ETV Bharat / sports

Cricket World Cup 2023: କନୱେ ଓ ରବୀନ୍ଦ୍ରଙ୍କ ଦମଦାର ଶତକ, ହାରିଲା ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ

author img

By ETV Bharat Odisha Team

Published : Oct 5, 2023, 9:26 PM IST

Updated : Oct 5, 2023, 11:00 PM IST

ବିଶ୍ବକପର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦମଦାର ପ୍ରଦର୍ଶନ । ୯ ୱିକେଟରେ ବିଜୟୀ ହେଲା ନ୍ୟୁଜିଲାଣ୍ଡ । ଇଂଲଣ୍ଡ ଧରାସାୟୀ । ଅଧିକ ପଢନ୍ତୁ

Cricket World Cup 2023: ନ୍ୟୁଜିଲାଣ୍ଡର ବିରାଟ ବିଜୟ
Cricket World Cup 2023: ନ୍ୟୁଜିଲାଣ୍ଡର ବିରାଟ ବିଜୟ

ଅହମ୍ମଦାବାଦ: କ୍ରିକେଟ ବିଶ୍ବକପ 2023ର ମହାଯୁଦ୍ଧ ପ୍ରଥମ ମ୍ୟାଚରେ ବିଜୟ ସ୍ବାଦ ଚାଖିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ବିଜୟ ଲକ୍ଷ୍ୟରେ ୨୮୩ ରନର ପିଛା କରି ମାତ୍ର ୩୬ ଓଭରେ ଗୋଟିଏ ୱିକେଟ ହରାଇ ମ୍ୟାଚକୁ ଅକ୍ତିଆର କରିବାରେ ସଫଳ ହୋଇଛି । ନ୍ୟୁଜିଲାଣ୍ଡ ବ୍ୟାଟର୍ସଙ୍କ ଯାଦୁରେ ଧରାସାୟୀ ହୋଇଥିଲା ଇଂଲଣ୍ଡ । ନ୍ୟୁଜିଲାଣ୍ଡ ଡେଭନ କନୱେ ଏବଂ ରଚିନ ରବୀନ୍ଦ୍ରଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଉଭୟେ ଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ । ଡେଭନ କନୱେ ୧୨୧ ବଲରେ ୧୨୫ ଏବଂ ରବୀନ୍ଦ୍ର ୯୬ ବଲରେ ୧୨୩ ରନ୍ କରିବରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...Cricket World Cup 2023: କିଏ ହେବ ଚଳିତ ବର୍ଷର 'ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ', ଜାଣନ୍ତୁ

ବିଶ୍ବକପ 2023 ପ୍ରଥମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବାବେଳେ ଆଜି ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ବ୍ୟାଟିଂ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲା । ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ କେବଳ ୨୮୨ ରନ୍ କରିବାରେ ସଫଳ ହୋଇଥିଲା । ଫଳରେ କେବଳ ୨୮୩ ରନର ଟାର୍ଗେଟରେ ପିଛା କରି ବିଜୟ ହୋଇଛି ନ୍ୟୁଜିଲାଣ୍ଡ ଦଳ । ଧୂଆଁଧାର ଶତକୀୟ ପାଳି ପାଇଁ ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି l

ସେପଟେ ଉଦଘାଟନୀ ମ୍ୟାଚରେ ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାତ ଗଣତି ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଲକ୍ଷେରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି ଏଠାରେ । ତଥାପି ପ୍ରଥମ ମ୍ୟାଚରେ ଷ୍ଟାଡିୟମ ଖାଁ ଖାଁ ଲାଗୁଥିଲା ।


ଏହା ମଧ୍ୟ ପଢନ୍ତୁ....Cricket World Cup 2023: ନ୍ୟୁଜିଲାଣ୍ଡ ଆଗରେ 283 ରନର ରାର୍ଗେଟ

ପ୍ରକାଶ ଥାଉ, ଦୁଇ ଥର ବିଶ୍ବ ବିଜୟୀ ଭାରତ ଅକ୍ଟୋବର 8 ତାରିଖରୁ ତାର ଅଭିଯାନ ଆରମ୍ଭ କରିବ । 5 ଥର ଚମ୍ପିଆନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଆଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଏହାପରେ ଅକ୍ଟୋବର 14 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ । 1983ରେ କପିଳ ଦେବଙ୍କ ନେତୃତ୍ବରେ ବିଶ୍ବକପ ଚମ୍ପିଆନ ହୋଇଥିଲା ଭାରତ । ଏହାପରେ 2011ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ବିଶ୍ବ ବିଜୟୀ ହୋଇଥିବା ଭାରତ ଏଥର ତୃତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.