...World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ

ମୁଁ ମିଛ କହିବି ନାହିଁ: ଷ୍ଟାଡିୟମରେ ଉପସ୍ଥିତ ଫ୍ୟାନ୍ସ ଦଳର ପରାଜୟର କାରଣ କି ବୋଲି ପ୍ରଶ୍ନରେ ମିକି ଆଥର କହିଥିଲେ, '' ମୁଁ ମିଛ କହିବି ନାହିଁ । ଅହମ୍ମଦାବାଦରେ ଦର୍ଶକ ଭାରତୀୟ ଦଳକୁ ଜୋରଦାର ସମର୍ଥନ କରିଥିଲେ । ଇଣ୍ଡିଆ-ଇଣ୍ଡିଆ ନାରା ଲଗାଇଥିଲେ । ପାକିସ୍ତାନକୁ ବିଲକୁଲ ସମର୍ଥନ ମିଳି ନଥିଲା । ଏହା ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ପରି ମନେ ହେଉଥିଲା । ଏକ ଦ୍ବିପାକ୍ଷିକ ସିରିଜ ପରି ଲାଗୁଥିଲା । ଏହା ବିସିସିଆଇର ଏକ ଆୟୋଜନ ପରି ମନେ ହେଉଥିଲା । 1 ଲକ୍ଷ 30 ହାଜର ଦର୍ଶକଙ୍କ ମଧ୍ୟରେ ଜଣେ ବି ପାକିସ୍ତାନ ଫ୍ୟାନ୍ସ ନରହିବା ଦଳର ପରାଜୟର କାରଣ । ଏହିଭଳି ମୁକାବିଲାରେ ୱିକେଟ୍‌ ନନେବା ଓ ବ୍ୟାଟିଂ ବିପର୍ଯ୍ୟୟ ପରାଜୟର କାରଣ ବୋଲି କହିଥିଲେ ମିକି ଆର୍ଥର ।

ଏହା ବି ପଢନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ପ୍ରକାଶ ଥାଉ କି, ଆଇସିସି ଦିନିକିଆ କ୍ରିକେଟ୍‌ ବିଶ୍ବକପର 12ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ବ୍ୟାଟିଂ କରି ପାକିସ୍ତାନ 191 ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ମାଟି କାମୁଡ଼ିଥିଲା ବାବରବାହିନୀ । 42.5 ଓଭର ଖେଳି ପାକିସ୍ତାନ 191 ରନରେ ଅଲଆଉଟ ହୋଇଥିଲା । 192 ରନ୍‌ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଭାରତ 30 ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । 7 ୱିକେଟ୍‌ରେ ବାଜି ମାରି ନେଇଥିଲା ଟିମ୍‌ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଯଶପ୍ରୀତ ବୁମରା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.