ETV Bharat / sports

Cricket World Cup 2023: 190 ରନରେ ହାରିଲା ନ୍ୟୁଜିଲାଣ୍ଡ

author img

By ETV Bharat Odisha Team

Published : Nov 1, 2023, 9:32 PM IST

Updated : Nov 1, 2023, 10:18 PM IST

ଆଜି ଦକ୍ଷିଣ ଆଫ୍ରିକା ଠାରୁ 190 ରନରେ ହାରିଲା ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚ ପରେ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ 4ର୍ଥ ସ୍ପଟ୍ କୁ ଖସିଛି ।

Cricket World Cup 2023
Cricket World Cup 2023

ମୁମ୍ବାଇ: ବଢିଲା ନ୍ୟୁଜିଲାଣ୍ଡର ଟେନସନ । ପୁଣି ହାରିଲା ନ୍ୟୁଜିଲାଣ୍ଡ । ଆଜି ଦକ୍ଷିଣ ଆଫ୍ରିକା ଠାରୁ 190 ରନରେ ହାରିଛି ନ୍ୟୁଜିଲାଣ୍ଡ ।

ଏହା ମଧ୍ୟ ପଢନ୍ତୁ....Cricket World Cup 2023: ନ୍ୟୁଜିଲାଣ୍ଡକୁ 358ରନ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଡିକକ-ଡୁସେନଙ୍କ ଦମଦାର ଶତକ

358 ରନକୁ ପିଛା କରି ଆରମ୍ଭରୁ ଆଣ୍ଠେଇଥିଲା ନ୍ୟୁଜିଲାଣ୍ଡ । ଦଳୀୟ ସ୍କୋର ମାତ୍ର 8 ରନ ଥିବା ବେଳେ ଆଉଟ ହୋଇଥିଲେ ଷ୍ଟାର ଓପନର ଡେଭନ କନଓ୍ବେ । ପରେ ଇନଫର୍ମ ରଚିନ ରିବନ୍ଦ୍ର ମଧ୍ୟ କମାଲ କରିପାରି ନଥିଲେ । ରବିନ୍ଦ୍ର ମାତ୍ର 9 ରନ କରି ଆଉଟ ହୋଇଥିଲେ । 45 ରନରେ 2ଟି ଓ୍ବିକେଟ ପଡିବା ପରେ ଷ୍ଟାର ବ୍ୟାଟର ଡାରିଲ୍ ମିଚେଲଙ୍କ ଉପରେ ଥିଲା ନ୍ୟୁଜିଲାଣ୍ଡ ଫ୍ୟାନ୍ସଙ୍କ ଆଖି ହେଲେ 24 ରନ କରି ପାଭିଲିୟନ ଫେରିଥିଲେ ମିଚେଲ । ଏପରିକି ମିଚେଲ ଆଉଟ ହେବା ପୂର୍ବରୁ ଓପନର ଓ୍ବିଲ୍ ୟଙ୍ଗ ଏବଂ ଅଧିନାୟକ ଟମ ଲାଥମ ମଧ୍ୟ ପାଭିଲିୟନ ଫେରିସାରିଥିଲେ ।

ଦଳ ମାତ୍ର 90 ରନରେ 5ଟି ଓ୍ବିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ବ୍ୟାଟିଂ କରିବାକୁ ଆସିଥିଲେ ସାଣ୍ଟନର ହେଲେ ସେ ମାତ୍ର 7 ରନ କରି ଆଉଟ ହୋଇଥିଲେ । ପରେ ଟେଲ୍ ଏଣ୍ଡରଙ୍କ ସହିତ ଲଢିଥିଲେ ଫିଲିପ୍ସ । କିନ୍ତୁ ଦଳ ମାତ୍ର 167 ରନ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଫିଲିପ୍ସ ବ୍ୟକ୍ତିଗତ 60 ରନ ସ୍କୋର କରିଥିଲେ ।

ଏପଟେ ବୋଲିଂରେ କେବଳ 5 ଜଣ ବୋଲରଙ୍କୁ ଓହ୍ଲାଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ବଭୁମା । ଦଳର ଷ୍ଟାର ବୋଲର ମାରକୋ ଜନସନ 8 ଓଭର ବୋଲିଂ କରି ମାତ୍ର 31 ରନ ଖର୍ଚ୍ଚ କରି 3ଟି ଓ୍ବିକେଟ ନେଇଥିବା ବେଳେ ସ୍ପିନ ଯାଦୁରେ ଫସାଇଥିଲେ କେଶବ ମହାରାଜା । ସେ 9 ଓଭର ବୋଲିଂ କରି ମାତ୍ର 46 ରନ ଦେଇ 4ଟି ଓ୍ବିକେଟ ନେଇଛନ୍ତି । ସେହିପରି କୋଟିଜ୍, ରାବାଡା ଏବଂ ଏନଗିଡି ମଧ୍ୟ କଞ୍ଜୁସି ବୋଲିଂ କରି ନ୍ୟୁଜିଲାଣ୍ଡ ବ୍ୟାଟିଂକୁ ଚାପରେ ରଖିଥିଲେ । ତେବେ ଆଜିର ମ୍ୟାଚ ପରେ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲରେ 4ର୍ଥ ସ୍ପଟ୍ କୁ ଖସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2023, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.