ETV Bharat / sports

ବିଶ୍ବକପ୍‌ ୨୦୨୩: ସେମିରେ ପୁଣି ଚମକିଲେ ଟପ୍‌ ଅର୍ଡର, ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌

author img

By ETV Bharat Odisha Team

Published : Nov 15, 2023, 5:59 PM IST

Updated : Nov 15, 2023, 6:31 PM IST

ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌
ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌

ସେମିଫାଇନାଲ୍‌ରେ ଭାରତୀୟ ବ୍ୟାଟରଙ୍କ ଶ୍ରେଷ୍ଠ ପ୍ରଦର୍ଶନ । ବିରାଟ କୋହଲିଙ୍କ ଐତିହାସିକ ଶତକ ପରେ ଦମଦାର ଶତକ ହାସଲ କଲେ ଶ୍ରେୟସ ଆୟର । ଶୁଭମନ ଗିଲ୍‌ଙ୍କ ୮୦ ରନ ଓ କେଏଲ୍‌ ରାହୁଲଙ୍କ ବିସ୍ଫୋରକ ୩୯ ରନର ପାଳି ବଳରେ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବଡ଼ ଟାର୍ଗେଟ୍‌ ରଖିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ମୁମ୍ବାଇ: ସେମିଫାଇନାଲ୍‌ରେ ଗର୍ଜିଲା ଟିମ୍‌ ଇଣ୍ଡିଆ ଟପ୍‌ ଅର୍ଡର ବ୍ୟାଟରଙ୍କ ବ୍ୟାଟ୍‌ । ବିରାଟ କୋହଲିଙ୍କ ଐତିହାସିକ ଶତକ ପରେ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ । ରୋହିତ ଶର୍ମାଙ୍କ ୪୭ ରନର ବିସ୍ଫୋରକ ଆରମ୍ଭ ପରେ କୋହଲି ୧୧୭ ରନର ଧୂଆଁଧାର ପାଳି ଖେଳିଥିଲେ । ଶ୍ରେୟସ ଆୟର ୧୦୫ ରନର ବିସ୍ଫୋରକ ଶତକ ହାସଲ କରି ଆଉଟ୍‌ ହୋଇଥିଲେ । ଶୁଭମନ ଗିଲ୍‌ (୮୦) ଓ କେଏଲ୍‌ ରାହୁଲ (୩୯)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୩୯୭ ରନର ବଡ଼ ସ୍କୋର କରିଛି । ଜବାବରେ ଫାଇନାଲ୍‌ ଟିକେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ୩୯୮ ରନ୍‌ ଆବଶ୍ୟକ ।

ଭାରତ ବ୍ୟାଟିଂ: ଟସ୍‌ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ସେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ୨୯ ବଲରୁ ୪ଟି ଲେଖାଏଁ ଛକା ଓ ଚୌକା ବଳରେ ୪୭ ରନ କରିଥିଲେ । ୬୫ ବଲରୁ ୭୯ ରନର ଦମଦାର ପାଳି ଖେଳିଥିବା ଶୁଭମନ ଗିଲ୍‌ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ସେ ଆଜି ୮୦ ରନର ପାଳି ଖେଳିଛନ୍ତି । ଏହାପରେ ଶ୍ରେୟସ ଆୟର ଓ କୋହଲିଙ୍କ ମଧ୍ୟରେ ଏକ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । କୋହଲି ୧୧୩ ବଲରୁ ୯ ଚୌକା ଓ ୨ ଛକା ବଳରେ ୧୧୭ ରନର ଐତିହାସିକ ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଶ୍ରେୟସ ଆୟର କିନ୍ତୁ ଆକ୍ରାମକ ବ୍ୟାଟିଂ ଜାରି ରଖି ୭୦ ବଲରୁ ୪ ଚୌକା ଓ ୮ ଛକା ବଳରେ ୧୦୫ ରନ୍‌ର ବିସ୍ଫୋରକ ଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ଶେଷରେ କେଏଲ୍‌ ରାହୁଲ ୨୦ ବଲରୁ ୫ ଚୌକା ଓ ୨ ଛକା ବଳରେ ୩୯ ରନର ଉପଯୋଗୀ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୯୭ ରନ୍‌ରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ, ଦିନିକିଆରେ କୋହଲିଙ୍କ ୫୦ତମ ଶତକ

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡର କୌଣସି ବୋଲର ଆଜି ଭାରତୀୟ ବ୍ୟାଟରଙ୍କ ଆଗରେ ଲାଇନ୍‌ ଲେନ୍ଥ ଖୋଜିବାରେ ଅସଫଳ ହୋଇଥିଲେ । ଦଳର ଷ୍ଟାର ବୋଲର ଟିମ୍‌ ସାଉଦୀ ସର୍ବାଧିକ ୩ ୱିକେଟ୍‌ ସଫଳତା ହସଲ କରିଥିଲେ ମଧ୍ୟ ସେ ସର୍ବାଧିକ ୧୦୦ ରନ ବ୍ୟୟ କରି ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୧୦ ଓଭରରୁ ୮୬ ରନ ବ୍ୟୟ କରି ଗୋଟିଏ ସଫଳତା ହତେଇଥିଲେ ଟ୍ରେଣ୍ଟ ବୋଲ୍ଟ । ଅନ୍ୟ କୌଣସି ବୋଲର ଦଳ ପାଇଁ ସଫଳତା ହାସଲ କରିପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଛକା ମାରିବାରେ ସବୁଠୁ ଆଗରେ ରୋହିତ୍‌, ଭାଙ୍ଗିଲେ ଗେଲ୍‌ଙ୍କ ରେକର୍ଡ

ବିଶ୍ବକପ୍‌ରେ ସର୍ବଶ୍ରେଷ୍ଠ ସଫଳ ଚେଜ୍‌ ୩୪୫: ପ୍ରକାଶଯୋଗ୍ୟ, ବିଶ୍ବକପ୍‌ ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ୩୪୫ ରନ୍‌ ଟାର୍ଗେଟ୍‌ ସଫଳତା ପୂର୍ବକ ହାସଲ ହୋଇଛି । ଚଳିତ ବିଶ୍ବକପ୍‌ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଏହି ବିଶାଳ ଟାର୍ଗେଟ୍‌ ସଫଳତା ପୂର୍ବକ ଚେସ୍‌ କରିଥିଲା ପାକିସ୍ତାନ । ଏହା ପୂର୍ବରୁ 2011 ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ଆୟାର୍ଲାଣ୍ଡ୍‌ 328 ରନ୍‌ ଟାର୍ଗେଟ୍‌ ହାସଲ କରିଥିଲା । ଆଜି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୯୭ ରନ ସ୍କୋର କରିଥିବାବେଳେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ରେକର୍ଡ ଟାର୍ଗେଟ୍‌ ୩୯୮ ରନ ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 15, 2023, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.