ଧୋନୀ-କୋହଲିଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା, ସମାଲୋଚନା କଲେ ଗମ୍ଭୀର

author img

By

Published : Sep 22, 2022, 7:52 PM IST

"ବୀର ପୂଜା" କୁ ସମାଲୋଚନା କଲେ ଗୌତମ ଗମ୍ଭୀର

ହିରୋ ପୂଜା ତଥା ବୀର ପୂଜାକୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀର ( Former India opener Gautam Gambhir ) । ଏହି ବୀର ପୂଜା ପ୍ରଥା ମାନିବା ପାଇଁ କୌଣସି ଖେଳାଳି କହିନାହାଁନ୍ତି, ବିସିସିଆଇ ମଧ୍ୟ କହିନାହିଁ ତେବେ ଏସବୁ ସୋସିଆଲ ମଡିଆ ଫୋଲଅର୍ସଙ୍କ ଠାରୁ ଆରମ୍ଭ ହେବା ସହିତ ପରେ ଏହା ଅଧିକ ବ୍ୟାପକ ହେଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହିରୋ ପୂଜା ତଥା ବୀର ପୂଜାକୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀର ( Former India opener Gautam Gambhir ) । ଏହି ବୀର ପୂଜା ପ୍ରଥା ପାଇଁ ଉପଯୁକ୍ତ ବ୍ୟକ୍ତିତ୍ବକୁ ବେଳେ ଉପଯୁକ୍ତ ମୂଲ୍ୟ ମିଳି ପାରୁନାହିଁ ବୋଲି କହିଛନ୍ତି ଗମ୍ଭୀର । ଏହାର ଏକ ଉଦାହରଣ ଦେଇ ସେ କହିଛନ୍ତି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ୧୦୨୦ ଦିନପରେ ଶତକୀୟ ଇନିଂସ ଖେଳିଛନ୍ତି । ସେହି ମ୍ୟାଚରେ ଫାଷ୍ଟ ବୋଲର ଭୁବନେଶ୍ବର କୁମାର ୪ ଓଭର ବୋଲିଂ କରି ୫ଟି ୱିକେଟ ଅକ୍ତିଆର କରିଥିଲେ ହେଲେ କ୍ରିକେଟ ପ୍ରେମୀମାନେ ଭୁବନେଶ୍ବର କୁମାରକୁ ପାସରି ଦେଇ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଜଣେ କ୍ରିକେଟରର ସଫଳତାକୁ ନେଇ ପ୍ରଶଂସା କରିବା ଉଚିତ କିନ୍ତୁ ତାହାର ଅର୍ଥ ଏହା ନୁହେଁ କି ଗୋଟିଏ ମ୍ୟାଚରେ ଦୁଇ ଜଣ କ୍ରିକେଟର ଦମଦାର ପ୍ରଦର୍ଶନ କରିଥିବା ବେଳେ ଜଣକୁ ନିଜର ଆଦର୍ଶ ମାନି ତାର ସଫଳତା ବଖାଣିବା ଏବଂ ଅନ୍ୟ ଜଣଙ୍କର ସଫଳତାକୁ ଅଣଦେଖା କରିବା ।

ଏସିଆ କପ ଲିଗ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୦୧ ରନରେ ବିଜୟ ହାସଲ କରିଥିଲା । ବିରାଟ କୋହଲି ୧୦୨୦ ଦିନ ପରେ ଶତକୀୟ ଇନିଂସ ଖେଳିବା ସହିତ ସେ ତାଙ୍କ ଟି-୨୦ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୧ ତମ ଶତକ ପୂରଣ କରିଥିଲେ । ହେଲେ ସେହି ମ୍ୟାଚରେ ମଧ୍ୟ ଭୁବନେଶ୍ବର କୁମାର ୪ ଓଭର ବୋଲିଂ ୫ ଟି ୱିକେଟ ଅକ୍ତିଆର କରିଥିଲେ । ହେଲେ ଭୁବନେଶ୍ବର କୁମାରଙ୍କ ପ୍ରତି କୌଣସି କ୍ରିକେଟ ଫ୍ୟାନ୍ସ ଧ୍ୟାନ ଦେଇ ନ ଥିଲେ । ସମସ୍ତେ ବିରାଟ କୋହଲିଙ୍କ ସଫଳତାର ଗୁଣ ଗାନ କରିଥିଲେ । ଗଣମାଧ୍ୟମରେ ଶିରୋନାମା ପାଲଟିବା ସହିତ ସୋସିଆଲ ମିଡିଆରେ କେବଳ ବିରାଟ କୋହଲି ଟ୍ରେଣ୍ଡ କରିଥିଲେ । ଏହି ନାୟକ ପୂଜା ତଥା ବୀର ପୂଜାକ ସମାଜରେ ବନ୍ଦ ହେବା ଉଚିତ । କେବଳ କ୍ରିକେଟ ନୁହେଁ ରାଜନୀତି , ସିନେମା, ଆଦିରେ ମଧ୍ୟ ଏହି ବୀର ପୂଜା ପ୍ରଥାକୁ ବନ୍ଦ କରିବା ଦରକାର ।

