ETV Bharat / sports

ଆସେସରେ ଅବିଶ୍ବସନୀୟ: ବୋଲ୍ଡ ହେବାପରେ ଷ୍ଟୋକ୍ସ ନେଲେ DRS, ବଦଳିଗଲା ନିଷ୍ପତ୍ତି

author img

By

Published : Jan 7, 2022, 11:02 PM IST

ଚର୍ଚ୍ଚାରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଚଳିତ ଚତୁର୍ଥ ଆସେସ ଟେଷ୍ଟର ତୃତୀୟ ଦିନରେ ଷ୍ଟୋକ୍ସ ଏପରି କିଛି କରିଛନ୍ତି, ଯାହାକୁ ଦେଖି ତାଜୁବ ହୋଇଯାଇଛି କ୍ରିକେଟଜଗତ । ଅଧିକ ପଢନ୍ତୁ

Ashes: Ben Stokes survives despite ball hitting off-stump
ଆସେସରେ ଅବିଶ୍ବସନୀୟ: ବୋଲ୍ଡ ହେବାପରେ ଷ୍ଟୋକ୍ସ ନେଲେ DRS, ବଦଳିଗଲା ନିଷ୍ପତ୍ତି

ସିଡନୀ: ପୁଣି ଚର୍ଚ୍ଚାରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଚଳିତ ଚତୁର୍ଥ ଆସେସ ଟେଷ୍ଟର ତୃତୀୟ ଦିନରେ ଷ୍ଟୋକ୍ସ ଏପରି କିଛି କରିଛନ୍ତି, ଯାହାକୁ ଦେଖି ତାଜୁବ ହୋଇଯାଇଛି କ୍ରିକେଟଜଗତ । ଷ୍ଟୋକ୍ସ ବ୍ୟାଟିଂ କରୁଥିବା ସମୟରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କେମରନ ଗ୍ରୀନଙ୍କ ଏକ ବଲ୍‌ ସିଧାସଳଖ ଯାଇ ଷ୍ଟମ୍ପ୍‌ସରେ ଲାଗିଥିଲା ।

ଅଷ୍ଟ୍ରେଲିଆ ଖେଳାଳି ଅପିଲ କରିବା ପରେ ପଡିଆ ଅମ୍ପାୟାର ପଲ୍‌ ରୈଫେଲ ଏହାକୁ ଆଉଟ୍‌ ଦେଇଥିଲେ । ମାତ୍ର ଏହା ସ୍ପଷ୍ଟ ହୋଇନଥିଲା ଯେ, ଅଷ୍ଟ୍ରେଲିଆ ଖେଳାଳି LBW କିମ୍ବା କଟ୍‌ ବିହାଇଣ୍ଡ(କ୍ୟାଚ୍‌) ଆଉଟ୍‌ ପାଇଁ ଅପିଲ କରିଥିଲେ । କାରଣ ଷ୍ଟୋକ୍ସ ଏହି ବଲ୍‌କୁ ଖେଳିବାକୁ ଚାହିଁନଥିଲେ ଓ ନିଜର ବ୍ୟାଟ୍‌ ଉପରକୁ କରି ବଲ୍‌ଟି ୱିକେଟ କିପରଙ୍କ ପାଇଁ ଛାଡିଥିଲେ । ତେବେ ଅମ୍ପାୟର ଆଉଟ୍‌ ଦେବା ପରେ ଷ୍ଟୋକ୍ସ ତୁରନ୍ତ ଏହାକୁ ଚ୍ୟାଲେଞ୍ଜ କରି DRS ଆବେଦନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍‌

ଏହାପରେ ଟିଭି ରିପ୍ଲେରେ ଯାହା ଦେଖାଯାଇଥିଲା, ଅବିଶ୍ବସନୀୟ ଥିଲା । ଖୁବ ଜୋର୍‌ରେ ଗ୍ରୀନ୍‌ଙ୍କ ବଲ୍‌ ଷ୍ଟମ୍ପ୍‌ସରେ ଲାଗିଥିଲେ ମଧ୍ୟ ବେଲ୍‌ ଖସିନଥିଲା, ଯାହା ସମସ୍ତଙ୍କୁ ଆଚମ୍ପିତ କରିଥିଲା । ଷ୍ଟୋକ୍ସଙ୍କ ଭାଗ୍ୟ ତାଙ୍କୁ ସଂପୂର୍ଣ୍ଣ ସାଥ୍‌ ଦେଇଥିଲା । ପରେ ଟିଭି ଅମ୍ପାୟାର ଏହାକୁ ନଟ୍‌ଆଉଟ୍‌ ଘୋଷଣା କରିଥିଲେ । ଅମ୍ପାୟରଙ୍କ ନିଷ୍ପତ୍ତିରେ କମେଣ୍ଟ୍ରୀ ବକ୍ସରେ ଥିବା କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣ, ଆଡାମ ଗିଲ୍‌ଖ୍ରୀଷ୍ଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜେ ଷ୍ଟୋକ୍ସ ମଧ୍ୟ ରିପ୍ଲେ ଦେଖି ବିଶ୍ବାସ କରିପାରିନଥିଲେ ।

ଶୁକ୍ରବାର ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳଯାଉଥିବା ଚତୁର୍ଥ ଟେଷ୍ଟର ଦ୍ବିତୀୟ ସେସନରେ ଏହି ଘଟଣା ଘଟିଛି । ଭାଗ୍ୟ ସାଥ୍‌ ଦେବାପରେ ଏହାର ଭରପୁର ଫାଇଦା ଉଠାଇ ଷ୍ଟୋକ୍ସ ପଞ୍ଚମ ୱିକେଟ ଯୋଡିରେ ବେୟାରଷ୍ଟୋଙ୍କ ସହ ୧୦୦ ରନ୍‌ ଭାଗିଦାରୀ ପୂରଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.