ETV Bharat / sports

ଆଇପିଏଲରୁ ବିଶେଷ ଲାଭବାନ ହୋଇଛି ଇଂଲଣ୍ଡ: ମୋର୍ଗାନ

author img

By

Published : Mar 11, 2021, 9:38 PM IST

ଆଇପିଏଲରୁ ଇଂଲଣ୍ଡ ବିଶେଷ ଲାଭବାନ ହୋଇଥିବା କହିଛନ୍ତି ଇଆନ ମୋର୍ଗାନ । ଅଧିକ ପଢନ୍ତୁ...

England have benefitted massively from IPL: Morgan
ଆଇପିଏଲରୁ ବିଶେଷ ଲାଭବାନ ହୋଇଛି ଇଂଲଣ୍ଡ: ମୋର୍ଗାନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ଧନ୍ୟବାଦ ଦେଲେ ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ । ଆଇପିଏଲରୁ ଇଂଲଣ୍ଡ ବିଶେଷ ଲାଭବାନ ହୋଇଥିବା କହିଛନ୍ତି ମୋର୍ଗାନ । ଭାରତ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହେବ । ଏହାପୂର୍ବରୁ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ମୋର୍ଗାନ ।

ବିଶ୍ବର ଏହି ବିତ୍ତଶାଳୀ ଲିଗ୍‌ରେ ଅଂଶଗ୍ରହଣ କରିବାକୁ ନେଇ ଇଂଲିସ ଖେଳାଳିଙ୍କୁ ଏକାଧିକ ପୂର୍ବତନ ଖେଳାଳି ସମାଲୋଚନା କରିଛନ୍ତି । ଏହି ଦୃଷ୍ଟିରୁ ମୋର୍ଗାନଙ୍କ ବୟାନ ବିଶେଷ ଗୁରୁତ୍ବପୂର୍ଣ୍ଣ ରହିଛି ।

ମୋର୍ଗାନ କହିଛନ୍ତି, ଦୁଇଟି ଟି20 ବିଶ୍ବକପ ଖେଳାଯିବାକୁ ଅଧିକ ସମୟ ନାହିଁ । ସେଥିପାଇଁ ବିଶ୍ବର ବୃହତ ଓ ଶ୍ରେଷ୍ଠ ଟି20 ଟୁର୍ଣ୍ଣାମେଣ୍ଟ ଆଇପିଏଲ ଖେଳିବା ସହ ଅଭିଜ୍ଞତା ହାସଲ କରିବା ଫାଇଦାମାନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.