ETV Bharat / sports

Cricket World Cup 2023: ପିସିବିର ଅଭିଯୋଗ ନେଇ ପ୍ରଶ୍ନକୁ ଏଡ଼ାଇଦେଲେ ମହାମ୍ବ୍ରେ, କହିଲେ ମୁଁ ଜାଣିନି

author img

By ETV Bharat Odisha Team

Published : Oct 18, 2023, 10:21 PM IST

ପିସିବି ଅଭିଯୋଗ ନେଇ କିଛି ଶୁଣିନି କହିଲେ ମହାମ୍ବ୍ରେ
ପିସିବି ଅଭିଯୋଗ ନେଇ କିଛି ଶୁଣିନି କହିଲେ ମହାମ୍ବ୍ରେ

ବିଶ୍ବକପ୍‌ ୨୦୨୩ରେ ଅକ୍ଟୋବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଦଳ ପ୍ରତି ଉପସ୍ଥିତ ଦର୍ଶକଙ୍କ ଅନୁପଯୁକ୍ତ ଆଚରଣ ଅଭିଯୋଗ କରି ଆଇସିସିର ଦ୍ବାରସ୍ଥ ହୋଇଛି ପିସିବି । ତେବେ ଏହାର ଉତ୍ତର ଦେବାକୁ ମୁଁ ଉପଯୁକ୍ତ ନୁହେଁ ବୋଲି କହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଭାରତୀୟ ଦଳର ବୋଲିଂ କୋଚ୍‌ ପରାସ ମହାମ୍ବ୍ରେ । ଅଧିକ ପଢ଼ନ୍ତୁ

ପୁଣେ: ପାକିସ୍ତାନର ସାମ୍ବାଦିକ ତଥା ପ୍ରଶଂସକଙ୍କୁ ବିଶ୍ବକପ୍‌ ପାଇଁ ଭାରତ ଆସିବାକୁ ଭିସା ମିଳିବାରେ ବିଳମ୍ବକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ନିକଟରେ ମଙ୍ଗଳବାର ଔପଚାରିକ ଅଭିଯୋଗ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) । ଏହା ସହିତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୪ ଅକ୍ଟୋବରରେ ଖେଳାଯାଇଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ସମୟରେ ଉପସ୍ଥିତ ଦର୍ଶକଙ୍କର ପାକିସ୍ତାନ ଦଳ ପ୍ରତି ଅନୁପଯୁକ୍ତ ଆଚରଣ ସମ୍ପର୍କରେ ମଧ୍ୟ ଆଇସିସି ନିକଟରେ ଅଭିଯୋଗ କରିଛି ପିସିବି । ତେବେ ଏହି ତମାତ ପ୍ରସଙ୍ଗକୁ ନେଇ ପ୍ରଶଂସକଙ୍କ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ପ୍ରେସ୍‌ମିଟ୍‌ ସମୟରେ ଭାରତୀୟ ଦଳର ବୋଲିଂ କୋଚ୍‌ ପରାସ ମହାମ୍ବ୍ରେଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା । ହେଲେ ଏନେଇ କୌଣସି ଟିପ୍ପଣୀ କରିବା ତାଙ୍କର କର୍ତ୍ତବ୍ୟ ନୁହେଁ ବୋଲି କହି ସେ ଏହି ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି । ସେ କହିଛନ୍ତି, "ସତ କହିବାକୁ ଗଲେ ମୁଁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଉପଯୁକ୍ତ ନୁହେଁ । ବାସ୍ତବରେ ଏ ସମ୍ପର୍କରେ ମୁଁ ଶୁଣିନାହିଁ ମଧ୍ୟ । ତେଣୁ ଏନେଇ ମୁଁ କୌଣସି ଟିପ୍ପଣୀ କରିବାକୁ ଚାହେଁନାହିଁ ।"

ତେବେ ମଙ୍ଗଳବାର ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହାର ଆଧିକାରିକ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ସୂଚନା ଦେଇଥିଲା, "ଭାରତରେ ଜାରି ରହିଥିବା ବିଶ୍ବକପ୍‌ ୨୦୨୩ ପାଇଁ ପାକିସ୍ତାନୀ ସାମ୍ବାଦିକଙ୍କୁ ଭିସା ମିଳିବାରେ ବିଳମ୍ବ ହେବା ଓ ପାକିସ୍ତାନୀ ପ୍ରଶଂସକଙ୍କୁ ଭିସା ମିଳିବା ନେଇ କୌଣସି ନିୟମ ନଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଏକ ଆଧିକାରୀକ ଅଭିଯୋଗ କରାଯାଇଛି । ୧୪ ଅକ୍ଟୋବର (ଶନିବାର) ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ପାକିସ୍ତାନୀ ଦଳ ପ୍ରତି ଉପସ୍ଥିତ ଦର୍ଶକଙ୍କର ଅନୁପଯୁକ୍ତ ଆଚରଣ ସମ୍ପର୍କରେ ମଧ୍ୟ ଆଇସିସିରେ ଅଭିଯୋଗ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ହଜମ ହେଉନି ଭାରତଠୁ ପରାଜୟ, ଆଇସିସି ନିକଟରେ PCBର ଅଭିଯୋଗ

ସୂଚନାଯୋଗ୍ୟ, ଅହମ୍ମଦାବାଦରେ ଅନୁଷ୍ଠିତ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ଟାର୍ଗେଟ କରି ଦର୍ଶକମାନେ ବିଭିନ୍ନ ନାରା ଦେଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଟ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଛି । ମ୍ୟାଚ ବେଳେ ଘଟିଥିବା କିଛି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପିସିବି । ବିଶ୍ବକପ ଖବର ସଂଗ୍ରହ କରିବାକୁ ଚାହୁଁଥିବା ସାମ୍ବାଦିକ ସହିତ ମ୍ୟାଚ ଦେଖିବାକୁ ନେଇ ପାକିସ୍ତାନ ପ୍ରଶଂସକଙ୍କୁ ବିଳମ୍ବରେ ଭିସା ଦେବା ଓ ମ୍ୟାଚ୍‌ ସମୟରେ ଦର୍ଶକଙ୍କ ବ୍ୟବହାରକୁ ନେଇ ଆଇସିସି ନିକଟରେ ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.