ETV Bharat / sports

ଅଲଟିମେଟ କ୍ରିକେଟ ଚ୍ୟାଲେଞ୍ଜରେ ଖେଳିବେ ଯୁବରାଜ ସିଂହ

author img

By

Published : Dec 15, 2020, 10:44 PM IST

'ଅଲଟିମେଟ କ୍ରିକେଟ ଚ୍ୟାଲେଞ୍ଜ'(UKC)ର ଗ୍ଳାଡିଟୋରିଆଲ କ୍ରିକେଟ ସିରିଜରେ ଖେଳିବେ ଯୁବରାଜ ସିଂହ । ଅଧିକ ପଢନ୍ତୁ..

Yuvraj Singh to take part in 'Ultimate Kricket Challenge'
Yuvraj Singh to taଅଲଟିମେଟ କ୍ରିକେଟ ଚ୍ୟାଲେଞ୍ଜରେ ଖେଳିବେ ଯୁବରାଜ ସିଂହke part in 'Ultimate Kricket Challenge'

ମୁମ୍ବାଇ: କ୍ରିକେଟ ମଇଦାନରେ ପୁଣି ନଜର ଆସିବେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ । 'ଅଲଟିମେଟ କ୍ରିକେଟ ଚ୍ୟାଲେଞ୍ଜ'(UKC) ନାମରେ ଗ୍ଳାଡିଟୋରିଆଲ କ୍ରିକେଟ ସିରିଜରେ ଖେଳିବେ ଯୁବରାଜ ।

ଯୁବରାଜଙ୍କ ସହ ଇଆନ ମୋର୍ଗାନ, ଆଣ୍ଡ୍ରେ ରସେଲ, କ୍ରିସ ଗେଲ, କେଭିନ ପିଟରସନ ଓ ରସିଦ ଖାନ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ସଂସ୍କରଣରେ ନଜର ଆସିବେ । ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର 24ରୁ ଜାନୁଆରୀ 1 ପର୍ଯ୍ୟନ୍ତ ଖେଳାଯିବ ।

ଟୁର୍ଣ୍ଣାମେଣ୍ଟରେ ମୋଟ 16ଟି ମ୍ୟାଚ ଖେଳାଯିବ । ତେବେ ଏକ ନୂଆ ନିୟମ ସହ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହି ଫର୍ମାଟର ନାମ ୱାନ-ଅନ ୱାନ କ୍ରିକେଟ ମ୍ୟାଚ ଫର୍ମାଟ ରଖାଯାଇଛି । ଦୁଇଟି ୟୁକେସି ପ୍ରତିପକ୍ଷ ଟିମ ମଧ୍ୟରେ 4ଟି ଇଂନିସ ରହିବ । ପ୍ରତ୍ୟେକ ଇଂନିସରେ 15ଟି ଲେଖାଏଁ ବଲ ରହିବ ।

ଅଧିକ ରନ ସଂଗ୍ରହ କରିଥିବା ଟମ ପ୍ରତ୍ୟେକ ମ୍ୟାଚ ଶେଷରେ ବିଜେତା ଘୋଷିତ ହେବ ଓ ଦୁଇ ପଏଣ୍ଟ ହାସଲ କରିବ । ପରେ 4ଟି ଶୀର୍ଷ ଟିମ ନକଆଉଟ ପର୍ଯ୍ୟାୟକୁ ଉନ୍ନିତ ହେବାସହ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.