ETV Bharat / sports

COVID-19: ସ୍ପଷ୍ଟକଲେ ଗାଙ୍ଗୁଲି, ପୂର୍ବନିର୍ଦ୍ଧାରିତ ସୂଚୀରେ ଖେଳାଯିବ ରଣଜୀ ଟ୍ରଫି

author img

By

Published : Jan 3, 2022, 10:49 PM IST

ରଣଜୀ ଟ୍ରଫିର ଆଗାମୀ ସଂସ୍କରଣ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଖେଳାଯିବ । ଏନେଇ ସୋମବାର ସ୍ପଷ୍ଟ କରିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ

COVID-19: Ranji Trophy to proceed as per schedule, confirms Ganguly
ସ୍ପଷ୍ଟକଲେ ଗାଙ୍ଗୁଲି, ପୂର୍ବନିର୍ଦ୍ଧାରିତ ସୂଚୀରେ ଖେଳାଯିବ ରଣଜୀ ଟ୍ରଫି

ମୁମ୍ବାଇ: ରଣଜୀ ଟ୍ରଫିର ଆଗାମୀ ସଂସ୍କରଣ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଖେଳାଯିବ । ଏନେଇ ସୋମବାର ସ୍ପଷ୍ଟ କରିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ।

ଦେଶରେ COVID-19 ଦୈନିକ ସଂକ୍ରମଣ ସଂଖ୍ୟାକୁ ସଂଖ୍ୟା ବୃଦ୍ଧିପାଉଥିବାରୁ ଟୁର୍ନାମେଣ୍ଟର ଭାଗ୍ୟ ନେଇ ଆଶଙ୍କା ଦେଖାଦେଇଥିଲା । ମାତ୍ର ସ୍ଥିର ହୋଇଥିବା ପୂର୍ବ ସୂଚୀ ଅନୁଯାୟୀ ଟୁର୍ନାମେଣ୍ଟ ଖେଳାଯିବା ନେଇ ଗାଙ୍ଗୁଲି ଗ୍ରୀନ ସିଗନାଲ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: 2nd Test: ପ୍ରଥମ ଇଂନିସରେ ୨୦୨ ରନ୍‌ରେ ଅଲଆଉଟ୍‌ ଭାରତ

ଜାନୁଆରୀ ୧୩ରୁ ମାର୍ଚ୍ଚ ୨୦, ୨୦୨୨ ପର୍ଯ୍ୟନ୍ତ ରଣଜୀ ଟ୍ରଫି ଖେଳାଯିବା ନେଇ ସୂଚୀ ରହିଛି । କୋଲକାତା ନ୍ୟୁଟ୍ରାଲ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଓ ନକଆଉଟ୍‌ ମ୍ୟାଚ୍‌ ଆୟୋଜନ କରିବ ।

ପୂର୍ବରୁ କିଛି ଖେଳାଳି COVID-19 ପଜିଟିଭ ଚିହ୍ନଟ ପରେ କ୍ରିକେଟ ଆସୋସିଏସନ ଅଫ୍‌ ବେଙ୍ଗଲ(CAB) ପକ୍ଷରୁ ରାଜ୍ୟରେ ସମସ୍ତ ଲୋକାଲ ଟୁର୍ନାମେଣ୍ଟ ସ୍ଥଗିତ ଘୋଷଣା କରିଥିଲା । COVID ସ୍ଥିତି ଅନୁଧ୍ୟାନ ପାଇଁ CAB ଜରୁରୀକାଳୀନ ଆପେକ୍ସ କାଉନସିଲ୍‌ ବୈଠକ ମଧ୍ୟ ଡାକିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.