ETV Bharat / sports

INDvsAUS Womens 4th T20I: ୭ରନରେ ଅଷ୍ଟ୍ରେଲିଆ ବିଜୟୀ, ୩-୧ରେ ଆଗୁଆ ସିରିଜ କବଜା

author img

By

Published : Dec 17, 2022, 10:30 PM IST

ଏଲିସ୍ ପେରୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ଟିମ୍ ଇଣ୍ଡିଆକୁ ୭ ରନରେ ପରାସ୍ତ କରିଛି । ଅଧିକ ପଢନ୍ତୁ

INDvsAUS Womens 4th T20I
INDvsAUS Womens 4th T20I

ମୁମ୍ବାଇ: ୭ ରନରେ ଜିତିଲା ଅଷ୍ଟ୍ରେଲିଆ । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଆଜି(ଶନିବାର) ଚତୁର୍ଥ ଟି୨୦ ମ୍ୟାଚ୍ ଖେଳାଯାଇଥିଲା । ଏଲିସ୍ ପେରୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ଟିମ୍ ଇଣ୍ଡିଆକୁ ୭ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୮ ରନ କରିଥିଲା । ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ 5 ୱିକେଟ ହରାଇ ୧୮୧ ରନ କରିଥିଲା । ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୩-୧ ରେ ଆଗୁଆ ସିରିଜ ଜିତି ନେଇଛି ।

ଭାରତ ଟସ ଜିତି ଅଧିନାୟିକା ହରମନପ୍ରୀତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । ଏଲିସ ପେରୀଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳ ୧୮୮ ରନ କରିଥିଲା । ସେ ୪୨ ରନରୁ ୭ ଟି ଚୌକା ଓ ୪ ଟି ଛକା ସହାୟତାରେ ସର୍ବାଧିକ ୭୨ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ଅଶଲିଘ ଗାର୍ଡନର ୨୭ ବଲରୁ ୪୨ ରନର ଦମଦାର ଇନିଂସ ଖେଳିଥିଲେ । ଅଧିନାୟିକା ଅଲିଶା ହେଲୀ ୩୦ ରନ, ଗ୍ରେସ ହରିସ୍ ୨୭ ରନ କରିଥିଲେ ।

୧୮୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଅଧିନାୟିକା ହରମନପ୍ରୀତ କୌର ଓ ରିଚାଙ୍କ ପାଳି ସତ୍ତ୍ବେ ବି ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା ଭାରତ । ସ୍ମୃତି ମାନ୍ଧନା ୧୬ ରନ, ସେଫାଳି ବର୍ମା ୨୦ ରନ, ଜେମିମା ରେଡ୍ରିଗସ୍ ୮ ରନ, ହରମନପ୍ରୀତ କୌର ୪୬ ରନ, ଦେବୀକା ଭୈଦ୍ୟା ୩୨ ରନ କରି ଆଉଟ ହୋଇଥିଲେ । ରିଚା ଘୋଷ ଓ ଦିପ୍ତି ଶର୍ମା କ୍ରମଶଃ ୪୦ ଓ ୧୨ ରନ କରି ଅପରାଜିତ ରହିଥିଲେ । ଏହି ସିରିଜର ପଞ୍ଚମ ଟି୨୦ ମ୍ୟାଚ ଡିସେମ୍ବର ୨୦ ତାରିଖରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.