ETV Bharat / sports

ଦକ୍ଷିଣ ଆଫ୍ରିକାର ବିଶ୍ବକପ ଯାତ୍ରା ଶେଷ, ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଫାଇଟ

author img

By ETV Bharat Odisha Team

Published : Nov 16, 2023, 10:16 PM IST

ଆଇସିସି ବିଶ୍ବକପ ୨୦୨୩ର ଦ୍ବିତୀୟ ସେମି ଫାଇନାଲ । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

Australia in Final
Australia in Final

କୋଲକାତା: ଭାରତ ପରେ ଫାଇନାଲ ପ୍ରବେଶ କଲା ଅଷ୍ଟ୍ରେଲିଆ । ସାଉଥ ଆଫ୍ରିକାକୁ ୩ ୱିକେଟରେ ହରାଇ ଦ୍ବିତୀୟ ଦଳ ଭାବେ କଙ୍ଗାରୁ ଟିମ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଫାଇନାଲରେ ପ୍ରବେଶ କରିଛି । ଆଜି (ଗୁରୁବାର) କୋଲକାତା ଇଡେନ ଗାର୍ଡେନରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍‌ ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସାଉଥ ଆଫ୍ରିକା କଙ୍ଗାରୁ ଟିମ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଧରାଶାୟୀ ହୋଇଥିଲା । କେବଳ ମିଲରଙ୍କ ଲଢୁଆ ଶତକ ପାରି ଯୋଗୁଁ ଟିମ ୨୧୨ ରନ୍‌ ଟାର୍ଗେଟ ଦେଇଥିଲା । ସେମି ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଏହି ଟାର୍ଗେଟକୁ ସହଜରେ ପୂରଣ କରି ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୭.୨ ଓଭର ସୁଦ୍ଧା ଟାର୍ଗେଟ ପୂରଣ କରିବାରେ ସଫଳ ରହିଛି ।

ପ୍ରଥମ ଇନିଂସ ପରେ ଅଷ୍ଟ୍ରେଲିଆ ସମ୍ମୁଖରେ ସହଜ ଟାର୍ଗେଟ ରହିଥିଲା । ଅଷ୍ଟ୍ରେଲିଆ ଓପନର ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୮ ବଲ୍‌ ଖେଳି ୯ଟି ଚୌକା ଓ ୨ଟି ଛକା ସହ ୬୨ ରନ୍‌ କରିଥିଲେ । ଗତ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଆସୁଥିବା ଅନ୍ୟତମ ଓପନର ଡେଭିଡ ୱାର୍ଣ୍ଣର ମାତ୍ର ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ । ସାଉଥ ଆଫ୍ରିକା ବୋଲର ଏଡେନ ମାର୍କ୍ରମଙ୍କ ତାଙ୍କୁ ବୋଲ୍ଡ କରିଥିଲେ । ମିଚେଲ ମାର୍ସ ଓ ଗ୍ଲେନ ମ୍ୟାକ୍ସୱେଲ ଯଥାକ୍ରମେ ଶୂନ ଓ ୧ରନ୍‌ରେ ଆଉଟ ହୋଇଥିଲେ । ଷ୍ଟିଭ ସ୍ମିଥ ୩୦ ରନ୍‌ କରିଥିବା ବେଳେ ମାର୍ଣ୍ଣସ ଲାବୁସେନ ୧୮ ରନ୍‌ କରିଥିଲେ ।

ଏହା ବି ପଢନ୍ତୁ- ଡେଭିଡ ମିଲରଙ୍କ ଲଢୁଆ ଶତକ, କଙ୍ଗାରୁ ଟିମ ଆଗରେ ୨୧୩ ରନ ଟାର୍ଗେଟ

ସାଉଥ ଆଫ୍ରିକା ବୋଲିଂ ସମ୍ପର୍କରେ ଆଲୋଚନା କଲେ କାଗିସୋ ରବାଡା ଓ ଏଡେନ ମାର୍କ୍ରମଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । କାଗିସୋ ୬ ଓଭର ବୋଲିଂ ୪୧ ରନ୍‌ ଦେଇଥିବା ବେଳେ ମାର୍କ୍ରମ ୭ ଓଭର ବୋଲିଂ କରି ଗୋଟିଏ ଓଭର ମେଡେନ ସହ ମାତ୍ର ୨୨ ରନ୍‌ ଦେଇଥିଲେ । ସେପଟେ ଗେରାଲ୍ଡ କଟଜି ଓ ତାବରିଜ ସାମସିଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ଗେରାଲ୍ଡ ୯ ଓଭର ବୋଲିଂ କରି ୪୭ ରନ୍‌ ଦେଇଥିବା ବେଳେ ସାମସି ୧୦ ଓଭର ବୋଲିଂ କରି ୪୨ ରନ୍‌ ଦେଇଥିଲେ । ସ୍ପିନର କେଶବ ମହାରାଜ ୧୦ ଓଭର ବୋଲିଂ କରି ୨୪ ରନ୍‌ ଦେବା ସହ ଗୋଟିଏ ୱିକେଟ ନେଇଥିଲେ ।

ଅହମ୍ମଦାବାଦରେ ଭାରତ ବନାମ ଅଷ୍ଟ୍ରେଲିଆ: ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏଥିଲାଗି ଭାରତୀୟ କ୍ରିକେଟ ଟିମ ଗୁରୁବାର ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚି ସାରିଛି । ଏହି ବଡ଼ ମ୍ୟାଚ୍‌ ଲାଗି ସମସ୍ତ କ୍ରିକେଟପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଭାରତ କ୍ରମାଗତ ୧୦ଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ ନମ୍ବର ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.