ETV Bharat / sports

ହାର୍ଦ୍ଦିକଙ୍କ ବିକଳ୍ପ ଶୁଭମନ: ଆଇପିଏଲ୍‌ ୨୦୨୪ରେ ଗୁଜୁରାଟର ନେତୃତ୍ବ ନେବେ ଗିଲ୍‌

author img

By ETV Bharat Odisha Team

Published : Nov 27, 2023, 5:33 PM IST

ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ହାତ ଛାଡ଼ିବା ପରେ ଗିଲ୍‌ଙ୍କ ଉପରେ ଭରସା କଲା ଫ୍ରାଞ୍ଚାଇଜ୍‌ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଇପିଏଲ୍‌ ୨୦୨୪ ପୂର୍ବରୁ ଶୁଭମନ ଗିଲ୍‌ଙ୍କୁ ଅଧିନାୟକ ଘୋଷଣା କରିଛି ଗୁଜୁରାଟ ଟାଇଟନ୍ସ । ଅଧିକ ପଢ଼ନ୍ତୁ

Shubman Gill is the new Captain of GT
ଆଇପିଏଲ୍‌ ୨୦୨୪ରେ ଗୁଜରାଟର ନେତୃତ୍ବ ନେବେ ଗିଲ୍‌

ହାଇଦ୍ରାବାଦ: ହାର୍ଦ୍ଦିକଙ୍କ ବିକଳ୍ପ ତୁରନ୍ତ ବାଛିଲା ଗୁଜୁରାଟ ଟାଇଟନ୍ସ । ଯୁବ ତାରକା ବ୍ୟାଟର ଶୁଭମନ ଗିଲ୍‌ଙ୍କୁ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜର ନୂଆ ଅଧିନାୟକ ଭାବେ ଘୋଷଣା କରିଛି ଗୁଜୁରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଯିବା ପରେ ଶୁଭମନ ଗିଲ୍‌ଙ୍କୁ ଏହି ଗୁରୁଦାୟିତ୍ବ ଦେଇଛି ଫ୍ରାଞ୍ଚାଇଜ୍‌ । ଆଇପିଏଲ୍‌ ୨୦୨୨ରେ ଦଳ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିବା ବର୍ଷ ହିଁ ହାର୍ଦ୍ଦିକଙ୍କ ନେତୃତ୍ବରେ ଚମ୍ପିଆନ୍‌ ହୋଇଥିଲା । କେବଳ ଦୁଇଟି ଆଇପିଏଲ୍‌ ସଂସ୍କରଣ ଖେଳି ଦୁଇଥର ଯାକ ଫାଇନାଲ୍‌ରେ ପହଞ୍ଚିଥିବା ଗୁଜରାଟ ଏଥର ଗିଲ୍‌ଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ।

  • 🚨 CAPTAIN GILL reporting!

    𝐂𝐚𝐩𝐭𝐚𝐢𝐧 𝐒𝐡𝐮𝐛𝐦𝐚𝐧 𝐆𝐢𝐥𝐥 is ready to lead the Titans in the upcoming season with grit and exuberance 👊

    Wishing you only the best for this new innings! 🤩#AavaDe pic.twitter.com/PrYlgNBtNU

    — Gujarat Titans (@gujarat_titans) November 27, 2023 " class="align-text-top noRightClick twitterSection" data=" ">

