ETV Bharat / sports

Cricket World Cup 2023: ନ୍ୟୁଜିଲାଣ୍ଡ ଆଗରେ 283 ରନର ଟାର୍ଗେଟ

author img

By ETV Bharat Odisha Team

Published : Oct 5, 2023, 6:28 PM IST

Updated : Oct 5, 2023, 9:26 PM IST

ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୨୮୨ ରନ୍ କରିବାରେ ସଫଳ ହୋଇଛି । ୨୮୩ ଟାର୍ଗେଟର ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ

Cricket World Cup 2023: ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରେ ୯ ୱିକେଟ ବିନିମୟରେ ୨୮୨ ରନ୍
Cricket World Cup 2023: ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରେ ୯ ୱିକେଟ ବିନିମୟରେ ୨୮୨ ରନ୍

ଅହମ୍ମଦାବାଦ: ଆଜି ଠାରୁ ଆରମ୍ଭ ହୋଇଛି କ୍ରିକେଟ ବିଶ୍ବକପ 2023ର ମହାଯୁଦ୍ଧ । ଆଜିର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୨୮୨ ରନ୍ କରିବାରେ ସଫଳ ହୋଇଛି । ସେହି ଭଳି ୨୮୩ ରନର ଟାର୍ଗେଟରେ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ ।

ବିଶ୍ବକପ 2023 ପ୍ରଥମ ମ୍ୟାଚଟି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବାବେଳେ ଆଜି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଇଂଲଣ୍ଡ ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇ ଥିଲା । ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୨୮୨ ରନ୍ କରିବାରେ ସଫଳ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: WORLD CUP 2023: ଶ୍ରୀଲଙ୍କାକୁ ହଲକା ନେବା ପଡିପାରେ ଭାରି, ଜାଣନ୍ତୁ ଦଳର ସମାର୍ଥ୍ୟ ଓ ଦୁର୍ବଳତା

ଆଜି ଇଂଲଣ୍ଡ ଦଳ ଜୋସ ବଟଲରଙ୍କ ନେତୃତ୍ବରେ ଦଳ ମୈଦାନକୁ ଓହ୍ଲାଇଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା । ପ୍ରଥମ ମ୍ୟାଚର ପ୍ରଥମ ପାଳି ଖେଳିବା ପାଇଁ ପଡିଆକୁ ଓହ୍ଲାଇଥିଲେ ବେନ ଷ୍ଟୋକ ଏବଂ ଦାୱିଦ ମଲାନ ଯୋଡି । ବେନ ଷ୍ଟୋକ ୩୫ ବଲରେ ୩୩ ରନ୍ କରିବା ସହ ମଲାନ ୨୪ ବଲରେ ୧୪ ରନ୍ କରିବାରେ ସଫଳ ହୋଇଥିଲେ । ପରେ ଦଳର ଭାର ସମ୍ଭାଳିବା ପାଇଁ ଜୋ ରୁଟ ମୈଦାନକୁ ଓହ୍ଲାଇଥିଲେ । ରୁଟ ୮୬ ବଲ ଖେଳି ୭୭ ରନ୍ କରିବାରେ ସଫଳ ହୋଇଥିଲେ । ହ୍ୟାରୀ ବ୍ରୁକ ୨୫, ମୋଏନ ଅଲ୍ଳୀ ୧୧, ଅଧିନାୟକ ବଟଲର ୪୩ ,ଲିଭିଙ୍ଗଷ୍ଟୋନ ୨୦, ସାମ କରନ ୧୪ , କ୍ରିସ ୱକ୍ସ ୧୧, ଆଦିଲ ରସିଦ ୧୫ , ମାର୍କ ଉଡ ୧୩ ରନ୍ କରିଥିଲେ । ଏହା ସହ ଦଳୀୟ ସ୍କୋର ୨୮୨ରେ ପହଞ୍ଚିଥିଲା ।

ବିଜୟ ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ

ଆଜି ନ୍ୟୁଜିଲାଣ୍ଡ ଦଳ ଟମ ଲାଥମଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ବର୍ତ୍ତମାନ ୨୮୩ ରନ୍ ଟାର୍ଗେଟର ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି ନ୍ୟୁଜିଲାଣ୍ଡ । ଖବର ଲେଖା ହେବା ସୁଧା ନ୍ୟୁଜିଲାଣ୍ଡ ୧୦ ଓଭରରେ ଗୋଟିଏ ୱିକେଟ ହରାଇ ୯୧ ରନ ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Cricket World Cup 2023: ବିଶ୍ବକପ୍‌ ପାଇଁ ପ୍ରସ୍ତୁତ MCA ଷ୍ଡାଡିୟମ, 27 ବର୍ଷ ପରେ ଖେଳାଯିବ ମ୍ୟାଚ୍‌

ଇଂଲଣ୍ଡ ସମ୍ଭାବ୍ୟ ଦଳ: ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ, ବେନ ଷ୍ଟୋକ/ହ୍ୟାରୀ ବ୍ରୁକ, ଜୋସ ବଟଲର (ଅଧିନାୟକ), ଲାଏନ ଲିଭିଙ୍ଗଷ୍ଟୋନ, ସାମ କରନ, କ୍ରିସ ୱକ୍ସ, ମାର୍କ ଉଡ, ଆଦିଲ ରସିଦ, ମୋଏନ ଆଲ୍ଳୀ ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: ୱିଲ୍‌ ୟଙ୍ଗ, ଡେଭନ କନୱେ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟମ ଲାଥମ (ଅଧିନାୟକ), ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଆଇସ ସୋଦ୍ଧି, ମାଟ ହେନରୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2023, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.