ETV Bharat / sports

Border Gavaskar Trophy: ‘ଆସେସ୍‌ଠୁ ବଡ ଟିମ ଇଣ୍ଡିଆକୁ ଘରୋଇ ମାଟିରେ ମାତ୍ ଦେବା’

author img

By

Published : Feb 6, 2023, 10:22 PM IST

ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଷ୍ଟିଭ ସ୍ମିଥ୍, ଡେଭିଡ ୱାର୍ଣ୍ଣରଙ୍କ ଭଳି କ୍ରିକେଟର କହିଛନ୍ତି ଭାରତରେ ବର୍ଡର ଗାଭାସ୍କର ଟ୍ରଫି ଜିତିବା ଆସେସ୍ ସିରିଜଠାରୁ ବି ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ

ବର୍ଡର ଗାଭାସ୍କର ଟ୍ରଫି
ବର୍ଡର ଗାଭାସ୍କର ଟ୍ରଫି

ହାଇଦ୍ରାବାଦ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଷ୍ଟିଭ ସ୍ମିଥ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତ ମାଟିରେ ବିଜୟ ହାସଲ କରିବା ଆସେସଠାରୁ ମଧ୍ୟ ବହୁତ ଗୁରୁତ୍ବପୂର୍ଣ୍ଣ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଫୁଲ ଦମରେ ଝାଳ ବୁହାଉଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ଘରୋଇ ମାଟିରେ ଭାରତକୁ କିଭଳି ପରାସ୍ତ କରିହେବ ସେନେଇ ଭାରତ ମାଟିରେ ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ଜାରି ରଖିଛି କଙ୍ଗାରୁ ଟିମ । ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଷ୍ଟିଭ ସ୍ମିଥ୍ , ଡେଭିଡ ୱାର୍ଣ୍ଣରଙ୍କ ଭଳି କ୍ରିକେଟର କହିଛନ୍ତି ଭାରତରେ ବର୍ଡର ଗାଭାସ୍କର ଟ୍ରଫି ଜିତିବା ଆସେସ୍ ସିରିଜଠାରୁ ବି ଗୁରୁତ୍ବପୂର୍ଣ୍ଣ । ଅଷ୍ଟ୍ରେଲିଆ ୧୯ ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ବର୍ଷ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେଣୁ କଙ୍ଗାରୁ ଟିମ୍‌ ଏହି ସିରିଜରେ ଭାରତକୁ ମାତ୍ ଦେବା ନେଇ ଲକ୍ଷ୍ୟ ରଖିଛି ।

କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସମସ୍ତ କ୍ରିକେଟର ନିଜ ନିଜର ଅନୁଭୂତି ବଖାଣିଛନ୍ତି । ଏହି ଭିଡିଓରେ ଅତିଥି ଦଳର କ୍ୟାପଟେନ ପେଟ କମିନ୍ସ କହିଛନ୍ତି ଅଷ୍ଟ୍ରେଲିଆ ପାଇଁ ଭାରତରେ ସିରିଜ ଜିତିବା ବହୁତ କଠିନ ସାବ୍ୟସ୍ତ ହୋଇଛି । ଯଦି ଆମେ ଏଥର ଏହି ସିରିଜରେ ବିଜୟ ଲାଭ କରୁଛୁ ତାହାଲେ ଏହା ଐତିହାସିକ ବିଜୟ ହେବ । ସେହିପରି କଙ୍ଗାରୁ ଟିମର ଧୂଆଁଧାର ବ୍ୟାଟର ଡେଭିଡ ୱାର୍ଣ୍ଣର କହିଛନ୍ତି ଏହି ସିରିଜ ଦଳ ପାଇଁ ବହୁତ ଆହ୍ବାନପୂର୍ଣ୍ଣ ରହିବ । କାରଣ ଆମେ ଦୁନିଆର ସବୁଠୁ କଠିନ ଏବଂ ଶ୍ରେଷ୍ଠ ସ୍ପିନରଙ୍କ ବିପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବୁ । ସେହିପରି ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ କହିଛନ୍ତି ଏହି ସିରିଜ ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ସିରିଜ । ହେଲେ ମୋତେ ଲାଗୁଛି କି ମୁଁ ମୋ ଦଳ ପାଇଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବି । ଫାଷ୍ଟ ବୋଲର ମିଚେଲ ସ୍ଟାର୍କ କହିଛନ୍ତି ଗୋଟିଏ ପକ୍ଷରେ ଆସେସ୍ ସିରିଜ ଇତିହାସ । ଯେଉଁଥିରେ ଆମେ ବିଜୟ ଲାଭ କରୁଛୁ । ଅନ୍ୟ ପକ୍ଷରେ ଭାରତ । ଯେଉଁମାଟିରେ ଦୀର୍ଘ ଦିନ ହେବ ଆମେ ସିରିଜ ଜିତି ନାହୁଁ ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଫେବୃଆରୀ ୯ ତାରିଖରୁ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ । ମ୍ୟାଚ ପୂର୍ବରୁ ଫୁଲ ଦମରେ ପ୍ରସ୍ତୁତ କଙ୍ଗାରୁ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.