ଓଡିଆ ଫିଲ୍ମ ଲଭ୍ ଗ୍ୟାରେଜ୍ ଓ ପ୍ରେମ୍ ଫର୍ ସେଲ୍‌ର ଶୁଭ ମୁହରତ

author img

By

Published : Mar 5, 2022, 5:29 PM IST

ଓଡିଆ ଫିଲ୍ମ ଲଭ୍ ଗ୍ୟାରେଜ୍ ଓ ପ୍ରେମ୍ ଫର୍ ସେଲ୍‌ର ଶୁଭ ମୁହରତ

ବାରିପଦାର ଓମ୍ ଫିଲ୍ମସ ପ୍ରଡକ୍ସନ ବ୍ୟାନରରେ ଏକା ସହିତ ଦୁଇଟି ସିନେମାର ଶୁଭ ମହୁରତ୍ କରାଯାଇଛି । ଫିଲ୍ମ ଦୁଇଟିର ନାମ ଲଭ୍ ଗ୍ୟାରେଜ୍ ଓ ପ୍ରେମ୍ ଫର୍ ସେଲ ରଖାଯାଇଛି । ଅଧିକ ପଢନ୍ତୁ

ବାରିପଦା: ଦୀର୍ଘ ଦିନର ଲକଡାଉନ ପରେ ସିନେମା ଜଗତରେ ପୁଣି ଚଳଚଞ୍ଚଳ ହୋଇଉଠିଛି । ବାରିପଦାର ଓମ୍ ଫିଲ୍ମସ ପ୍ରଡକ୍ସନ ବ୍ୟାନରରେ ଏକା ସହିତ ଦୁଇଟି ସିନେମାର ଶୁଭ ମହୁରତ୍ କରାଯାଇଛି । ଫିଲ୍ମ ଦୁଇଟିର ନାମ ଲଭ୍ ଗ୍ୟାରେଜ୍ ଓ ପ୍ରେମ୍ ଫର୍ ସେଲ୍ ରଖାଯାଇଛି । ସମ୍ପୂର୍ଣ୍ଣ ଭାବରେ ମୟୂରଭଞ୍ଜରେ ସୁଟିଂ ହେବାକୁ ଥିବା ଏହି ସିନେମା ଦୁଇଟିର ସୁଟିଂ ଆଜିଠୁ ଆରମ୍ଭ ହୋଇଛି ।

ଓଡିଆ ଫିଲ୍ମ ଲଭ୍ ଗ୍ୟାରେଜ୍ ଓ ପ୍ରେମ୍ ଫର୍ ସେଲ୍‌ର ଶୁଭ ମୁହରତ

ଆଜି ସ୍ଥାନୀୟ ହରିହର ମନ୍ଦିରରେ ନିର୍ଦ୍ଦେଶକ ସଞ୍ଜିବ ଦ୍ୱିବେଦୀ, ଅଭିନେତା ସମ୍ବିତ ଆଚାର୍ଯ୍ୟ, ଅଭିନେତ୍ରୀ ତମନ୍ନା ଓ ରିୟା ଦେ କ୍ଲାପ ଦେଇ କରିଛନ୍ତି ଶୁଭ ମହୁରତ୍ । ଖୁବ ଶୀଘ୍ର ଦୁଇଟିର ସୁଟିଂ ସାରି ଫିଲ୍ମ ରିଲିଜ ହେବ । ବଳିଷ୍ଠ କାହାଣୀ ଓ ଡାଇଲଗ୍ ଥିବା ଏହି ଫିଲ୍ମ ଦୁଇଟିରେ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ଖୁବ୍ ଖୁସି ଅଛନ୍ତି ବୋଲି କହିଛନ୍ତି । ନିଶ୍ଚିତ ଭାବରେ ସିନେମା ଦୁଇଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି କଳାକାରମାନେ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.