ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡର ଘାତକ ବୋଲିଂ, ଆତ୍ମସମର୍ପଣ କଲା ଶ୍ରୀଲଙ୍କା

author img

By ETV Bharat Odisha Team

Published : Nov 9, 2023, 6:20 PM IST

Updated : Nov 9, 2023, 6:51 PM IST

ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ଧରାଶାୟୀ ହେଲା ଶ୍ରୀଲଙ୍କା । 172 ରନର ବିଜୟ ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି । ଅଧିକ ପଢନ୍ତୁ

Cricket World Cup 2023: ନ୍ୟୁଜିଲାଣ୍ଡର ଘାତକ ବୋଲିଂ, ଆତ୍ମସମର୍ପଣ କଲା ଶ୍ରୀଲଙ୍କା
Cricket World Cup 2023: ନ୍ୟୁଜିଲାଣ୍ଡର ଘାତକ ବୋଲିଂ, ଆତ୍ମସମର୍ପଣ କଲା ଶ୍ରୀଲଙ୍କା

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡର ଘାତକ ବୋଲିଂ ଆଗରେ ଧରାଶାୟୀ ହେଲା ଶ୍ରୀଲଙ୍କା । ବଢିଲା କିଓ୍ବି ଦଳର ସେମି ଆଶା । ମାତ୍ର 171 ରନରେ ଶ୍ରୀଲଙ୍କାକୁ ରୋକିଲା ଓ୍ବିଲିୟମସନଙ୍କ ଟିମ୍ । 46.4 ମାତ୍ର 171 ରନରେ ଅଲଆଉଟ ହେଲା ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଶ୍ରୀଲଙ୍କା ପ୍ରଥମରୁ ଆଣ୍ଠେଇଥିଲା । ଦଳର ଷ୍ଟାର ଓପନର ନିଶଙ୍କା ମାତ୍ର 2 ରନ କରି ଦଳୀୟ ସ୍କୋର 3 ଥିବା ସମୟରେ ପାଭେଲିୟନ ଫେରିଥିଲେ । ପରେ କୁଶାଲ ପେରେରା ଆଟାକିଂ ଖେଳିଥିବା ବେଳେ କିନ୍ତୁ ନାରିଶ କରିଥିଲେ କ୍ୟାପଟେନ କୁଶାଲ ମେଣ୍ଡିସ । ସେ ମାତ୍ର 6 ରନ କରି ଆଉଟ ହୋଇଥିଲେ । ସେତେବେଳେ ଦଳୀୟ ସ୍କୋର ଥିଲା ମାତ୍ର 30 ରନ । ପରେ ଗୋଟିଏ ପଟେ ପେରେରା ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ କିନ୍ତୁ ଗୋଟିଏ ପରେ ଗୋଟିଏ ଓ୍ବିକେଟ ଝଡିବାରେ ଲାଗିଥିଲା ।

ସମରବିକ୍ରମ 1ରନ, ଚରିଥ ଆଶଲଙ୍କା 5 ରନ କରି ଆଉଟ ହୋଇଥିଲେ । ଦଳ 70 ରନରେ 5ଟି ଓ୍ବିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ବ୍ୟାଟିଂ ପାଇଁ ଆସିଥିଲେ ମାଥ୍ୟୁସ । ତେବେ ଦଳୀୟ ସ୍କୋର 104 ରନ ଥିବା ବେଳେ ଷଷ୍ଠ ଓ୍ବିକେଟ ଭାବେ ପଡିଥିଲା ମାଥ୍ୟୁସଙ୍କ ଓ୍ବିକେଟ । ସେ 27ଟି ବଲ ଖେଳି 16 ରନ ସ୍କୋର କରିବା ସକ୍ଷମ ହୋଇଥିଲେ । ପରେ ଡିସିଲଭା 19 ରନ ସ୍କୋର କରିଥିବା ବେଳେ କରୁଣାରତ୍ନେ 6 ରନ ସ୍କୋର କରିଥିଲେ । ତେବେ ଏକଦା ଦଳର ସ୍କୋର 128 ରନର ଥିବା ବେଳେ 9ଟି ଓ୍ବିକେଟ ପଡିଥିଲା । ତେବେ 10 ଓ୍ବିକେଟ ପାଇଁ ଥକଶନା ଏବଂ ମଧୁଶନକାଙ୍କ ମଧ୍ୟରେ 39 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ଥକଶନା 38 ରନ କରି ଅପରାଜିତ ଥିବା ବେଳେ ମଧୁଶନକା କିନ୍ତୁ 19 ରନ ସ୍କୋର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....Cricket World Cup 2023: ସେମି ଟିକେଟ ଲକ୍ଷ୍ୟରେ କିଓ୍ବି ଟିମ୍, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ଏପଟେ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ବିଲିୟମସନ 6 ଜଣ ବୋଲରଙ୍କୁ ବ୍ୟବହାର କରିଥିବା ବେଳେ ସଭିଏଁ ଦମଦାର ବୋଲିଂ କରିଥିଲେ । ବୋଲ୍ଟ 10 ଓଭର ବୋଲିଂ କରି 37 ରନ ଦେଇ 3ଟି ଓ୍ବିକେଟ ନେଇଥିବା ବେଳେ ସାଉଦି 8 ଓଭର ବୋଲିଂ କରି 52 ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଅନ୍ୟପଟେ ଫର୍ଗୁସନ 10 ଓଭର ବୋଲିଂ କରି 35 ରନ ବିନିୟମ କରି 2ଟି ଓ୍ବିକେଟ, ସାଣ୍ଟନର 10 ଓଭର ବୋଲିଂ 22 ରନ ଦେଇ 2ଟି ଓ୍ବିକେଟ ଏବଂ ରବିନ୍ଦର 7.4 ଓଭର ବୋଲିଂ କରି 21 ରନ ଖର୍ଚ୍ଚ କରି 2ଟି ଓ୍ବିକେଟ ପାଇଛନ୍ତି । ତେବେ 172 ରନର ବିଜୟ ଲକ୍ଷ୍ୟ ପିଛା ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

Last Updated : Nov 9, 2023, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.