ETV Bharat / sports

ଫାଇନାଲ ଫାଇଟ: ୨୦ ବର୍ଷ ପରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

author img

By ETV Bharat Odisha Team

Published : Nov 16, 2023, 11:03 PM IST

ଭାରତ ପରେ ଅଷ୍ଟ୍ରେଲିଆ ଆଇସିସି ବିଶ୍ବକପ ୨୦୨୩ର ଫାଇନାଲରେ ପ୍ରବେଶ କରିଛି । ତେବେ ଦୀର୍ଘ ୨୦ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ତେବେ ଭାରତ ୨୦ ବର୍ଷର ପ୍ରତିଶୋଧ ନେବାରେ ସକ୍ଷମ ହେବ କି ? ଅଧିକ ପଢନ୍ତୁ

India and Australia
India and Australia

ହାଇଦ୍ରାବାଦ: ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ଗତକାଲି (ବୁଧବାର) ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଆଜି ଅଷ୍ଟ୍ରେଲିଆ ବିପକ୍ଷ ଟିମ ସାଉଥ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ କଙ୍ଗାରୁ ଟିମ ଓ 'ମେନ୍‌ ଇନ ବ୍ଲ୍ୟୁ' । ତେବେ ଆପଣ ଜାଣନ୍ତି କି ଦୀର୍ଘ ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ଫାଇନାଲରେ ପରସ୍ପରକୁ ଭେଟିବେ । ତେବେ ଭାରତ ୨୦ ବର୍ଷର ପ୍ରତିଶୋଧ ନେବାରେ ସକ୍ଷମ ହେବ କି ? ଏ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଭରିଯାଇଛି ଉତ୍କଣ୍ଠା ।

୨୦୦୩ ଦିନିକିଆ ବିଶ୍ବକପ ମ୍ୟାଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ୍‌ । ଯେଉଁଥିରେ ଅଷ୍ଟ୍ରେଲିଆ ବିପୁଳ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । କଙ୍ଗାରୁ ଟିମ ୫୦ ଓଭର ଖେଳି ମାତ୍ର ୨ଟି ୱିକେଟ ପତନରେ ୩୫୯ ବିଶାଳ ଟାର୍ଗେଟ ଦେଇଥିଲା । ଏହି ମ୍ୟାଚ୍‌ରେ ରିକି ପଏଣ୍ଟିଂ ଦମଦାର ଶତକ ହାସଲ କରିଥିଲେ । ସେ ୧୨୧ ବଲରେ ୪ଟି ଚୌକା ଓ ୮ଟି ଛକା ସହ ୧୪୦ ରନ୍‌ କରିଥିଲେ । ସେହିପରି ଓପନର ଆଡମ ଗିଲକ୍ରିଷ୍ଟ ୫୭ ଓ ଅନ୍ୟତମ ଓପନର ମାଥ୍ୟୁ ହେଡନ ୩୭ ରନ କରିଥିଲେ । ଡାମିଏନ ମାର୍ଟିନ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୮୪ ବଲ୍‌ରେ ୮୮ଟି ରନ୍‌ କରିଥିଲେ । ଏହାରି ସହିତ ଭାରତକୁ ୩୫୯ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା କଙ୍ଗାରୁ ଟିମ ।

ଏହା ବି ପଢନ୍ତୁ- ଦକ୍ଷିଣ ଆଫ୍ରିକାର ବିଶ୍ବକପ ଯାତ୍ରା ଶେଷ, ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଫାଇଟ

ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଖେଳାଯାଇଥିଲା ଏହି ଫାଇନାଲ ମ୍ୟାଚ୍‌ । ଦ୍ବିତୀୟ ଇନିଂସରେ ବିଶାଳ ଟାର୍ଗେଟ ପିଛାକୁ ଲକ୍ଷ୍ୟ ରଖି ଟିମ ଇଣ୍ଡିଆକୁ ମୈଦାନକୁ ଓହ୍ଲାଇଥିଲା । ଭାରତ ୩୯.୨ ଓଭର ଖେଳି ୨୩୪ ରନ୍‌ ସହିତ ଅଲଆଉଟ୍‌ ହୋଇଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ ୪ ରନ୍‌ରେ ଆଉଟ୍‌ ହୋଇଥିବା ବେଳେ ଅନ୍ୟମତ ଓପନର ବୀରେନ୍ଦ୍ର ସେହୱାଗ ଲଢୁଆ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୮୧ ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ସହ ୮୨ ରନ୍‌ କରିଥିଲେ । ଅନ୍ୟତମ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ସୌରଭ ଗାଙ୍ଗୁଲି ୨୪ ରନ୍‌ କରିଥିବା ବେଳେ ମହମ୍ମଦ କାଫି ଶୂନରେ ଆଉଟ ହୋଇଥିଲେ । ରାହୁଲ ଦ୍ରାବିଡ ୪୭ ରନ୍‌ କରିଥିବା ବେଳେ ଯୁବରାଜ ସିଂ ୨୪ ରନ୍‌ କରିଥିଲେ । ଇଣ୍ଡିଆ ୩୯.୨ ଓଭର ସୁଦ୍ଧା ସମସ୍ତ ୱିକେଟ ହରାଇଥିଲା । ଫଳରେ କଙ୍ଗାରୁ ଟିମ ୧୨୫ ରନ୍‌ ବ୍ୟବଧାନରେ ବିଶ୍ବକପ ଜିତିଥିଲା ।

ତେବେ ଆସନ୍ତା ୧୯ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି । ଏବେ ସୁଦ୍ଧା ଟିମ ଇଣ୍ଡିଆ ଅପରାଜେୟ ରହିଛି । ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଭାରତ । ତେବେ ଫାଇନାଲ ଫାଇଟରେ ଟିମ ଇଣ୍ଡିଆର ବିଜୟର ଆଶା ରଖିଛନ୍ତି ପ୍ରଶଂସକ । ଫାଇନାଲରେ କଡା ଟକ୍କର ହେବ ନିଶ୍ଚିତ । ଭାରତ ଦୀର୍ଘ ୨୦ ବର୍ଷର ପ୍ରତିଶୋଧ ନେଇପାରିବ କି ? ଅଷ୍ଟ୍ରେଲିଆକୁ ଧରାଶାୟୀ କରିବାରେ 'ମେନ ଇନ ବ୍ଲ୍ୟୁ' ସଫଳ ହେବେ କି ? ତେବେ ୧୯ ତାରିଖରେ ଏହା ସ୍ପଷ୍ଟ ହେବ । ବିଶ୍ବକୁ ମିଳିବ ଚଳିତ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.