ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍‌

author img

By

Published : Jan 7, 2022, 3:59 PM IST

Updated : Jan 7, 2022, 5:53 PM IST

BCCI broadcasting team in Barabati, suspense over spectators in stadium

ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଆସନ୍ତା ଫେବୃଆରୀ 15ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ

କଟକ: ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ କ୍ରିକେଟ । ଆସନ୍ତା ଫେବୃଆରୀ 15ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି । ଏଥିପାଇଁ ବାରବାଟୀ ଷ୍ଟାଡିୟମ ପରିଭ୍ରମଣ କରିଛି BCCI ବ୍ରଡ୍‌କାଷ୍ଟିଂ ଟିମ । ମାତ୍ର ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଉପରେ ଏବେବି ଜାରି ରହିଛି ସସପେନ୍ସ ।

ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍‌

ଏହାମଧ୍ୟ ପଢନ୍ତୁ: ଜୋହାନ୍ସବର୍ଗରେ ଜିତିଲା ଦକ୍ଷିଣ ଆଫ୍ରିକା, ଭାଙ୍ଗିଲା ଭାରତର ଅପରାଜେୟ ରେକର୍ଡ

ବର୍ତ୍ତମାନର COVID ସ୍ଥିତି ଅନୁସାରେ ଦର୍ଶକଙ୍କୁ ଅନୁମତି ମିଳିବ କି ନାହି ରାଜ୍ୟ ସରକାର ନେବେ ନିଷ୍ପତ୍ତି । ତେବେ ସବୁ ଦିଗରୁ ଓଡିଶା କ୍ରିକେଟ ଆସୋସିଏସନ(OCA) ମ୍ୟାଚ୍‌ ପରିଚାଳନା ପାଇଁ ପ୍ରସ୍ତୁତ ରହିଛି ।

ତେବେ ଆଗାମୀ କିଛି ଦିନ ମଧ୍ୟରେ ସରକାରଙ୍କ ସହ ରାଜ୍ୟ ବୋର୍ଡ ଅଧିକାରୀଙ୍କ ବୈଠକ ହେବ । ଏହି ବୈଠକରେ ଦର୍ଶକ ଅନୁମତି ସସପେନ୍ସ ଉପରୁ ପରଦା ଉଠିବାର ସମ୍ଭାବନା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated :Jan 7, 2022, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.