'ମୁମ୍ବାଇ ୨୬/11 ଆକ୍ରମଣ ପରେ ଇଂଲଣ୍ଡ ବ୍ୟବହାରକୁ ଭାରତ ଭୁଲିବା ଉଚିତ ନୁହେଁ'

author img

By

Published : Sep 11, 2021, 10:42 PM IST

Gavaskar says India shouldn't forget England's gesture after 26/11 attacks

ବାତିଲ ଟେଷ୍ଟ ପୁନଃ ନିର୍ଧାରିତ କରିବାକୁ ଇଂଲଣ୍ଡ କ୍ରିକେଟ ବୋର୍ଡକୁ BCCIର ପ୍ରସ୍ତାବକୁ ସ୍ବାଗତ କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର । ଅଧିକ ପଢନ୍ତୁ...

ମାଞ୍ଚେଷ୍ଟର: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମାଞ୍ଚେଷ୍ଟର ଟେଷ୍ଟ ବାତିଲ ଓ ବିବାଦ ନେଇ ବଡ ବୟାନ ଦେଇଛନ୍ତି । ବାତିଲ ଟେଷ୍ଟ ପୁନଃ ନିର୍ଧାରିତ କରିବାକୁ ଇଂଲଣ୍ଡ କ୍ରିକେଟ ବୋର୍ଡକୁ BCCIର ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଗାଭାସ୍କର । ଏଥିସହିତ ୨୦୦୮, ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ ଅଧାରୁ ଫେରିଯାଇଥିବା

ଇଂଲଣ୍ଡ ଗସ୍ତ ଶେଷ କରିବାକୁ ପୁଣି ଫେରିଥିଲା ବୋଲି ମନେ ପକାଇଦେଇଛନ୍ତି । ଗାଭାସ୍କର ଆହୁରି କହିଛନ୍ତି ଇଂଲଣ୍ଡର ଏହ ବ୍ୟବହାର ଭାରତ ଭୁଲିଯିବା ଉଚିତ ନୁହେଁ ।

ଭ୍ରମଣକାରୀ ଟିମ କ୍ୟାମ୍ପରେ COVID-19 ମାମଲା ସାମ୍ନାକୁ ଆସିବା ପରେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ ହୋଇଥିଲା । ଅଧିକ ସଂଖ୍ୟକ ଟେଷ୍ଟର ସାମ୍ନା କଲେ କୋଭିଡ ପଜିଟିଭ ଚିହ୍ନଟ ସହ ୧୦ଦିନ ଆଇସୋଲେସନରେ ରହିବାକୁ ହେବା ଭୟରେ, ୧୯ରୁ ଆଇପିଏଲ ଆରମ୍ଭ ହେଉଥିବାରୁ ଭାରତୀୟ ଖେଳାଳି ଖେଳିବାକୁ ସୁରକ୍ଷିତ ମଣିନଥିଲେ ।

ଉଭୟ BCCI ଓ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB) ଆଲୋଚନା ପରେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟକୁ ବାତିଲ ଘୋଷଣା କରିଥିଲେ ।

୨୬/11(୨୦୦୮) ମୁମ୍ବାଇ ଆକ୍ରମଣ ପରେ ଗସ୍ତ ଅଧାରୁ ବାତିଲ କରି କଟକରୁ ଫେରିଯାଇଥିଲା ଇଂଲଣ୍ଡ ଟିମ । କଟକର ବାରବାଟୀ ଷ୍ଟାଡିୟମରେ ନଭେମ୍ବର ୨୬ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା । ଭ୍ରମଣକାରୀ ଇଂଲଣ୍ଡ ଟିମ ୭ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ଦୁଇଟି ଦିନିକିଆ ମ୍ୟାଚ୍‌ ବାତିଲ କରି ଫେରିଯାଇଥିଲା ।

ପରେ ଦୁଇଟିକିଆ ଟେଷ୍ଟ ସିରିଜ ପାଇଁ ସେତେବେଳର ଇଂଲଣ୍ଡ କ୍ୟାପଟେନ କେଭିନ ପିଟରସନ ଟିମର ଅନ୍ୟ ସଦସ୍ୟଙ୍କୁ ରାଜି କରାଇଥିଲେ ଓ ଇଂଲଣ୍ଡ ଟିମ ପରେ ଭାରତ ଆସିଥିଲା । ୧-୦ରେ ଭାରତ ସିରିଜ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.