ଗୌତମ ଗମ୍ଭୀର କହିଛନ୍ତି "ଏହି ବୀର ପୂଜା ପ୍ରଥା କେଉଁମାନେ ତିଆରି କରିଛନ୍ତି... ଏହା ମୁଖ୍ୟତଃ ଦୁଇଟି କାରଣରୁ ସୃଷ୍ଟି ହୋଇଛି । ପ୍ରଥମେ ସୋସିଆଲ ମିଡିଆ ଫୋଲୋଅର୍ସ ଦ୍ବାରା ଏହା ଅତ୍ୟାଧିକ ବ୍ୟାପକ ହୋଇଛି । ଆପଣଙ୍କର ଫୋଲୋଅର୍ସ ଅନୁଯାୟୀ ଏଠାରେ ଆପଣଙ୍କୁ ବ୍ରାଣ୍ଡ ଭାବରେ ପରିଗଣିତ କରାଯାଉଛି । ଦ୍ବିତୀୟରେ ଗଣମାଧ୍ୟମ ଦ୍ବାରା ଏସବୁ ଅଧିକ ପ୍ରସାରିତ କରାଯାଉଛି । ଯଦି ଆପଣ ପ୍ରତଦିନ ଜଣେ ବ୍ୟକ୍ତି ବିଷୟରେ ଚର୍ଚ୍ଚା କରିବେ ତାହେଲେ ସେ ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ବ୍ରାଣ୍ଡ ବନିଯାଉଛି । ଏପରି ଘଟଣା ୧୯୮୩ ମସିହାରେ ହୋଇଥିଲା । ଯେବେ ଭାରତ ପ୍ରଥମ ବିଶ୍ବକପ ହାତେଇଥିଲା । ସମସ୍ତେ କପିଲ ଦେବଙ୍କର ସଫଳତା ବଖାଣିବା ସହିତ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସେହିପରି ୨୦୦୭ ରେ ଟି-୨୦ ବିଶ୍ବକପ ଏବଂ ୨୦୧୧ ରେ ଦିନିକିଆ ବିଶ୍ବକପ ଭାରତ ହାତେଇବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମସ୍ତେ ସବୁ କିଛି ମାନି ନେଇଥିଲେ । ଏହି ବୀର ପୂଜା ପ୍ରଥା ମାନିବା ପାଇଁ କୌଣସି ଖେଳାଳି କହି ନାହାଁନ୍ତି , ବିସିସିଆଇ ମଧ୍ୟ କହିନାହିଁ ତେବେ ଏସବୁ ସୋସିଆଲ ମଡିଆ ଫୋଲଅର୍ସଙ୍କ ଠାରୁ ଆରମ୍ଭ ହେବା ସହିତ ପରେ ଏହା ଅଧିକ ବ୍ୟାପକ ହେଉଛି । ଏହି ବୀର ପୂଜା ପ୍ରଥା ପାଇଁ ଉପଯୁକ୍ତ ବ୍ୟକ୍ତିତ୍ବକୁ ବେଳେ ଉପଯୁକ୍ତ ମୂଲ୍ୟ ମିଳି ପାରୁନାହିଁ । ଏହା ସମାଜରେ ବନ୍ଦ ହେବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.