ETV Bharat / sports

World Cup 2023: ହଜମ ହେଉନି ଭାରତଠୁ ପରାଜୟ, ଆଇସିସି ନିକଟରେ PCBର ଅଭିଯୋଗ

author img

By ETV Bharat Odisha Team

Published : Oct 18, 2023, 7:39 AM IST

Updated : Oct 18, 2023, 2:25 PM IST

World Cup 2023
ଆଇସିସି ନିକଟରେ ବିସିବିର ଅଭିଯୋଗ

ଭାରତ ପାକିସ୍ତାନ ବିଶ୍ବକପ ମ୍ୟାଚରେ ପାକିସ୍ତାନ ପ୍ରଶଂସକ ଓ ସାମ୍ବାଦିକଙ୍କୁ ଭିସା ନମିଳିବା ନେଇ ଆଇସିସି ନିକଟରେ ଅଭିଯୋଗ କରିଛି ପିସିବି । ଅଧିକ ପଢ଼ନ୍ତୁ

ଦାଇଦ୍ରାବାଦ: ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଭାରତ ବିପକ୍ଷରେ ପରାସ୍ତ ହେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡରେ ରାଗରେ ଗରଗର ହେଉଛି । ପରାଜୟକୁ ସହଜରେ ଗ୍ରହଣ କରିପାରୁନାହିଁ । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥରେ ପାକିସ୍ତାନର ମାତ୍ର 2ରୁ 3 ଜଣ ପ୍ରଶଂସକ ଥିଲେ । ବାକି ଘରୋଇ ଦର୍ଶକରେ ଭରି ଯାଇଥିଲା 1 ଲକ୍ଷ 32 ହଜାର ଦର୍ଶକ କ୍ଷମତା ଥିବା ଷ୍ଟାଡିୟମ ଭରି ଯାଇଥିଲା । ଭାରତ-ପାକିସ୍ତାନ ମ୍ୟାଚରେ ଦର୍ଶକଙ୍କ ବ୍ୟବହାର ଓ ପାକିସ୍ତାନ ପ୍ରଶଂସକଙ୍କୁ ଭିସା ଦେବାରେ ଅଯଥା ବିଳମ୍ଭ କରାଯାଇଥିବା କହି ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ଅଭିଯୋଗ କରିଛି ।

  • The Pakistan Cricket Board (PCB) has lodged another formal protest with the ICC over delays in visas for Pakistani journalists and the absence of a visa policy for Pakistan fans for the ongoing World Cup 2023.

    The PCB has also filed a complaint regarding inappropriate conduct…

    — PCB Media (@TheRealPCBMedia) October 17, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ଅହମ୍ମଦାବାଦରେ ଅନୁଷ୍ଠିତ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ଟାର୍ଗେଟ କରି ଦର୍ଶକମାନେ ବିଭିନ୍ନ ନାରା ଦେଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଟ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଛି । ମ୍ୟାଚ ବେଳେ ଘଟିଥିବା କିଛି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପିସିବି । ବିଶ୍ବକପ ଖବର ସଂଗ୍ରହ କରିବାକୁ ଚାହୁଁଥିବା ସାମ୍ବାଦିକ ସହିତ ମ୍ୟାଚ ଦେଖିବାକୁ ନେଇ ପାକିସ୍ତାନ ପ୍ରଶଂସକଙ୍କୁ ବିଳମ୍ବରେ ଭିସା ଦେବା ଓ ମ୍ୟାଚ୍‌ ସମୟରେ ଦର୍ଶକଙ୍କ ବ୍ୟବହାରକୁ ନେଇ ଆଇସିସି ନିକଟରେ ଅଭିଯୋଗ କରିଛି ।

  • Who asked Pakistani journalist Zainab Abbas to comment against India and Hindus?

    Who asked Mickey Arthur to call ICC event as BCCI event?

    Who asked Rizwan to perform Namaz in playground?

    Don’t find faults in others! https://t.co/zpK7F7zjB7

    — Danish Kaneria (@DanishKaneria61) October 17, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...World Cup 2023: ବିଳି ବିଳଉଛନ୍ତି ମିକି ଆର୍ଥର, କହିଲେ ଏହା ICC ନୁହେଁ BCCI ଇଭେଣ୍ଟ

ଏହି ଘଟଣାକୁ ନେଇ ପୂର୍ବତନ ପାକିସ୍ତାନ ସ୍ପିନର ଦାନିସ କାନରିଆ ପିସିବିକୁ ଟାର୍ଗେଟ କରି କହିଛନ୍ତି, ମିକି ଆଥରଙ୍କୁ କିଏ କହିଥିଲା ଆଇସିସି ଇଭେଣ୍ଟକୁ ବିସିସିଆଇ ଇଭେଣ୍ଟ । ରିଜୱାନଙ୍କୁ ଗ୍ରାଉଣ୍ଡରେ ନମାଜ ପାଠ କରିବାକୁ କିଏ କହିଥିଲା । ଅନ୍ୟମାନଙ୍କ କଥାରୁ ଭୁଲ ବାହାର କର ନାହିଁ ।''

ପ୍ରକାଶ ଥାଉ କି, ଗତ ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରିଥିଲା ରୋହିତ ସେନା । ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ମାଟି କାମୁଡ଼ିଥିଲା ବାବରବାହିନୀ । 42.5 ଓଭର ଖେଳି ପାକିସ୍ତାନ 191 ରନ୍‌ରେ ଅଲଆଉଟ୍‌ ହୋଇଥିଲା । 192 ରନ୍‌ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଭାରତ 30 ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । 7 ୱିକେଟ୍‌ରେ ବାଜି ମାରି ନେଇଥିଲା ଟିମ୍‌ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଯଶପ୍ରୀତ ବୁମରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏହା ପରେ ମ୍ୟାଚ ପରେ ବିଭିନ୍ନ ଖଟଣାବଳୀ ସାମ୍ନାକୁ ଆସିଛି ।

Last Updated :Oct 18, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.