IPL: ନୂତନ ଫ୍ରାଞ୍ଚାଇଜ ଡକ୍ୟୁମେଣ୍ଟ କିଣିବା ତାରିଖ ଘୁଞ୍ଚାଇଲା BCCI

author img

By

Published : Oct 13, 2021, 4:07 PM IST

IPL: ନୂତନ ଫ୍ରାଞ୍ଚାଇଜି ITT ଡକୁମେଣ୍ଟ୍‌ କିଣିବା ତାରିଖ ଘୁଞ୍ଚାଇଲା ବିସିସିଆଇ

ଆଇପିଏଲ ନୂତନ ଫ୍ରାଞ୍ଚାଇଜି ପାଇଁ ଆବେଦନ ତାରିଖକୁ ଘୁଞ୍ଚାଇଛି ବିସିସିଆଇ । ଏହାକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ମୁମ୍ବାଇ: ଆଇପିଏଲ ନୂତନ ଫ୍ରାଞ୍ଚାଇଜି ପାଇଁ ଆବେଦନ ତାରିଖ ଘୁଞ୍ଚାଇଛି ବିସିସିଆଇ । ଏହାକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି । ଅଗଷ୍ଟ ୩୧ ତାରିଖରେ ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲ ପକ୍ଷରୁ ନୂତନ ଫ୍ରାଞ୍ଚାଇଜି ପାଇଁ ଆବେଦନ ପତ୍ର ( Invitation to Tender) ଜାରି କରାଯାଇଥିଲା । ବର୍ତ୍ତମାନ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଫ୍ରାଞ୍ଚାଇଜି ପାଇଁ ଆବେଦନ ପତ୍ର ଜାରି ରହିବା ନେଇ ସୂଚନା ଦେଇଛି ବିସିସିଆଇ ।

  • 🚨 NEWS 🚨: BCCI announces release of tender to own and operate an Indian Premier League team.

    More Details 🔽

    — IndianPremierLeague (@IPL) October 13, 2021 " class="align-text-top noRightClick twitterSection" data=" ">

ଏକ ଫେରସ୍ତ ହେଉନଥିବା ଦେୟ ଦେଇ ଫ୍ରାଞ୍ଚାଇଜି ମାଲିକାନା ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ ପତ୍ର ନେଇ ପାରିବେ । ଏହି ଆବେଦନ ପତ୍ର ପାଇଁ ଆବେଦନକାରୀଙ୍କୁ ୧୦ ଲକ୍ଷ ଟଙ୍କା ଦେୟ ଦେବାକୁ ହେବ । ଏହି ଦେୟ ସହ ଦ୍ରବ୍ୟକର(good and service tax) ମଧ୍ୟ ଦେବାକୁ ହେବ ।

ନୂତନ ଫ୍ରାଞ୍ଜାଇଜି ବିଡ୍‌ରେ ସାମିଲ ହେବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ittipl2021@bcci.tv.ରେ ଅଧିକ ସୂଚନା ପାଇ ପାରିବେ । 2022 IPLରେ ୧୦ ଦଳ ଟ୍ରଫି ପାଇଁ ପ୍ରତିଦ୍ବନ୍ଦିତା କରିବେ ଏହାକୁ ନେଇ ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉଁସିଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା । ନୂତନ ଦଳ କିଣିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସବ୍‌ଜକ୍ଟ ଲାଇନ୍‌ରେ ITT for the Right to own and operate one of two proposed New IPL teams ଲେଖି ଇ-ମେଲ୍‌ କରି ପାରିବେ । ଏଥିପାଇଁ ବିସିସିଆଇ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଯୋଗ୍ୟତା ଉପରେ ଧ୍ୟାନ ଦିଆଯାଇଛି । ସେହି ଯୋଗ୍ୟତା ଥିଲେ ହିଁ ଜଣେ ନୂତନ ଆଇପିଏଲ ଦଳ କିଣିବା ପାଇଁ ବିଡ୍‌ରେ ସାମିଲ୍‌ ହୋଇ ପାରବେ ।

ଯେକୌଣସି ମୂହୁର୍ତ୍ତରେ ବିସିସିଆଇ ଯେକୌଣସି ଆବେଦନକୁ ବରଖାସ୍ତ କରି ପାରିବ । ଏଥିପାଇଁ ବିସିସିଆଇକୁ କୌଣସି କାରଣ ମଧ୍ୟ ଦର୍ଶାଇବାକୁ ପଡ଼ିବ ନାହିଁ । ଏହାକୁ ନେଇ ବିସିସିଆଇ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.