ETV Bharat / sports

Border Gavaskar Trophy: କଙ୍ଗାରୁ ଦଳକୁ ଝଟକା, ପ୍ରଥମ ଟେଷ୍ଟରୁ ବାଦ ପଡିଲେ ଏହି କ୍ରିକେଟର

author img

By

Published : Feb 5, 2023, 9:14 PM IST

ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଲେ ଫାଷ୍ଟ ବୋଲର ଜୋଶ ହେଜେଲଉଡ ଓ ମିଚେଲ ସ୍ଟାର୍କ । ଅଧିକ ପଢନ୍ତୁ

Border Gavaskar Trophy
Border Gavaskar Trophy

ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ଝଟକା । ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଲେ ଫାଷ୍ଟ ବୋଲର ଜୋଶ ହେଜେଲଉଡ ଓ ମିଚେଲ ଷ୍ଟାର୍କ । ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ଏଥିପାଇଁ କଙ୍ଗାରୁ ଟିମ ନେଟ୍ସରେ ବେଶ୍ ଝାଳ ବୁହାଇଛି । ହେଲେ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆକୁ ଶକ୍ତ ଆଘାତ ଲାଗିଛି । ଦଳ ଭାରତକୁ ମାତ୍ ଦେବା ଲକ୍ଷ୍ୟରେ ବିଭିନ୍ନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଦଳରେ ଏବେ ଆହତ ସମସ୍ୟା ଦେଖାଦେଇଛି । ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଜୋଶ ହେଜେଲଉଡ ଆହତ କାରଣରୁ ଫେବୃଆରୀ ୯ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । କେବଳ ଜୋଶ ହେଜେଲଉଡ ନୁହଁନ୍ତି, ଏବେ ମିଚେଲ ଷ୍ଟାର୍କ ଆଙ୍ଗୁଳିରେ ଆଘାତ ଲାଗିବା କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ସେହିପରି ଅଲରାଉଣ୍ଡର କ୍ୟାମରନ ଗ୍ରୀନ ମଧ୍ୟ ଆଙ୍ଗୁଳିରେ ଆଘାତ ଲାଗିଥିବାରୁ ପ୍ରଥମ ଟେଷ୍ଟ ମ୍ୟାଚରେ ବୋଲିଂ କରିବା ନେଇ ସନ୍ଦେହ ଦେଖାଦେଇଛି ।

କ୍ରିକେଟ ଡଟ୍ କମ୍ ଡଟ୍ ଏୟୁ ହେଜେଲଉଡଙ୍କ ବାବଦରେ କହିଛି ଯେ, ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆଉଟଫିଲ୍ଡରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରୁଥିବା ବିପକ୍ଷରେ ବୋଲିଂ କରୁଥିଲେ । ତେବେ ସେ ଦୌଡୁଥିବା ସମୟରେ ପିଚ୍ ଓଦା ଥିବା କାରଣରୁ ତାଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା । ତେବେ ଅଷ୍ଟ୍ରେଲିଆ ପାଇଁ ଏହି ଦୁଇ ଖେଳାଳିଙ୍କ ଆହତ ସମସ୍ୟା ମୁଣ୍ଡବ୍ୟାଥାର କାରଣ ପାଲଟିଛି । ପ୍ରଥମେ ଜୋଶ ହାଜଲଉଡ ପ୍ରଥମ ଟେଷ୍ଟରୁ ବାଦ ପଡିଥିବା ବେଳେ ଏବେ ମିଚେଲ ଷ୍ଟାର୍କଙ୍କ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି । ବର୍ଡର ଗାଭାସ୍କର ଟ୍ରଫିକୁ ହାଲୁକା ଭାବରେ ନେଇ ନାହଁ ଅଷ୍ଟ୍ରେଲିଆ । ଭାରତକୁ ଭାରତ ମାଟିରେ ମାତ୍ ଦେବା ପାଇଁ ଭାରତୀୟ ସ୍ପିନରଙ୍କୁ ନେଇ ନେଟ୍ ପ୍ରାକ୍ଟିସ କରିଛି କଙ୍ଗାରୁ ଦଳ । ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଫୁଲ ଦମରେ ଝାଳ ବୁହାଉଛି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ଘରୋଇ ମାଟିରେ ଭାରତକୁ କିଭଳି ପରାସ୍ତ କରିହେବ ସେନେଇ ଭାରତ ମାଟିରେ ଟେଷ୍ଟ ମ୍ୟାଚ ପୂର୍ବରୁ ଅଭ୍ୟାସ ଜାରି ରଖିଛି କଙ୍ଗାରୁ ଟିମ । ସ୍ପିନିଂ ମାଟିରେ ସ୍ପିନରଙ୍କୁ ନେଇ ପ୍ରାକ୍ଟିସ କରୁଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର । ଅଷ୍ଟ୍ରେଲିଆ ୧୯ ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ବର୍ଷ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେଣୁ କଙ୍ଗାରୁ ଟିମ୍‌ ଏହି ସିରିଜରେ ଭାରତକୁ ମାତ୍ ଦେବା ନେଇ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.