ETV Bharat / sports

Asia Cup 2023: ବର୍ଷା ଧୋଇନେଲା ପ୍ରଶଂସକଙ୍କ ଆଶା, ଭାରତ ଆଗରେ ନେପାଳ ବିଜୟ ଶେଷ ରାସ୍ତା, ସୁପର 4ରେ ପାକିସ୍ତାନ

author img

By ETV Bharat Odisha Team

Published : Sep 2, 2023, 10:40 PM IST

ବର୍ଷା ଧୋଇନେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏସିଆ କପ୍‌ ୨୦୨୩ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ । ଶ୍ରୀଲଙ୍କାର ପାଲ୍ଲେକଲଠାରେ ପ୍ରବଳ ବର୍ଷା କାରଣରୁ ଦ୍ବିତୀୟ ଇନିଂସ ଖେଳାଯାଇପାରିନଥିଲା । ଶେଷରେ ମ୍ୟାଚ୍‌କୁ ବାତିଲ କରାଯାଇଛି । ଅଧିକ ପଢ଼ନ୍ତୁ

Asia Cup 2023 Ind vs Pak
Asia Cup 2023 Ind vs Pak

ପାଲ୍ଲେକଲ (ଶ୍ରୀଲଙ୍କା): ମଉଳିଗଲା ପ୍ରଶଂସକଙ୍କ ଆଶା । ବର୍ଷା ଧୋଇନେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏସିଆ କପ୍‌ ୨୦୨୩ର ବହୁ ପ୍ରତିକ୍ଷିତ ମ୍ୟାଚ୍‌ । ଶ୍ରୀଲଙ୍କାର ପାଲ୍ଲେକଲଠାରେ ଖେଳାଯାଉଥିବା ଏସିଆ କପ୍‌ର ଗୁରୁତ୍ବପୂର୍ଣ୍ଣ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଅମିମାଂସିତ ଭାବେ ଶେଷ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଦ୍ବିତୀୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏହି ମହାମୁକାବିଲା ଦେଖିବାକୁ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିବା କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ଟିମ୍‌ ଇଣ୍ଡିଆକୁ କାଳ ବାମହାତୀ ପେସର୍‌ !

ତେବେ ଆଜିର ଏହି ମ୍ୟାଚରେ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଭାରତୀୟ ଧିନାୟକ ରୋହିତ ଶର୍ମା । କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନର ପେସରମାନେ ଭାରତୀୟ ବ୍ୟାଟରମାନଙ୍କୁ ଚାପରେ ରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଆରମ୍ଭରୁ ଲଗାତାର ଭାବେ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା ଟିମ୍‌ ଇଣ୍ଡିଆ । ତେବେ ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଗିଦାରୀ ଦଳକୁ ସଙ୍କଟରୁ ମୁକୁଳାଇବା ସହ ଭାରତ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୬୬ ରନ୍‌ରେ ଅଲଆଉଟ୍ ହୋଇଥିଲା । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ପାକିସ୍ତାନର ପାଳି ଆରମ୍ଭ ହୋଇପାରିନଥିଲା । ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023 Ind vs Pak: ମ୍ୟାଚ୍‌ ଆରମ୍ଭରୁ ବର୍ଷା ବାଧକ, ଜାଣନ୍ତୁ କଣ ରହିଛି ବିକଳ୍ପ

ଭାରତ ଆଗରେ ନେପାଳ ବିଜୟ ଶେଷ ରାସ୍ତା: ବର୍ଷା କାରଣରୁ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ଧୋଇଯାଇଛି । ଫଳରେ ଉଭୟ ଦଳ ମଧ୍ୟରେ ଗୋଟିଏ ଲେଖାଏଁ ପଏଣ୍ଟ ବାଣ୍ଟି ଦିଆଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ନେପାଳ ବିପକ୍ଷ ମ୍ୟାଚ୍ ଜିତି ୨ ପଏଣ୍ଟ ହାସଲ କରିଥିଲା । ଆଜିର ୧ ପଏଣ୍ଟ ସହ ମୋଟ ୩ ପଏଣ୍ଟ ପାଇ ସୁପର-୪ ପାଇଁ ଏକ ପ୍ରକାର ଯୋଗ୍ୟତା ଅର୍ଜନ କରିସାରିଛି ପାକିସ୍ତାନ । ସେପଟେ ଭାରତୀୟ ଦଳକୁ ନିଜର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ନିହାତି ଜିତିବାକୁ ପଡ଼ିବ । ଆଉ ଯଦି ଭାରତ ନେପାଳ ବିପକ୍ଷ ମ୍ୟାଚ୍‌ରେ ହାରିଯାଏ, ତେବେ ଟିମ୍‌କୁ ଏସିଆ କପ୍‌ରୁ ବିଦାୟ ନେବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.