ETV Bharat / sports

Womens INDvsAUS 3rd T20I: ଏଲିସି ପେରୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ୨୧ରନରେ ଅଷ୍ଟ୍ରେଲିଆ ବିଜୟୀ

author img

By

Published : Dec 14, 2022, 11:00 PM IST

ତୃତୀୟ ଟି୨୦ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ଭାରତକୁ ୨୧ ରନରେ ପରାସ୍ତ କରିଛି । ଅଧିକ ପଢନ୍ତୁ

Womens INDvsAUS 3rd T20I: ଏଲିସି ପେରୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ୨୧ ରନରେ ଅଷ୍ଟ୍ରେଲିଆ ବିଜୟୀ
Womens INDvsAUS 3rd T20I: ଏଲିସି ପେରୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ୨୧ ରନରେ ଅଷ୍ଟ୍ରେଲିଆ ବିଜୟୀ

ମୁମ୍ବାଇ: ତୃତୀୟ ଟି୨୦ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ବିଜୟ ହାସଲ କରିଛି । କଙ୍ଗାରୁ ଦଳ ଜବରଦସ୍ତ ବ୍ୟାଟିଂ କରିବା ସହିତ ଚମତ୍କାର ବୋଲିଂ ମଧ୍ୟ କରିଥିଲେ । ଫଳରେ ଏହି ମ୍ୟାଚରେ ଭାରତ ୨୧ ରନରେ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୨ ରନ କରିଥିଲା । ଏହାର ଜବାବରେ ୱେମେନ ଇନ ବ୍ଲୁ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ କରିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜର ଫଳାଫଳ ୨-୧ ହୋଇଛି । ଏହି ସିରଜର ଚତୁର୍ଥ ଟି୨୦ ମ୍ୟାଚ ଡିସେମ୍ବର ୧୭ ତାରିଖରେ ଖେଳାଯିବ ।

ଅଧିନାୟିକା ହରମନପ୍ରୀତ କୌର ଟସ ଜିତି ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ ଓପନିଂ ଯଡିକୁ ଝଟକା ଦେଇଥିଲେ ଭାରତୀୟ ବୋଲର । ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ରୋକିବାରେ ବିଫଳ ହୋଇଥିଲା ଟିମ ଇଣ୍ଡିଆର ବୋଲିଂ ଅର୍ଡର । ଏଲିସି ପେରୀଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭାରତକୁ ୧୭୨ ରନ କରିଥିଲା । ସେ ୪୭ ବଲରୁ ୯ ଟି ଚୌକା ଓ ୩ ଟି ଛକା ସହିତ ସର୍ବାଧିକ ୭୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଗ୍ରେସ୍ ହାରିସ୍ ୧୮ ବଲରୁ ୪୧ ରନର ଚମତ୍କାର ଇନିଂସ ଖେଳିଥିଲେ । ବେଥ୍ ମୁନୀ ୩୦ ରନ କରିଥିଲେ । ରେଣୁକା ସିଂହ, ଅଞ୍ଜଳି ଶ୍ରାବଣୀ, ଦିପ୍ତି ଶର୍ମା ଓ ଦେବୀକା ୨ ଟି ଲେଖାଏଁ ୱିକେଟ ନେଇଥିଲେ ।

୧୭୩ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଶେଫାଳି ବର୍ମାଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ବେ ପରାଜୟ ବରଣ କରିଛି ହରମନପ୍ରୀତ କୌର ଦଳ । ସେଫାଳି ବର୍ମା ୪୧ ବଲରୁ ୬ ଟି ଚୌକା ଓ ୩ ଟି ଛକା ସହିତ ସର୍ବାଧିକ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେହିପରି ହରମନପ୍ରୀତ କୌର ୨୭ ବଲରୁ ୩୭ ରନ କରିଥିଲେ । ଜେମିମା ରେଡ୍ରିଗସ୍ ଓ ଦିପ୍ତି ଶର୍ମା ୨୫ ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.