ETV Bharat / sitara

‘କେବିସି 12’ର ଦ୍ବିତୀୟ କୋଟିପତି ଆଇପିଏସ ଅଫିସ ମୋହିତା, ଦେଖନ୍ତୁ ପ୍ରୋମୋ

author img

By

Published : Nov 17, 2020, 12:55 PM IST

ଜାରି ହେଲା ‘କେବିସି 12’ର ନୂଆ ପ୍ରୋମୋ ଭିଡିଓ । ଏବର୍ଷ ସିଜନକୁ ମିଳିବେ ଦ୍ବିତୀୟ କୋଟିପତି । ବଢିଚାଲିଛି ଦର୍ଶକଙ୍କ ଉତ୍ସାହିତ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଚ୍ୟାନେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଚ୍ୟାନେଲ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନଙ୍କ ରିୟାଲିଟି ଶୋ ‘କୌନ ବନେଗା କୋରଡପତି’ ସିଜନ 12କୁ ମିଳିବ ଦ୍ବିତୀୟ କୋଟିପତି । ଏଥର ଏହି ବାଜି ମାରିବେ ଆଇପିଏସ ଅଫିସ ମୋହିତା ଶର୍ମା । 7 କୋଟିର ପ୍ରଶ୍ନ ପଚାରିବେ ତାଙ୍କୁ ଅମିତାଭ । ଯାହାର ଏକ ପ୍ରୋମୋ ଭିଡିଓ ଜାରି କରିଛି ସୋନି ଚ୍ୟାନେଲ । ମଙ୍ଗଳବାର ପ୍ରସାରିତ ହେବାକୁ ଯାଉଥିବା ଏହି ଏପିସୋଡକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତେ ।

ଭାଇରାଲ ହେଉଥିବା ପ୍ରୋମୋ ଭିଡିଓରେ ଅମିତାଭ ତାଙ୍କୁ ପ୍ରଥମ 50 ଲକ୍ଷ ପରେ 1 କୋଟିର ପ୍ରଶ୍ନ ପଚାରୁଛନ୍ତି । ଯାହାର ସଠିକ୍ ଉତ୍ତର ଦେଇ ସେ କୋଟିପତି ସାଜିଛନ୍ତି । ଏହାପରେ ତାଙ୍କ ସାମ୍ନାରେ ଆସୁଛି 7 କୋଟିର ପ୍ରଶ୍ନ । ହେଲେ ଏଥିରେ ସେ ବିଜୟ ହାସିଲ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ ଦେଖିବାକୁ ପଡିବ ପୁରା ଏପିସୋଡ । ଏବେ ଦେଖନ୍ତୁ ପ୍ରୋମୋ ଭିଡିଓ...

ପ୍ରକାଶ ଥାଉକି ନିକଟରେ 1 କୋଟି ଟଙ୍କା ଜିତି ସିଜନ 12ର ପ୍ରଥମ କୋଟିପତି ସାଜିଥିଲେ ପ୍ରତିଯୋଗୀ ନାଜିଆ ନସିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.