ETV Bharat / sports

Cricket World Cup 2023: ପାକିସ୍ତାନ ଅପେକ୍ଷାର ଅନ୍ତ, 1100 ବଲ ପରେ ପାୱାର ପ୍ଲେରେ ବାଜିଲା ଛକା

author img

By ETV Bharat Odisha Team

Published : Oct 23, 2023, 7:33 PM IST

୧୧୬୮ ବଲ ପରେ ପ୍ରଥମ ଥର ପାୱାର ପ୍ଲେରେ ପାକିସ୍ତାନର ବାଜିଲା ପ୍ରଥମ ଛକା । ଚଳିତ ବିଶ୍ବକପ୍‌ରେ ଏକମାତ୍ର ଟିମ୍‌ ଭାବେ ପ୍ରଥମ ୧୦ ଓଭରରେ କୌଣସି ଛକା ମାରି ପାରିନଥିଲେ ପାକିସ୍ତାନୀ ବ୍ୟାଟର । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ପାୱାର ପ୍ଲେରେ ଦୁଇଟି ଛକା ମାରି ଏହି ଧାରା ଭାଙ୍ଗିଛନ୍ତି ଦଳର ଓପନର ଅବ୍‌ଦୁଲ୍ଲା ସଫିକ୍‌ । ଅଧିକ ପଢ଼ନ୍ତୁ

ପ୍ରଥମ ଥର ପାଇଁ ପାୱାର ପ୍ଲେରେ ମାରିଲେ ଛକା
ପାକିସ୍ତାନ ଅପେକ୍ଷାର ଅନ୍ତ ଘଟାଇଲେ ସଫିକ୍‌

ଚେନ୍ନାଇ: ଦୀର୍ଘ ସମୟ ଧରି ପାକିସ୍ତାନ କ୍ରିକେଟ ଟିମ୍‌ର ଅପେକ୍ଷାର ଅନ୍ତ ଘଟିଛି । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦଳର ଓପନର ଅବଦୁଲ୍ଲା ସଫିକ ଦଳର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେ ଚଳିତ ୨୦୨୩ ବର୍ଷରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟାଟର ଭାବେ ଦିନିକିଆ କ୍ରିକେଟ୍‌ରେ ପ୍ରଥମ ପାୱାର ପ୍ଲେରେ ସେ ଛକା ମାରିବାର ରେକର୍ଡ କରିଛନ୍ତି । ସୋମବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସଫିକ୍‌ ପ୍ରଥମ ପାୱାର ପ୍ଲେରେ ଛକା ମାରିଥିଲେ । ତେବେ ୧୧୬୮ ବଲ ପରେ ଏହା ଚଳିତ ବର୍ଷ ପାକିସ୍ତାନ ପାଇଁ ପ୍ରଥମ ପାୱାର ପ୍ଲେରେ ପ୍ରଥମ ଛକା ଥିଲା ।

ସୋମବାର ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ଯ୍ୟନ୍ତ ପାକିସ୍ତାନ ଚଳିତ ବର୍ଷ କୌଣସି ଦିନିକିଆ ମ୍ୟାଚ୍‌ରେ ପ୍ରଥମ ପାୱାର ପ୍ଲେରେ ଛକା ମାରିବାକୁ ସକ୍ଷମ ହୋଇନଥିଲା । ବିଶ୍ବକପ୍‌ ୨୦୨୩ରେ ମଧ୍ୟ ଏକମାତ୍ର ଟିମ ଭାବେ ପାକିସ୍ତାନ ପ୍ରଥମ ୧୦ ଓଭରରେ କୌଣସି ଛକା ମାରି ପାରିନଥିଲା । ଚଳିତ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ପାୱାର ପ୍ଲେରେ ସର୍ବାଧିକ ଛକା ମାରିବା ତାଲିକାର ଶୀର୍ଷରେ ୪୬ଟି ଛକା ସହ ଭାରତ ରହିଛି । ଏହା ମଧ୍ୟରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକାକୀ ୩୫ଟି ଛକା ମାରିବାର ରେକର୍ଡ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସ୍ପିନ୍‌ରେ ସଙ୍ଘର୍ଷ-ପେସରଙ୍କୁ ଆଟାକ୍‌, ଆଫଗାନିସ୍ତାନ ଆଗରେ ଲକ୍ଷ୍ୟ ୨୮୩

ତେବେ ବିଶ୍ବକପ୍‌ରେ ୪ଟି ମ୍ୟାଚ୍‌ ଖେଳି ସାରିଥିଲେ ମଧ୍ୟ ପାକିସ୍ତାନର ପ୍ରଥମ ପାୱାର ପ୍ଲେରେ ଛକା ନମାରିବା ଧାରା ଜାରି ରହିଥିଲା । ଶେଷରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦଳର ଓପନର ଅବ୍‌ଦୁଲ୍ଲା ସଫିକ ପ୍ରଥମ ପାୱାର ପ୍ଲେରେ ଏକ ଛକା ମାରି ଏହି ଧାରା ଭାଙ୍ଗିଛନ୍ତି । ସେ ମ୍ୟାଚ୍‌ର ପଞ୍ଚମ ଓଭର୍‌ରେ ନବୀନ-ଉଲ୍‌-ହକ୍‌ଙ୍କ ଏକ ବଲରେ ପୁଲ ସଟ୍‌ ଖେଳି ଛକା ମାରିବାକୁ ସକ୍ଷମ ହୋଇଥିଲେ । ଏହାପରେ ସେ ଅଷ୍ଟମ ଓଭରରେ ମଧ୍ୟ ଆଉ ଗୋଟିଏ ଛକା ମାରିଥିଲେ । ଆଫଗାନ ସ୍ପିନର ମୁଜୀବୁର ରେହମାନଙ୍କ ବଲରେ ସେ ପାକିସ୍ତାନ ପାଇଁ ଏହି ପାୱାର ପ୍ଲେରେ ଦ୍ବିତୀୟ ଛକା ମାରିଥିଲେ । ତେବେ ଆଜିର ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୨ ରନ ସଂଗ୍ରହ କରିଥିଲା । ୨୮୩ ରନ ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରୁଛି ଆଫଗାନିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.