ଆଇପିଏଲ୍‌ ୨୦୨୪ ପାଇଁ ଏବେଠାରୁ ସଜବାଜ ଆରମ୍ଭ କଲେଣି ସମସ୍ତ ଫ୍ରାଞ୍ଚାଇଜ୍‌ । ଏହିକ୍ରମରେ ରବିବାର ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସମସ୍ତ ଦଳ ନିଜ ନିଜର ରିଟେନ୍‌ ଏବଂ ରିଲିଜ୍‌ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ପ୍ରଥମେ ଗୁଜୁରାଟ ଟାଇଟନ୍ସ ଏହାର ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଥିଲା । ହେଲେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ୧୫ କୋଟି ଟଙ୍କାର ବିଗ୍‌ ଟ୍ରେଡ୍‌ରେ ନିଜ ପୁରୁଣା ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେପଟେ ହାର୍ଦ୍ଦିକ ଯିବାପରେ ଦଳର ଅଧିନାୟକ କିଏ ହେବ, ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । କେହି କେହି ଅଭିଜ୍ଞ କେନ୍‌ ୱିଲିୟମସନ୍‌ଙ୍କୁ ଅଧିନାୟକ ରେସ୍‌ରେ ସାମିଲ କରିଥିଲେ ତ କେହି ମାଥ୍ୟୁ ୱେଡ୍‌ ଓ ରସିଦ ଖାନଙ୍କ ନାମ ଚର୍ଚ୍ଚାକୁ ଆଣିଥିଲେ । ହେଲେ ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଯୁବ ବ୍ୟାଟର ଶୁଭମନ ଗିଲ୍‌ଙ୍କ ଉପରେ ଭରସା କରିଛି ଫ୍ରାଞ୍ଚାଇଜ । ଏନେଇ ଗୁଜରାଟ ଟାଇଟନ୍ସର ଆଧିକାରୀକ 'ଏକ୍ସ' ହ୍ୟାଣ୍ଡେଲ୍‌ରେ ସୂଚନା ଦିଆଯାଇଛି ।

୨୪ ବର୍ଷୀୟ ଗିଲ୍‌ ଖୁବ କମ୍‌ ବୟସରେ ବିଶ୍ବ କ୍ରିକେଟ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କୋଲକାତା ନାଇଟ୍‌ ରାଇଡର୍ସରୁ ରିଲିଜ ହେବାପରେ ଆଇପିଏଲ୍‌ ୨୦୨୨ରେ ନବାଗତ ଗୁଜରାଟ ଟାଇଟନ୍ସ ସହ ହାତ ମିଶାଇଥିଲେ ଗିଲ୍‌ । ଆଇପିଏଲ୍‌ ୨୦୨୨ ଚମ୍ପିଆନ୍‌ ଦଳର ସଦସ୍ୟ ରହିବା ସହ ଏହି ବର୍ଷ ଗୁଜୁରାଟ ପାଇଁ ସର୍ବାଧିକ ରନ୍‌ ମଧ୍ୟ ସଂଗ୍ରହ କରିଥିଲେ ସେ । ପରେ ୨୦୨୩ରେ ମଧ୍ୟ ସେ କେବଳ ଗୁଜୁରାଟ ନୁହେଁ, ବରଂ ଆଇପିଏଲ୍‌ର ଏହି ସଂସ୍କରଣର ସର୍ବାଧିକ ରନ୍‌ ସ୍କୋରର ରହି ଅରେଞ୍ଜ କ୍ୟାପ୍‌ ହାତେଇଥିଲେ । ଏଥର କିନ୍ତୁ ତାଙ୍କ କାନ୍ଧରେ ନେତୃତ୍ବ ଭାର ରହିବ । ଚାପ ନିୟନ୍ତ୍ରଣ କରି ସେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା, ଏକ୍ସରେ କଲେ ଭାବପୂର୍ଣ୍ଣ ପୋଷ୍ଟ

ଉଲ୍ଲେଖଯୋଗ୍ୟ, ଗିଲ୍‌ ଆଇପିଏଲ୍‌ ୨୦୨୩ ଶେଷ ସୁଦ୍ଧା ୯୧ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି । ଏଥିରେ ସେ ୧୩୪.୦୭ ଷ୍ଟ୍ରାଇକ୍‌ ରେଟ୍‌ରେ ୨୭୯୦ ରନ୍‌ ସଂଗ୍ରହ କରିଛନ୍ତି । ୧୨୯ ରନ୍‌ ହେଉଛି ତାଙ୍କର ବ୍ୟକ୍ତିଗତ ସର୍ବାଧିକ ରନ୍‌ । ଆଇପିଏଲ୍‌ କ୍ୟାରିୟରରେ ମୋଟ ୩ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଗୁଜରାଟର ଏହି ଷ୍ଟାର ଓପନର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.