ETV Bharat / sports

ବିଶ୍ବକପ୍‌ ୨୦୨୩: ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ, ଦିନିକିଆରେ କୋହଲିଙ୍କ ୫୦ତମ ଶତକ

author img

By ETV Bharat Odisha Team

Published : Nov 15, 2023, 6:21 PM IST

ଦିନିକିଆ କ୍ରିକେଟ୍‌ ଇତିହାସରେ ମହାନ ସଚିନ୍‌ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ହାସଲ କଲେ ୫୦ତମ ଦିନିକିଆ ଶତକ । ଅଧିକ ପଢ଼ନ୍ତୁ

ଦିନିକିଆରେ କୋହଲିଙ୍କ ୫୦ତମ ଶତକ
ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ

ମୁମ୍ବାଇ: ଭାଙ୍ଗିଲା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ । ବିଶ୍ଵକପରେ ଇତିହାସ ରଚିଲେ ବିରାଟ କୋହଲି । ଦିନିକିଆରେ ୫୦ତମ ଶତକ ହାସଲ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ । ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସେ ଏହି ଇତିହାସ ରଚିଛନ୍ତି । ଏହି ଦମଦାର ଶତକ ପରେ ଷ୍ଟାଣ୍ଡରେ ଖେଳ ଦେଖୁଥିବା ତାଙ୍କ ଆଦର୍ଶ ସଚିନଙ୍କ ଉଦ୍ଦେଶ୍ୟରେ ସମ୍ମାନ ମଧ୍ୟ ଦର୍ଶାଇଥିଲେ । ଦିନିକିଆରେ ସଚିନଙ୍କ ୪୯ ଶତକ ଏବେ ଇତିହାସ । ବର୍ତ୍ତମାନ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ବିରାଟ କୋହଲିଙ୍କ ନାମରେ ରହିଛି ।

ଏହା ପୂର୍ବରୁ ଇଡେନ୍‌ ଗାର୍ଡେନ୍ସରେ କୋହଲି ୪୯ତମ ଦିନିକିଆ ଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରି ସେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ହେଲେ ଆଜି ଏହି ରେକର୍ଡ ଭାଙ୍ଗି ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ ହାସଲକାରୀ ହୋଇଛନ୍ତି କିଙ୍ଗ୍‌ କୋହଲି । ୫୦ ଦିନିକିଆ ଶତକ ମଧ୍ୟରେ ସେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୧୦ଟି ଶତକ ହାସଲ କରିଛନ୍ତି । ତେବେ ଏହା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରର ୮୦ତମ ଶତକ । କ୍ରିକେଟ୍‌ ଇତିହାସରେ ସର୍ବାଧିକ ଶତକ ଏବେ ମଧ୍ୟ ସଚିନଙ୍କ ନାମରେ ରହିଛି । ସେ ୧୦୦ ଶତକ ସହ ଏହି ତାଲିକାର ଶୀର୍ଷରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜନ୍ମଦିନରେ ଇତିହାସ ରଚିଲେ ବିରାଟ, ୧୭୫ ପାଳି କମ ଖେଳି ହେଲେ ସଚିନଙ୍କ ସମକକ୍ଷ

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ସେମିରେ ପୁଣି ଚମକିଲେ ଟପ୍‌ ଅର୍ଡର, ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌

ପ୍ରକାଶଯୋଗ୍ୟ, ଭାରତ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ୍‌ ଖେଳୁଛି । ଟସ୍‌ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ସେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ୨୯ ବଲରୁ ୪ଟି ଲେଖାଏଁ ଛକା ଓ ଚୌକା ବଳରେ ୪୭ ରନ କରିଥିଲେ । ୬୫ ବଲରୁ ୭୯ ରନର ଦମଦାର ପାଳି ଖେଳିଥିବା ଶୁଭମନ ଗିଲ୍‌ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ଶ୍ରେୟସ ଆୟର ଓ କୋହଲିଙ୍କ ମଧ୍ୟରେ ଏକ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । କୋହଲିଙ୍କ ଐତିହାସିକ ଶତକ ପରେ ଆୟର ମଧ୍ୟ ବିସ୍ଫୋରକ ଶତକ ହାସଲ କରିଥିଲେ । କେଏଲ୍‌ ରାହୁଲ ଶେଷରେ ୩୯ ରନ୍‌ର ଉପଯୋଗୀ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୯୭ ରନ୍‌ରେ ପହଞ୍ଚାଇଛନ୍ତି । ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୩୯୮ ରନ ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.