ETV Bharat / sports

Border Gavaskar Trophy: ମ୍ୟାଚ୍‌ ପୂର୍ବରୁ ପିଚ୍‌କୁ ନେଇ ଚିନ୍ତିତ କଙ୍ଗାରୁ ଦଳ, ପ୍ରକାଶ ପାଉଛି ବିଭ୍ରାନ୍ତି ରିପୋର୍ଟ

author img

By

Published : Feb 8, 2023, 7:36 PM IST

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ତେବେ ମ୍ୟାଚ ଆରମ୍ଭ ପୂର୍ବରୁ ପିଚକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି ଭିତ୍ତିହୀନ ରିପୋର୍ଟ । ଅଧିକ ପଢନ୍ତୁ

ପିଚ୍‌କୁ ନେଇ ଭାରତ ନାଁରେ ଭିତ୍ତିହୀନ ଅଭିଯୋଗ
ପିଚ୍‌କୁ ନେଇ ଭାରତ ନାଁରେ ଭିତ୍ତିହୀନ ଅଭିଯୋଗ

ହାଇଦ୍ରାବାଦ : ବର୍ଡର ଗାଭାସ୍କରର ଟ୍ରଫି ଆରମ୍ଭ ପୂର୍ବରୁ ଭାରତ ନାମରେ ଭିତ୍ତିହୀନ ଅଭିଯୋଗ ଆଣିଛି ଅଷ୍ଟ୍ରେଲିଆ । ନାଗପୁର ପିଚକୁ ନେଇ ଭିତ୍ତିହୀନ ରିପୋର୍ଟ ପ୍ରକାଶ କରିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ଆସନ୍ତାକାଲି(ଗୁରୁବାର) ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ତେବେ ମ୍ୟାଚ ଆରମ୍ଭ ପୂର୍ବରୁ ପିଚକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି ଭିତ୍ତିହୀନ ରିପୋର୍ଟ ।

ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ତେବେ ସିରିଜ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ଗଣମାଧ୍ୟମ ଅଭିଯୋଗ ଆଣିଛି ଯେ ଭାରତ ପିଚକୁ ନେଇ କିଛି ଘୋଟାଲା କରିଛି । ଏହା ପୂର୍ବରୁ କଙ୍ଗାରୁ ଟିମ୍‌ର ଖେଳାଳି ଭାରତର ପିଚକୁ ନେଇ ବିଭିନ୍ନ ବୟାନ ଦେଇଥିଲେ । ତେବେ ଏହି ଅଭିଯୋଗରେ ଏବେ ନିଆଁରେ ଘିଅ ଢାଳିଛି ଅଷ୍ଟ୍ରେଲିଆ ମିଡିଆ । ନାଗପୁର ବିଦର୍ଭ ଷ୍ଟାଡିୟମରେ ଯେଉଁ ପିଚର ବ୍ୟବହାର କରାଯାଉଛି, ତାହାର ଏବେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଦୁଇ ପୂର୍ବରୁ ଏହି ପିଚ୍‌ରେ ଘାସ ଦେଖାଯାଉଥିଲା । ସେତେବେଳେ ଅଷ୍ଟ୍ରେଲିଆ ଚୁପ୍ ରହିଥିଲା ।

ତେବେ ଷ୍ଟାଡିୟମ କର୍ତ୍ତୃପକ୍ଷ ମ୍ୟାଚ ପୂର୍ବରୁ ନାଗପୁର ବିଦର୍ଭ ଷ୍ଟାଡିୟମ ପିଚରେ ଘାସ ହଟାଇ ଦେଇଛନ୍ତି । ଏହା ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଷ୍ଟ୍ରେଲିଆର ଫୋକ୍ସ କ୍ରିକେଟ ଅଭିଯୋଗ ଆଣିଛି ଯେ, ଭାରତ ପିଚ୍‌କୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଶୁଖାଇ ଦେଇଛି । କାରଣ ମ୍ୟାଚ୍‌ର ପ୍ରଥମ ଦିନରୁ ହିଁ ଟର୍ଣ୍ଣ ଦେଖିବାକୁ ମିଳିବ । ଏହା ଭାରତର ଷଡ଼ଯନ୍ତ୍ର ବୋଲି ଫୋକ୍ସ କ୍ରିକେଟ ସାଂଘାତିକ ଅଭିଯୋଗ ଆଣିଛି । ଭାରତ ପିଚ୍‌ରେ ବଲ୍‌ ବହୁତ ଟର୍ଣ୍ଣ କରିଥାଏ । ବିଜୟ ହାସଲ କରିବାକୁ ଭ୍ରମଣକାରୀ ଦଳକୁ ବହୁ ସଂଘର୍ଷ କରିବାକୁ ପଡିବ ।

ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ଏବେ ବର୍ଡର ଗାଭାସ୍କର ଟ୍ରଫି ଉପରେ । ଏନେଇ ନେଟ୍ସରେ ଫୁଲ ଦମ୍‌ରେ ଝାଳ ବୁହାଇଥିବାର ନଜର ଆସିଥିଲେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିୟ କ୍ରିକେଟର । ଏହି ସିରିଜ୍‌ରେ ବ୍ୟାଟିଂ ଏବଂ ବୋଲିଂର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ବ୍ୟାଟର ଅଧିକରୁ ଅଧିକ ରନ୍ ସଂଗ୍ରହ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ । ସେହିପରି ବୋଲର ବିପକ୍ଷ ଦଳର ବ୍ୟାଟରଙ୍କୁ ଶୀଘ୍ର ପାଭେଲିୟନ ପଠାଇବାର ଲକ୍ଷ୍ୟ ରଖିବେ । ଏହି ଟେଷ୍ଟ ସିରିଜରେ ଭାରତୀୟ ବୋଲର ଅତିଥି ଦଳର ବ୍ୟାଟରମାନଙ୍କ ପାଇଁ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.