ETV Bharat / sports

ଲର୍ଡସର ଲଙ୍ଗ୍ ରୁମରେ ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ପାଟିତୁଣ୍ଡ !

author img

By

Published : Aug 25, 2021, 5:02 PM IST

ଦ୍ବିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଲର୍ଡସର ଲଙ୍ଗ ରୁମରେ ଭାରତ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ଅଧିକ ପଢ଼ନ୍ତୁ...

ଲର୍ଡସର ଲଙ୍ଗ୍ ରୁମରେ ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିବା କଡ଼ା ଯୁକ୍ତିତର୍କ !
ଲର୍ଡସର ଲଙ୍ଗ୍ ରୁମରେ ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିବା କଡ଼ା ଯୁକ୍ତିତର୍କ !

ଲଣ୍ଡନ: ଦ୍ବିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଲର୍ଡସର ଲଙ୍ଗ ରୁମରେ ଭାରତ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ଏହକୁ ନେଇ ଇଂଲଣ୍ଡର ଏକ ସୁପରିଚିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦ୍ବିତୀୟ ଟେଷ୍ଟର ତୃତୀୟ ଦିନର ଶେଷ ସେସନରେ ଭାରତୀୟ ଖେଳାଳି ଓ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପର ପୁନଃ ପଞ୍ଚମ ଦିନ ଫାଷ୍ଟ ବୋଲର ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ବୋଲିଂ କରି ଘାଇଲା କରିଥିଲେ ଭାରତ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ସହ ଆଣ୍ଡରସନଙ୍କ ଯୁ୍କ୍ତିତର୍କ ହୋଇଥିବା ମଧ୍ୟ ଦେଖା ଦେଇଥିଲା ।

ତୃତୀୟ ଦିନ ଓ ମ୍ୟାଚ ଶେଷ ହେବାପରେ ମଧ୍ୟ ଇଂଲଣ୍ଡ ଅଧିନାୟକ ଜୋର ରୁଟ୍ ଓ ଭାରତର ଅଧିନାୟକ ବିରାଟ କୋହଲି କିଛି କଥା ହେଉଥିବା ଦେଖା ଦେଇଥିଲା । ଏହାପରେ ଲର୍ଡସର ଲଙ୍ଗ ରୁମରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳିଙ୍କ ମଧ୍ୟରେ ଅତ୍ୟଧିକ ଯୁକ୍ତିତର୍କ ହୋଇଥିବା ଆଲୋଚନା ହେଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ମିଳିନାହିଁ ।

ଦ୍ବିତୀୟ ଟେଷ୍ଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ବିବାଦକୁ ନେଇ ମଙ୍ଗଳବାର ଆଲୋଚନା କରିଥିଲେ ଜେମ୍ସ ଆଣ୍ଡରସନ । ଏଥିରେ ସେ ବୁମରାଙ୍କ ସହ ହୋଇଥିବା କଥା କଟାକଟିକୁ ନେଇ ସବିଶେଷ ଆଲୋଚନା କରିଛନ୍ତି । ବୁମରାଙ୍କ ଗୋଟଏ ଓଭରରେ ଲଗାତାର ବାଉନ୍ସର ପରେ ଏହି ବିବାଦ ଦେଖାଦେଇଥିଲା ।

ଏହାକୁ ନେଇ ଆଣ୍ଡରସନ କହିଛନ୍ତି ଯେ, "ଶେଷରେ ମଁ ରାଗିବାକୁ ବାଧ୍ୟ ହେଲି । ମୁଁ ଏଭଳି କରିବାକୁ ଚାହୁଁନଥିଲି । ଏହାକୁ ନେଇ ପଡ଼ିଆରୁ ଫେରିବାରେ ଜୋ ରୁଟଙ୍କୁ କ୍ଷମା ମଧ୍ୟ ମାଗିଥିଲି । କ୍ରିକେଟ ଖେଳରେ ଏଭଳି ହୁଏ । ଏହାଦ୍ବାରା ମୋତେ ଆହୁରି ଭଲ କରିବାକୁ ପ୍ରେରଣା ମିଳିବ ।"

ପ୍ରଥମ ଟେଷ୍ଟ ଡ୍ର ହେବାପରେ ଦ୍ବିତୀୟ ଟେଷ୍ଟରେ ଭାରତ ୧୫୧ ରନରେ ବିଜୟ ହାସଲ କରିଛି । ବୁଧବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.