ETV Bharat / sports

10 ଶତକ-150 ୱିକେଟ: ବେନ ଷ୍ଟୋକ୍ସ ବିଶ୍ବର 5ମ ଅଲରାଉଣ୍ଡର

author img

By

Published : Jul 18, 2020, 7:26 PM IST

5ମ ଅଲରାଉଣ୍ଡର ଭାବେ ଟେଷ୍ଟ କ୍ରିକେଟରେ 10ଟି ଶତକ ଓ 150ରୁ ଅଧିକ ୱିକେଟ ହାସଲ କରିବାର ରେକର୍ଡ କରିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ।

Ben Stokes becomes fifth all-rounder to score 10-plus centuries and scalp 150-plus wickets in test cricket
10ଶତକ 150 ୱିକେଟ: ବେନ ଷ୍ଟୋକ୍ସ ବିଶ୍ବର 5ମ ଅଲରାଉଣ୍ଡର

ମାଞ୍ଚେଷ୍ଟର: 5ମ ଅଲରାଉଣ୍ଡର ଭାବେ ଟେଷ୍ଟ କ୍ରିକେଟରେ 10ଟି ଶତକ ଓ 150ରୁ ଅଧିକ ୱିକେଟ ହାସଲ କରିବାର ରେକର୍ଡ କରିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଶୁକ୍ରବାର ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟରେ 176 ରନର ମାରାଥନ ଇଂନିସ ପରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ଷ୍ଟୋକ୍ସ ।

ଏହି ତାଲିକାରେ ବିଶ୍ବ କ୍ରିକେଟର ଏକାଧିକ କିମ୍ବଦନ୍ତୀ ଅଲରାଉଣ୍ଡର ରହିଛନ୍ତି । ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଗେରୀ ସୋବରସ, ପୂର୍ବତନ ଇଂଲଣ୍ଡ କ୍ୟାପଟେନ ଇଆନ ବୋଥାମ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀ, ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜାକ କାଲିସ ରହିଛନ୍ତି ।

ଏହି ତାଲିକାରେ ଯୋଡି ହୋଇଥିବାରୁ ଟିମ ଇଣ୍ଡିଆ କୋଚ ରବି ଶାସ୍ତ୍ରୀ ଷ୍ଟୋକ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ସେ ଦ୍ରୁତତମ ଅଲରାଉଣ୍ଡର ଭାବେ 4000 ଟେଷ୍ଟ ରନ ଓ 150 ୱିକେଟ ହାସଲକାରୀ କ୍ରିକେଟର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.