ETV Bharat / sports

Cricket World Cup 2023: ସେମି ଟିକେଟ ଲକ୍ଷ୍ୟରେ କିଓ୍ବି ଟିମ୍, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

author img

By ETV Bharat Odisha Team

Published : Nov 9, 2023, 3:58 PM IST

ଆଜିର ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡକୁ ସେମି ଟିକେଟ ମିଳିବ । ଏପଟେ ଚମ୍ପିଆନ୍ସଟ୍ରଫି ଟିକେଟ ହାସଲ ଲକ୍ଷ୍ୟରେ ଶ୍ରୀଲଙ୍କା । ଅଧିକ ପଢନ୍ତୁ

Cricket World Cup 2023: ସେମି ଟିକେଟ ଲକ୍ଷ୍ୟରେ କିଓ୍ବି ଟିମ୍, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ
Cricket World Cup 2023: ସେମି ଟିକେଟ ଲକ୍ଷ୍ୟରେ କିଓ୍ବି ଟିମ୍, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ବେଙ୍ଗାଲୁରୁ: ବିଶ୍ବକପର 41 ତମ ମ୍ୟାଚରେ ଆମ୍ନାସାମ୍ନି ହୋଇଛନ୍ତି ଟିମ୍ ବ୍ଲାକ୍‌କ୍ୟାପ୍ ଏବଂ ଟିମ୍ ଶ୍ରୀଲଙ୍କା । ଉଭୟଙ୍କ ଏହା ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ । ଆଜିର ମ୍ୟାଚଟି ଉଭୟ ଦଳ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଆଜିର ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡ ପାଇଁ ଏକ ପ୍ରକାର ସେମି ରାସ୍ତା ସଫା ହେବା ସହିତ କିଓ୍ବି ଟିମକୁ ସେମି ଟିକେଟ ମିଳିବ । ଏପଟେ ଶ୍ରୀଲଙ୍କ ଆଜିର ମ୍ୟାଚ ଜିତି ଓ୍ବିନିଂ ନୋଟରେ ଓ୍ବାଲ୍ଡକପ୍ ଜର୍ଣ୍ଣି ଶେଷ କରିବା ସହିତ 2025ରେ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସଟ୍ରଫି ପାଇଁ ଟିକେଟ ହାସଲ ପାଇଁ ଲକ୍ଷ୍ୟ ରଖିଛି ।

ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଚାଲିଥିବା ବେଳେ ମୁଣ୍ଡ ଉପରେ ବର୍ଷା ଟେନସନ ରହିଛି । ଏପଟେ ପାଗ ଭଲ ଥିବାରୁ ସମୟରେ ଆରମ୍ଭ ହୋଇଛି ମ୍ୟାଚ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଆଗୁଆ ବ୍ୟାଟିଂ କରୁଛି ଟିମ୍ ଶ୍ରୀଲଙ୍କା ।



ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ଓପନର କୁଶଲ ପେରେରାଙ୍କ ଦମଦାର ଇନିଂସ ଏବଂ ଆଟାକିଂ ଆପ୍ରୋଚ ସତ୍ତ୍ବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଦଳ 15 ଓଭରେ 5ଟି ଓ୍ବିକେଟ ହରାଇ 95 ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ କ୍ରିଜରେ ଆଞ୍ଜେଲୋ ମ୍ୟାଥୁସ୍ ଏବଂ ଧନଞ୍ଜୟ ଡି ସିଲଭା ଖେଳୁଛନ୍ତି । ଭଉୟ ଯଥାକ୍ରମେ 13 ଏବଂ 12 ରନ କରି ଅପରାଜିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ...world cup 2023: ଭାରତ-ପାକିସ୍ତାନ ମଧ୍ୟରେ ହେବ କି ସେମି ଲଢେଇ ? ଜାଣନ୍ତୁ କଣ କହୁଛି ତାଜା ସମୀକରଣ

ଏପଟେ ଶ୍ରୀଲଙ୍କାର ଓପନର ନିଶଙ୍କା 2 ରନ ସ୍କୋର କରିଥିବା ବେଳେ ପେରେରା 51, କୁଶଲ ମେଣ୍ଡିସ 6 ରନ, ସମରାବିକ୍ରମ 1 ରନ ଏବଂ ଚରିଥା ଅସଲଙ୍କା 8 ରନ ସ୍କୋର କରିଛନ୍ତି ।
ତେବେ କିଓ୍ବି ଦଳର ବୋଲର ମଧ୍ୟ କମାଲ କରିଛନ୍ତି । ଦଳର ବେଷ୍ଟ ପେସର ବୋଲ୍ଟ 6 ଓଭର ବୋଲିଂ କରି 30 ରନ ଦେଇ 3ଟି ଓ୍ବିକେଟ ନେଇଥିବା ବେଳେ ସାଉଦି 3.2 ଓଭର ବୋଲିଂ କରି 36 ରନ ଦେଇ ଏକ ଓ୍ବିକେଟ ନେଇଛନ୍ତି । ଫର୍ଗୁସନ ମଧ୍ୟ 4 ଓଭର ବୋଲିଂ କରି 25 ରନ ଦେଇ ଏକ ଓ୍ବିକେଟ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...World Cup 2023: ଆଜି ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମୁକାବିଲା, ସେମି ଲକ୍ଷ୍ୟରେ କିୱି ଦଳ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.