ETV Bharat / sports

ଭାରତୀୟ ମହିଳା କ୍ରିକେଟ ଦଳକୁ ମିଳିବେ ନୂଆ କୋଚ, ଜାଣନ୍ତୁ କିଏ ନେବେ ଗୁରୁ ଦାୟିତ୍ବ

author img

By

Published : Jul 4, 2023, 1:51 PM IST

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବ ମୁଖ୍ୟ କୋଚ ରମେଶ ପାୱାର ଗତ ବର୍ଷ ଡିସେମ୍ବର ଇସ୍ତଫା ଦେଇଥିଲେ । ଏହା ପରେ ଭାରତୀୟ ମହିଳା ଦଳ ବିନା କୋଚରେ ଖେଳୁଥିଲା । ମାତ୍ର ଏବେ ଦଳକୁ ନୂଆ କୋଚ ମିଳିବାକୁ ଯାଉଛି । ଜାଣନ୍ତୁ କିଏ ସମ୍ଭାଳିବେ ଗୁରୁ ଦାୟିତ୍ବ ।

ଭାରତୀୟ ମହିଳା କ୍ରିକେଟ ଦଳକୁ ମିଳିବେ ନୂଆ କୋଚ
Amol mazumdar

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳକୁ ଖୁବଶୀଘ୍ର ମିଳିବ ନୂଆ କୋଚ । ଘରୋଇ କ୍ରିକେଟର ଅମୋଲ ମଜୁମଦାରଙ୍କୁ ଭାରତୀୟ ମହିଳା କ୍ରିକେଟର ମୁଖ୍ୟ କୋଚ କରାଯିବା ନେଇ ଚର୍ଚ୍ଚା ହେଉଛି । ବିସିସିଆଇ ଶୁବଶୀଘ୍ର ଅମୋଲ ମଜୁମଦାରଙ୍କ ନାମ ଘୋଷଣା କରିପାରେ ।

ଏହା ବି ପଢନ୍ତୁ...Indian Women tour of Bangladesh: ଭାରତୀୟ ମହିଳା ଟିମ ଘୋଷଣା କଲା BCCI

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବ ମୁଖ୍ୟ କୋଚ ରମେଶ ପାୱାର ଗତ ବର୍ଷ ଡିସେମ୍ବର ଇସ୍ତଫା ଦେଇଥିଲେ । ଏହା ପରେ ଭାରତୀୟ ମହିଳା ଦଳ ବିନା କୋଚରେ ଖେଳୁଥିଲା । ମାତ୍ର ଏବେ ଦଳକୁ ନୂଆ କୋଚ ମିଳିବାକୁ ଯାଉଛି । ଅମୋଲ ମଜୁମଦାରଙ୍କୁ ଏହି ଗୁରୁ ଦାୟିତ୍ବ ମିଳିବ ବୋଲି ଚର୍ଚ୍ଚା ହେଉଛି । ବିସିସିଆଇ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, "ସିଏସି ଅମୋଲ ମଜୁମଦାରଙ୍କ ପ୍ରସ୍ତୁତି ଉପରେ ଅଧିକ ପ୍ରଭାବିତ ହୋଇଛନ୍ତି । ସେ ମହିଳା କ୍ରିକେଟ ଦଳର ପ୍ରସ୍ତତି ଯୋଜନାକୁ ନେଇ ସ୍ପଷ୍ଟ ଅଛନ୍ତି । ଅନ୍ୟମାନଙ୍କ ଯୋଜନା ଭଲ ଥିଲା ମାତ୍ର ଅମୋଲଙ୍କ 90 ମିନିଟର ପ୍ରସ୍ତୁତି ସର୍ବଶ୍ରେଷ୍ଠ ଥିଲା । ଆଶା କରାଯାଉଛି କି ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ତାଙ୍କ ନାମ ହିଁ ଘୋଷଣା ହେବ ।"

ଅଭିଜ୍ଞ ଅମୋଲ ମଜୁମଦାର: ଅମୋଲ ମଜୁମଦାର ମୁମ୍ବାଇ ରଣଜୀ ଟିମ ମୁଖ୍ୟ କୋଚ ରହିଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ଏବଂ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ସହ କାମ କରି ସାରିଛନ୍ତି । ଫାଷ୍ଟ କ୍ଲାସ କ୍ରିକେଟରେ ଅମୋଲ 171 ମ୍ୟାଚ ଖେଳି 11.167 ରନ କରିଛନ୍ତି । ସେଥିରେ 30ଟି ଶତକ ରହିଛି । ଅମୋଲଙ୍କ ନେତୃତ୍ବରେ ମୁମ୍ବାଇ 2006-2007ରେ ରଣଜୀ ଟ୍ରଫି ଜିତିଥିଲା । ଭାରତୀୟ ଦଳର ବାଂଲାଦେଶ ଗସ୍ତ ପୂର୍ବରୁ ଅମୋଲଙ୍କୁ କୋଚ ଭାର ମିଳିପାରେ ।

ଏହା ବି ପଢନ୍ତୁ...ଭାରତୀୟ ମହିଳା କ୍ରିକେଟରେ ଇତିହାସ, କାରବିୟାନ୍‌ ଲିଗ୍‌ ଖେଳିବେ ଶ୍ରେୟଙ୍କା ପାଟିଲ୍‌

ପ୍ରକାଶଥାଉ କି, ଆସନ୍ତା ଜୁଲାଇ 9 ତାରିଖରୁ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । 9, 11 ଓ 13 ତାରିଖରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳିଯିବ । ଏହା ପରେ ଦୁଇ ଦିନର ବିରତି ପରେ ଜୁଲାଇ 16, 19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ 6ଟି ଯାକ ମ୍ୟାଚ ମୀରପୁରରେ ଖେଳାଯିବ । ଉଭୟ ଫର୍ମାଟ ମ୍ୟାଚରେ ହର୍ମନପ୍ରୀତ ନେତୃତ୍ବ ନେବେ ସେହିପରି ଉପଅଧିନାୟିକା ଭାର ସ୍ମୃତି ମାନ୍ଧନାଙ୍କ କାନ୍ଧରେ ରହିଛି । ଭାରତୀୟ ଦଳର ବାଂଲାଦେଶ ଗସ୍ତ ପୂର୍ବରୁ ଦଳକୁ ନୂଆ କୋଚ ମିଳିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.