ETV Bharat / sports

ଫାଇନାଲ ମୁକାବିଲା ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ! ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 17, 2023, 8:43 AM IST

Updated : Nov 17, 2023, 9:52 AM IST

World Cup Final: ରବିବାର ବିଶ୍ବକପ ଫାଇନାଲ ମ୍ୟାଚ । ଖେଳ ଆରମ୍ଭ ହେବା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ହେବ ଏୟାର ଶୋ। ଅଧିକ ପଢନ୍ତୁ

World Cup Final
World Cup Final

ହାଇଦ୍ରାବାଦ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ବକପ ଫାଇନାଲ ଲଢ଼େଇ । ଦିନ ଯେତିକି ପାଖଉଛି ଉତ୍ସାହ ସେତିକି ବଢ଼ୁଛି । ଦର୍ଶକଙ୍କ କରତାଳିରେ କମ୍ପିବ ନରେନ୍ଦ୍ର ମୋଦି ଷ୍ଟାଡିୟମ । 47ଟି ମ୍ୟାଚ୍‌ ଶେଷ ହେବା ପରେ ରବିବାର ଖେଳାଯିବ ଫାଇନାଲ ମ୍ୟାଚ୍‌ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ସେହି ସମୟକୁ ଆପେକ୍ଷା କରିଛନ୍ତି ପୁରା ବିଶ୍ବର କ୍ରୀଡ଼ାପ୍ରେମୀ । ଫାଇନାଲ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ଓ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ ଷ୍ଟାଡିୟମରେ ରଙ୍ଗାରଙ୍ଗା କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏନେଇ ବିସିସିଆଇ ଯୋଜନା କରୁଥିବା କୁହାଯାଉଛି । ଉଦଯାପନୀରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଶୋ' କରାଯିବାର କାର୍ଯ୍ୟକ୍ରମ ରହିଛି । ସୋସିଆଲ ମିଡିଆରେ ଭାଇରାଲ କିଛି ଭିଡିଓ ଏହାହିଁ ଦର୍ଶାଉଛି ।

ଏହା ମଧ୍ୟ ପଢନ୍ତୁ-ଫାଇନାଲ ଫାଇଟ: ୨୦ ବର୍ଷ ପରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ରବିବାର ବିଶ୍ବକପ ଫାଇନାଲ ମୁକାବିଲା ହେବ । ଦର୍ଶକଙ୍କ ସାଙ୍ଗକୁ ବହୁ ବଡ଼ବଡ଼ ନେତା ସିନେ ତାରକା ମ୍ୟାଚ୍‌ ଦେଖିବାକୁ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡୟମରେ ବସି ସମ୍ପୂର୍ଣ୍ଣ ମ୍ୟାଚ୍‌ ଦେଖିବେ ବୋଲି କୁହାଯାଉଛି । ତେବେ ଫାଇନାଲ ମ୍ୟାଚ ପୂର୍ବରୁଏୟାର ଶୋ କାର୍ଯ୍ୟକ୍ରମ ହେବା ନେଇ ଗୁଜୁରାଟ ଡିଫେନ୍ସ ପିଆରଓ ପକ୍ଷରୁ କୁହାଯାଇଛି। ତେବେ ରଙ୍ଗା ରଙ୍ଗା କାର୍ଯ୍ୟକ୍ରମରେ କେଉଁ କେଉଁ ସିନେ ତାରକା ଆସିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ହସସ୍ତଗତ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ ଆଫ୍ରିକାର ବିଶ୍ବକପ ଯାତ୍ରା ଶେଷ, ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଫାଇଟ

ICC ପୁରୁଷ ବିଶ୍ବକପ୍‌ରେ ଉଦଘାଟନୀ ଉତ୍ସବ କରାଯାଇନଥିଲା । କିନ୍ତୁ ଭାରତ ଓ ପାକିସ୍ତାନ ମ୍ୟାଚ ପୂର୍ବରୁ ବିସିସିଆଇ ତରଫରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବଲିଉଡର ନାମୀଦାମି ସିଙ୍ଗର ଗୀତ ପରିବେଷଣ କରିଥିଲେ । ମ୍ୟାଚ ଦେଖିବା ପୂର୍ବରୁ ଝୁମିଥିଲେ ଦର୍ଶକ । ତେବେ ବିଶ୍ବକପର କ୍ଲୋଜିଂ ସେରିମନି ନେଇ ଆନୁଷ୍ଠନିକ ଭାବେ ଘୋଷଣା କରାଯାଇ ନାହିଁ।

ବିଶ୍ବକପରେ 10ଟି ମ୍ୟାଚ ଖେଳି ଅପରାଜୟ ରହିଛି ଭାରତ । ସେମିଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଛି । ଦ୍ବିତୀୟ ସେମିରେ ଦକ୍ଷିଣ ଆଫ୍ରାକାକୁ ହରାଇ ଫାଇନାଲରେ ପହଞ୍ଚିଥିଲା ଅଷ୍ଟ୍ରେଲିଆ । ଆସନ୍ତା ରବିବାର ବିଶ୍ବକପ ଟ୍ରଫି ହାତେଇବା ପାଇଁ ଦୁଇ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ।

Last Updated : Nov 17, 2023, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.